ସାଗ୍‌-୨୦୧୬: ମାରଥନରେ ସ୍ୱର୍ଣ୍ଣ ଜିଣି ରିଓ ଅଲିମ୍ପିକ୍ ପାଇଁ ଟିକେଟ୍ ପାଇଲେ କବିତା

ଗୌହାଟି: ଭାରତର ମାରାଥାନ୍ ରନର କବିତା ରାଉତ ରିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୨ତମ ସାଉଥ୍ ଏସିଆନ୍ ଗେମ୍ସର ମହିଳା ମାରାଥନ୍‌ରେ ଶୁକ୍ରବାର ସ୍ୱର୍ଣ୍ଣ ପଦକ ଜିତିବା ପରେ ସେ ୨୦୧୬ ରିଓ ଅଲିମ୍ପିକ୍ ପାଇଁ ଟିକେଟ୍ ପାଇଛନ୍ତି। ୩୦ ବର୍ଷିୟ କବିତା ୨ ଘଣ୍ଟା ୩୮ ମିନିଟ୍ ଓ ୩୮ ସେକେଣ୍ଡରେ ଲକ୍ଷ୍ୟ ଦୂରତା ଅତିକ୍ରମ କରି ଆଜି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।  ଏହା ସହିତ ରିଓ ଅଲିମ୍ପିକ୍‌ର ମହିଳା ମାରାଥନ୍ […]

Indian long-distance runner Kavita Raut

Rakesh Mallick
  • Published: Friday, 12 February 2016
  • , Updated: 12 February 2016, 10:52 AM IST

ଗୌହାଟି: ଭାରତର ମାରାଥାନ୍ ରନର କବିତା ରାଉତ ରିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୨ତମ ସାଉଥ୍ ଏସିଆନ୍ ଗେମ୍ସର ମହିଳା ମାରାଥନ୍‌ରେ ଶୁକ୍ରବାର ସ୍ୱର୍ଣ୍ଣ ପଦକ ଜିତିବା ପରେ ସେ ୨୦୧୬ ରିଓ ଅଲିମ୍ପିକ୍ ପାଇଁ ଟିକେଟ୍ ପାଇଛନ୍ତି। ୩୦ ବର୍ଷିୟ କବିତା ୨ ଘଣ୍ଟା ୩୮ ମିନିଟ୍ ଓ ୩୮ ସେକେଣ୍ଡରେ ଲକ୍ଷ୍ୟ ଦୂରତା ଅତିକ୍ରମ କରି ଆଜି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।  ଏହା ସହିତ ରିଓ ଅଲିମ୍ପିକ୍‌ର ମହିଳା ମାରାଥନ୍ ବର୍ଗ ପାଇଁ ଯୋଗତା ହାସଲ କରିବାରେ ସେ ବନି ଯାଇଛନ୍ତି ଚତୁର୍ଥ ଭାରତୀୟ ମହିଳା।  ତାଙ୍କ ପୂର୍ବରୁ ଏହି ବର୍ଗ ପାଇଁ ଓପି ଜୈଶା, ଲଲିତା ବାବର ଓ ସୁଧା ସିଂହ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

ଆଜି ମହିଳା ମାରାଥନ୍‌ରେ କବିତା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଶ୍ରୀଲଙ୍କାର ଏନ.ଜି. ରାଜଶେକରା (୨:୫୦:୪୭:୦୦) ଓ ବି.ଅନୁରାଧୀ(୨:୫୨:୧୫:୦୦) ରେ ଯଥାକ୍ରମେ ରୌପ୍ୟ  ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।

Related story