ସାଗ୍‌ରେ ପଦକ ଜିତିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବ ରାଜ୍ୟ କ୍ରୀଡ଼ା ବିଭାଗ

ଭୁବନେଶ୍ୱର: ସାଉଥ ଏସିଆନ୍ ଗେମ୍ସ (ସାଗ୍) କ୍ରୀଡ଼ାରେ କୃତୀ ଓଡ଼ିଆ ପ୍ରତିଯୋଗୀମାନଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ ପୁରସ୍କାର ପ୍ରଦାନ କରିବ। ସାଗ୍ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜେତାଙ୍କୁ ୫୦ ହଜାର ଟଙ୍କା  ଦିଆଯିବ। ସେହିପରି ରୌପ୍ୟ ପଦକ  ବିଜେତାଙ୍କୁ ୪୦ ହଜାର ଟଙ୍କା ଓ ବ୍ରୋଞ୍ଜ ପଦକ ପାଇଥିବା ପ୍ରତିଯୋଗୀଙ୍କୁ  ୩୦ ହଜାର ଟଙ୍କା  ପ୍ରଦାନ କରାଯିବ। ସେହିପରି ସାଗ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଅନ୍ୟ ପ୍ରତିଯୋଗୀଙ୍କୁ ୧୫ ହଜାର ଟଙ୍କା  ଲେଖାଏଁ ଦିଆଯିବ। ଗୌହାଟୀରେ ଚାଲିଥିବା ୧୨ତମ […]

srabani

Rakesh Mallick
  • Published: Monday, 15 February 2016
  • , Updated: 15 February 2016, 03:57 PM IST

ଭୁବନେଶ୍ୱର: ସାଉଥ ଏସିଆନ୍ ଗେମ୍ସ (ସାଗ୍) କ୍ରୀଡ଼ାରେ କୃତୀ ଓଡ଼ିଆ ପ୍ରତିଯୋଗୀମାନଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ ପୁରସ୍କାର ପ୍ରଦାନ କରିବ। ସାଗ୍ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜେତାଙ୍କୁ ୫୦ ହଜାର ଟଙ୍କା  ଦିଆଯିବ। ସେହିପରି ରୌପ୍ୟ ପଦକ  ବିଜେତାଙ୍କୁ ୪୦ ହଜାର ଟଙ୍କା ଓ ବ୍ରୋଞ୍ଜ ପଦକ ପାଇଥିବା ପ୍ରତିଯୋଗୀଙ୍କୁ  ୩୦ ହଜାର ଟଙ୍କା  ପ୍ରଦାନ କରାଯିବ। ସେହିପରି ସାଗ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଅନ୍ୟ ପ୍ରତିଯୋଗୀଙ୍କୁ ୧୫ ହଜାର ଟଙ୍କା  ଲେଖାଏଁ ଦିଆଯିବ।

ଗୌହାଟୀରେ ଚାଲିଥିବା ୧୨ତମ ସାଉଥ୍ ଏସିଆନ୍ ଗେମ୍ସରେ ୨୦୦ ମିଟର ମହିଳା ବର୍ଗ ଦୌଡ଼ରେ ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଦୂତି ଚାନ୍ଦ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୪ ଗୁଣା ୧୦୦ ରିଲେ ଦଳଗତ ଦୌଡ଼ରେ ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ ରୌପ୍ୟ ପଦକ ହାସଲ କରିଛନ୍ତି। ଶ୍ରାବଣୀ ଓ ଦୂତି ମହିଳା ୧୦୦ ମିଟର ଦୌଡ଼ରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଭାରୋତ୍ତୋଳନକାରୀ ସରସ୍ୱତୀ ରାଉତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଜଉନା ମୁର୍ମୁ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ମହିଳା ୪୦୦ ମିଟର ହର୍ଡଲସ୍‌ ଓ ୪ ଗୁଣା ୪୦୦ ମିଟର ରିଲେ ରେସ୍‌ରେ ସ୍ୱର୍ଣ୍ୱ ପଦକ ଜିତିଛନ୍ତି।

ଖୋଖୋରେ ମନ୍ଦାକିନୀ ମାଝି ଦଳଗତ ସ୍ୱର୍ଣ୍ଣ ହାସଲ କରିଛନ୍ତି।

 ଫେବ୍ରୁଆରୀ ୫ ତାରିଖରୁ ଆରମ୍ଭ ହୋଇଥିବା ସାଉଥ ଏସିଆନ ଗେମ୍ସ ଫେବ୍ରୁଆରୀ ୧୭ ତାରିଖରେ ଉଦଯାପିତ ହେବ।

Related story