ସାଗ୍ ୨୦୧୬: ଟ୍ରାଇଥ୍ଲୋନ୍‌ରେ ଭାରତ ପୋଛି ନେଲା ସ୍ୱର୍ଣ୍ଣ ପଦକ

ଗୌହାଟୀ: ଆସାମର ଗୌହାଟୀରେ ଚାଲିଥିବା ୧୨ତମ ସାଉଥ୍ ଏସିଆନ୍ ଗେମ୍ସରେ ଟ୍ରାଇଥ୍ଲୋନ୍ ବିଭାଗରେ ସବୁ ତକ ସ୍ୱର୍ଣ୍ଣ ପଦକ ଜିତି ଯାଇଛି ଭାରତ। ଆଜି ଟ୍ରାଇଥ୍ଲୋନ୍ ମିକ୍ସଡ୍ ରିଲେ ଟିମ୍ ବର୍ଗରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିବା ସହିତ ଏହି ଗୌରବ ଅର୍ଜନ କରିଛି। ପଲ୍ଲବୀ ରେତିୱାଲା, ଦିଲ୍ଲୀପ କୁମାର, ଟି. ସରୋଜୀନି ଦେବୀ ଓ ଧୀରଜ ସାୱନ୍ତକୁ ନେଇ ଗଠିତ ଭାରତୀୟ ଟ୍ରାଇଥ୍ଲୋନ୍ ରିଲେ ଟିମ୍ ୧ ଘଣ୍ଟା ୨୪ ମିନିଟ୍ ୩୧ ସେକେଣ୍ଡରେ […]

pallavi

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 11:33 AM IST

ଗୌହାଟୀ: ଆସାମର ଗୌହାଟୀରେ ଚାଲିଥିବା ୧୨ତମ ସାଉଥ୍ ଏସିଆନ୍ ଗେମ୍ସରେ ଟ୍ରାଇଥ୍ଲୋନ୍ ବିଭାଗରେ ସବୁ ତକ ସ୍ୱର୍ଣ୍ଣ ପଦକ ଜିତି ଯାଇଛି ଭାରତ। ଆଜି ଟ୍ରାଇଥ୍ଲୋନ୍ ମିକ୍ସଡ୍ ରିଲେ ଟିମ୍ ବର୍ଗରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିବା ସହିତ ଏହି ଗୌରବ ଅର୍ଜନ କରିଛି। ପଲ୍ଲବୀ ରେତିୱାଲା, ଦିଲ୍ଲୀପ କୁମାର, ଟି. ସରୋଜୀନି ଦେବୀ ଓ ଧୀରଜ ସାୱନ୍ତକୁ ନେଇ ଗଠିତ ଭାରତୀୟ ଟ୍ରାଇଥ୍ଲୋନ୍ ରିଲେ ଟିମ୍ ୧ ଘଣ୍ଟା ୨୪ ମିନିଟ୍ ୩୧ ସେକେଣ୍ଡରେ ଲକ୍ଷ୍ୟ ସ୍ଥଳ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ନେପାଳ ଓ ଶ୍ରୀଲାଙ୍କା ଟିମ୍ ଏହି ଇଭେଣ୍ଟରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଆଜି ଟ୍ରାଇଥ୍ଲୋନ୍ ମିକ୍ସଡ୍ ରିଲେ ଟିମ୍‌କୁ ୩୦୦ ମିଟର ସୁଇମିଂ, ୬୦ କିଲୋମିଟର ସାଇକେଲିଂ ଓ ୧.୨ କି.ମି ଦୌଡ଼ିବାକୁ ପଡ଼ିଥିଲା।

ଏହା ପୂର୍ବରୁ ଗତକାଲି ଟ୍ରାଇଥ୍ଲୋନ୍‌ର ମହିଳା ଓ ପୁରୁଷ ଏକକ ବର୍ଗରେ ପଲ୍ଲବୀ ଓ ଦିଲ୍ଲୀପ ସ୍ୱର୍ଣ୍ଣ ପଦକ  ଜିତି ଥିଲେ। ସେହିପରି ଏହି ଇଭେଣ୍ଟରେ ଭାରତର ଗୁରୁ ଦତ୍ତା ଓ ପୂଜା ଚୌରୁଷୁ ଗୋଟିଏ ଲେଖାଏଁ ରୌପ୍ୟ ପଦକ ଜିତିଛନ୍ତି।

Related story