ଅଲ୍ ଇଂଲଣ୍ଡ ଚାମ୍ପିଅନଶିପ୍: କ୍ୱାର୍ଟରରେ ସାଇନା

ବର୍ମିଂହାମ୍: ଭାରତର ତାରକା ଶଟଲର ସାଇନା ନେହ୍ୱାଲ ଚଳିତ ଅଲ୍ ଇଂଲଣ୍ଡ ଚାମ୍ପିଅନଶିପର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଦେଶର ଅନ୍ୟତମ ଖେଳାଳି ବି. ସାଇ ପ୍ରଣୀତ ଦ୍ୱିତୀୟ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ପ୍ରି-କ୍ୱାର୍ଟରଫାଇନାଲ ମୁକାବିଲାରେ ସାଇନା ଡେନମାର୍କର ଲାଇନ୍ ହୋଜମାର୍କଙ୍କୁ ୮-୨୧, ୨୧-୧୬, ୨୧-୧୩ ଗେମରେ ପରାସ୍ତ କରିଛନ୍ତି। ପ୍ରଥମ ଗେମ୍ ହାରିବା ପରେ ସାଇନା ଦମଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ଗେମକୁ ସହଜରେ ଜିତି ମ୍ୟାଚ୍ କବଜା […]

SAI

Hemant Lenka
  • Published: Thursday, 07 March 2019
  • , Updated: 07 March 2019, 10:16 PM IST

ବର୍ମିଂହାମ୍: ଭାରତର ତାରକା ଶଟଲର ସାଇନା ନେହ୍ୱାଲ ଚଳିତ ଅଲ୍ ଇଂଲଣ୍ଡ ଚାମ୍ପିଅନଶିପର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଦେଶର ଅନ୍ୟତମ ଖେଳାଳି ବି. ସାଇ ପ୍ରଣୀତ ଦ୍ୱିତୀୟ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି।

ଗୁରୁବାର ଖେଳାଯାଇଥିବା ପ୍ରି-କ୍ୱାର୍ଟରଫାଇନାଲ ମୁକାବିଲାରେ ସାଇନା ଡେନମାର୍କର ଲାଇନ୍ ହୋଜମାର୍କଙ୍କୁ ୮-୨୧, ୨୧-୧୬, ୨୧-୧୩ ଗେମରେ ପରାସ୍ତ କରିଛନ୍ତି। ପ୍ରଥମ ଗେମ୍ ହାରିବା ପରେ ସାଇନା ଦମଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ଗେମକୁ ସହଜରେ ଜିତି ମ୍ୟାଚ୍ କବଜା କରିଥିଲେ।

ପୁରୁଷ ସିଙ୍ଗଲ୍ସରେ ସାଇ ପ୍ରଣୀତଙ୍କୁ ହଂକଂର ଏନଜି କା ଲଙ୍ଗ ଆଙ୍ଗସ୍ ପରାସ୍ତ କରିଛନ୍ତି। ମାତ୍ର ୩୫ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ ସାଇ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୨-୨୧, ୧୭-୨୧ ଗେମରେ ହାରିଯାଇଥିଲେ। ଏହା ପୂର୍ବରୁ ପ୍ରଥମ ଦିବସରେ ପିଭି ସିନ୍ଧୁଙ୍କ ବିଦାୟ ନେବା ଭାରତ ପାଇଁ ସବୁଠାରୁ ବଡ଼ ଝଟକା ଥିଲା। ସିନ୍ଧୁଙ୍କୁ କୋରିଆର ସୁଙ୍ଗ୍ ଜି ହ୍ୟୁନ୍ ୨୧-୧୬, ୨୦-୨୨, ୨୧-୧୮ ଗେମରେ ହରାଇଥିଲେ ।

Related story