ସାଗ୍‌ ଉଦ୍‌ଯାପିତ: ୩୦୮ ପଦକ ସହ ଶୀର୍ଷରେ ଭାରତ,୧୮୮ଟି ସ୍ୱର୍ଣ୍ଣ

ସିଲଂ: ୧୨ତମ ସାଉଥ୍ ଏସିଆନ୍ ଗେମ୍ସ (ସାଗ୍‌)ରେ ଘରୋଇ ପରିବେଶର ଭରପୂର ଫାଇଦା ନେଇଛି ଭାରତ। ଭାରତ ବିଭିନ୍ନ ବର୍ଗରେ ଜିତିଛି ମୋଟ୍ ୩୦୮ ଟି ପଦକ ଓ ଏହାସହ ୮ଟି ରାଷ୍ଟ୍ରକୁ ପଛରେ ପକାଇ ପଦକ ତାଲିକାର ଶୀର୍ଷରେ ରହିଛି। ଭାରତ ଏଥର ସାଗ୍‌ରେ ୧୮୮ଟି ସ୍ୱର୍ଣ୍ଣ, ୯୦ଟି ରୌପ୍ୟ ଓ ୩୦ଟି ବ୍ରୋଞ୍ଜ ପଦକ ଜିତିଛି। ଭାରତ ତୀରନ୍ଦାଜିରେ ୧୪ଟି ପଦକ ପାଇଥିବା ବେଳେ ଆଥଲେଟିକ୍ସରେ ୫୮ଟି, ବ୍ୟାଟମିଣ୍ଟନରେ ୧୨ଟି, ବକ୍ସିଂରେ ୧୦ଟି, ସାଇକ୍ଲିଂରେ […]

sag

sag

Rakesh Mallick
  • Published: Tuesday, 16 February 2016
  • Updated: 16 February 2016, 05:46 PM IST

Sports

Latest News

ସିଲଂ: ୧୨ତମ ସାଉଥ୍ ଏସିଆନ୍ ଗେମ୍ସ (ସାଗ୍‌)ରେ ଘରୋଇ ପରିବେଶର ଭରପୂର ଫାଇଦା ନେଇଛି ଭାରତ। ଭାରତ ବିଭିନ୍ନ ବର୍ଗରେ ଜିତିଛି ମୋଟ୍ ୩୦୮ ଟି ପଦକ ଓ ଏହାସହ ୮ଟି ରାଷ୍ଟ୍ରକୁ ପଛରେ ପକାଇ ପଦକ ତାଲିକାର ଶୀର୍ଷରେ ରହିଛି। ଭାରତ ଏଥର ସାଗ୍‌ରେ ୧୮୮ଟି ସ୍ୱର୍ଣ୍ଣ, ୯୦ଟି ରୌପ୍ୟ ଓ ୩୦ଟି ବ୍ରୋଞ୍ଜ ପଦକ ଜିତିଛି। ଭାରତ ତୀରନ୍ଦାଜିରେ ୧୪ଟି ପଦକ ପାଇଥିବା ବେଳେ ଆଥଲେଟିକ୍ସରେ ୫୮ଟି, ବ୍ୟାଟମିଣ୍ଟନରେ ୧୨ଟି, ବକ୍ସିଂରେ ୧୦ଟି, ସାଇକ୍ଲିଂରେ ୧୩ଟି, ଉଶୁରେ ୧୬ଟି, କୁସ୍ତିରେ ୧୬ଟି, ଭାରୋତ୍ତୋଳନରେ ୧୩ଟି, ଭଲିବଲରେ ୨ଟି, ଟ୍ରାଇଥ୍ଲୋନ୍ ୫ଟି, ଟେନିସ୍‌ରେ ୧୦ଟି, ତାଇକୋଣ୍ଡାରେ ୧୦ଟି, ଟେବୁଲ ଟେନିସ୍‌ରେ ୧୨ଟି, ସ୍ୱିମିଂରେ ୪୫ଟି, ସ୍ୱାଶ୍‌ରେ ୫ଟି, ସୁଟିଂରେ ୪୫ଟି, ଖୋଖୋରେ ୨ଟି, କବାଡିରେ ୨ଟି, ଜୁଡୋରେ ୧୨ଟି,  ହକିରେ ୨ଟି, ହ୍ୟାଣ୍ଡବଲରେ ୨ଟି ଓ ଫୁଟବଲରେ ୨ଟି ପଦକ ଜିତିଛି।

ସେହିପରି ଶ୍ରୀଲଙ୍କା ୨୫ଟି ସ୍ୱର୍ଣ୍ଣ, ୬୩ଟି ରୌପ୍ୟ ଓ ୯୮ଟି ବ୍ରୋଞ୍ଜ ପଦକ ସହ ମୋଟ ୧୮୬ଟି ପଦକ ଜିତିଛି। ପାକିସ୍ତାନ ୧୨ଟି ସ୍ୱର୍ଣ୍ଣ, ୩୭ଟି ରୌପ୍ୟ ଓ ୯୮ଟି ବ୍ରୋଞ୍ଜ ସହ ମୋଟ ୧୦୬ଟି ପଦକ ଜିତିଛି। ଆଫଗାନିସ୍ତାନ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ, ୧୯ଟି ବ୍ରୋଞ୍ଜ ସହ ମୋଟ ୩୫ଟି, ବାଂଲାଦେଶ ୪ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ, ୫୬ଟି ବ୍ରୋଞ୍ଜ ସହ ମୋଟ ୭୫ଟି ପଦକ ଜିତିଛି। ସେହିପରି ନେପାଳ ୩ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ, ୩୪ଟି ବ୍ରୋଞ୍ଜ ପଦକ ସହ ମୋଟ ୬୦ଟି ପଦକ, ଭୁଟାନ୍ ଗୋଟିଏ ରୌପ୍ୟ,୧୫ଟି ବ୍ରୋଞ୍ଜ ସହ ମୋଟ୍ ୧୬ଟି ପଦକ ଓ ମାଳଦୀପ ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ଜିତିଛି।

ଫେବ୍ରୁଆରୀ ୫ରୁ ଆରମ୍ଭ ହୋଇ ୧୨ଦିନ ଚାଲିଥିବା ୧୨ ତମ ସାଉଥ ଏସିଆନ୍‌ ଗେମ୍ସରେ ଆଜିଥିଲା ଶେଷ ଦିନ। ଏହା ଭାରତ ଗୌହାଟି ଓ ସିଲଂରେ ମୋଟ୍ ୨୨ଟି ଇଭେଣ୍ଟର ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos