ମକାଓ ଓପନରୁ ସାଇନା ଆଉଟ୍‌

ମକାଓ: କ୍ୱାଟ୍‌ର ଫାଇନାଲ ମ୍ୟାଚ୍‌ ହାରି ସାଇନା ନେହୱାଲ ମକାଓ ଓପନ ଗ୍ରାଣ୍ଡ ପିକ୍ସ ଗୋଲ୍‌ ଚାମ୍ପିଅନସିପ୍‌ରୁ ଆଉଟ୍‌ ହୋଇଯାଇଛନ୍ତି। ଆଜି ଖେଳାଯାଇଥିବା କ୍ୱାଟର ଫାଇନାଲରେ ସାଇନାଙ୍କୁ ଲୋକାଲ ଷ୍ଟାର ଚାଇନାର ଝାଙ୍ଗ ୟିମାନ ୨୧-୧୨ ଓ ୨୧-୧୭ ସେଟ୍‌ରେ ପରାସ୍ତ କରିଦେଇଥିଲେ। ଏହି ମ୍ୟାଚ୍‌ ଜିତିବାକୁ ୟିମାନଙ୍କୁ ମାତ୍ର ୩୫ ମିନିଟ୍‌ ସମୟ ଲାଗିଥିଲା। ପ୍ରଥମ ସେଟ୍‌ରେ ପରାସ୍ତ ହେବା ପରେ ସାଇନା ଦ୍ୱିତୀୟ ସେଟ୍‌କୁ ନିଜ ଷ୍ଟାଲରେ ଆରମ୍ଭ କରିଥିଲେ। ଏକଦା ୬-୦ର ଲିଡରେ […]

saina

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 06:12 PM IST

ମକାଓ: କ୍ୱାଟ୍‌ର ଫାଇନାଲ ମ୍ୟାଚ୍‌ ହାରି ସାଇନା ନେହୱାଲ ମକାଓ ଓପନ ଗ୍ରାଣ୍ଡ ପିକ୍ସ ଗୋଲ୍‌ ଚାମ୍ପିଅନସିପ୍‌ରୁ ଆଉଟ୍‌ ହୋଇଯାଇଛନ୍ତି।

ଆଜି ଖେଳାଯାଇଥିବା କ୍ୱାଟର ଫାଇନାଲରେ ସାଇନାଙ୍କୁ ଲୋକାଲ ଷ୍ଟାର ଚାଇନାର ଝାଙ୍ଗ ୟିମାନ ୨୧-୧୨ ଓ ୨୧-୧୭ ସେଟ୍‌ରେ ପରାସ୍ତ କରିଦେଇଥିଲେ।

ଏହି ମ୍ୟାଚ୍‌ ଜିତିବାକୁ ୟିମାନଙ୍କୁ ମାତ୍ର ୩୫ ମିନିଟ୍‌ ସମୟ ଲାଗିଥିଲା।

ପ୍ରଥମ ସେଟ୍‌ରେ ପରାସ୍ତ ହେବା ପରେ ସାଇନା ଦ୍ୱିତୀୟ ସେଟ୍‌କୁ ନିଜ ଷ୍ଟାଲରେ ଆରମ୍ଭ କରିଥିଲେ। ଏକଦା ୬-୦ର ଲିଡରେ ଥିବା ସାଇନାଙ୍କୁ ୟିମାନ ଦୃଢ ମୁକାବିଲା କରିବା ସହ ସେଟ୍‌କୁ ୨୧-୧୭ରେ ଜିତି ନେଇଥିଲେ।

ଗତ ବୁଧବାର ରାତିରେ ଖେଳା ଯାଇଥିବା ରାଉଣ୍ଡ-16ର ଏକ ମ୍ୟାଚ୍‌ରେ ସାଇନା ଇଣ୍ଡୋନେସିଆର ଡି.ଡି. ଆୟୁସଷ୍ଟିନ୍‌ଙ୍କୁ ୧୭-୨୧, ୨୧-୧୮ ଓ ୨୧-୧୨ ସେଟ୍‌ରେ ପରାସ୍ତ କରି କ୍ୱାଟର ଫାଇନାରେ ପ୍ରବେଶ କରିଥିଲେ।

Related story