ବିଶ୍ୱ ମାନ୍ୟତା: ଶ୍ରେଷ୍ଠ-୫ ତାଲିକାରେ ସାକ୍ଷି

ନୂଆଦିଲ୍ଲୀ: ୟୁନାଇଟେଡ୍‌ ବିଶ୍ୱ କୁସ୍ତି (ୟୁଡବ୍ଲ୍ୟୁଡବ୍ଲ୍ୟୁ) ମାନ୍ୟତାର ପ୍ରଥମ ୫ ଜଣଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ରିଓ ଅଲିମ୍ପିକ୍‌ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ କୁସ୍ତି ଯୋଦ୍ଧା ସାକ୍ଷି ମଲିକ। ମହିଳା ୫୮ କେଜି କାଟାଗୋରୀରେ ସେ କ୍ରୀଡା ଜୀବନର ଶ୍ରେଷ୍ଠ ୪ର୍ଥ ସ୍ଥାନରେ ରହିଛନ୍ତି। ପୂର୍ବରୁ ସାକ୍ଷି ବିନା ରାଙ୍କରେ ଥିଲେ। ପ୍ରଥମ ମହିଳା କୁସ୍ତି ଯୋଦ୍ଧା ଭାବେ ସାକ୍ଷି ଦେଶ ପାଇଁ୨୦୧୬ ଅଲିମ୍ପିକ୍‌ରେ ପଦକ ହାତେଇ ଥିଲେ। ଆଣ୍ଠୁରେ ଆହତ ଲାଗିବାରୁ ଅଲିମ୍ପିକ୍‌ର ୪୮ କେଜି […]

sakhi

Rakesh Mallick
  • Published: Monday, 12 September 2016
  • , Updated: 12 September 2016, 05:53 PM IST

ନୂଆଦିଲ୍ଲୀ: ୟୁନାଇଟେଡ୍‌ ବିଶ୍ୱ କୁସ୍ତି (ୟୁଡବ୍ଲ୍ୟୁଡବ୍ଲ୍ୟୁ) ମାନ୍ୟତାର ପ୍ରଥମ ୫ ଜଣଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ରିଓ ଅଲିମ୍ପିକ୍‌ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ କୁସ୍ତି ଯୋଦ୍ଧା ସାକ୍ଷି ମଲିକ। ମହିଳା ୫୮ କେଜି କାଟାଗୋରୀରେ ସେ କ୍ରୀଡା ଜୀବନର ଶ୍ରେଷ୍ଠ ୪ର୍ଥ ସ୍ଥାନରେ ରହିଛନ୍ତି।

ପୂର୍ବରୁ ସାକ୍ଷି ବିନା ରାଙ୍କରେ ଥିଲେ। ପ୍ରଥମ ମହିଳା କୁସ୍ତି ଯୋଦ୍ଧା ଭାବେ ସାକ୍ଷି ଦେଶ ପାଇଁ୨୦୧୬ ଅଲିମ୍ପିକ୍‌ରେ ପଦକ ହାତେଇ ଥିଲେ।

ଆଣ୍ଠୁରେ ଆହତ ଲାଗିବାରୁ ଅଲିମ୍ପିକ୍‌ର ୪୮ କେଜି ବର୍ଗର କ୍ୱାର୍ଟରଫାଇନାଲରୁ କଟିଥିବା ଭିନେଶ ପୋଗତ ୨ଟି ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନରେ ରହିଛନ୍ତି।

ପୁରୁଷ ଫ୍ରି ଷ୍ଟାଇଲ୍‌ କାଟାଗୋରୀରେ ସନ୍ଦୀପ ତୋମାର ଓ ବଜରଙ୍ଗ ପୁନିଆ ଶ୍ରେଷ୍ଠ ୨୦ ଜଣକ ମଧ୍ୟରେ ରହିଛନ୍ତି।

Related story