ଏସିଆନ୍ ଅଲିମ୍ପିକ୍ କ୍ୱାଲିଫାୟର୍ସ ବକ୍ସିଂ: କ୍ୱାର୍ଟରରେ ସାକ୍ଷୀ ଚୌଧୁରୀ

ଅମାନ୍ (ଜୋର୍ଡାନ୍‌): ପୂର୍ବତନ ଜୁନିୟର ୱାର୍ଲ୍ଡ ଚାମ୍ପିୟନ୍ ସାକ୍ଷୀ ଚୌଧୁରୀ (୫୭ କେଜି) ଚଳିତ ଏସିଆନ୍ ଅଲିମ୍ପିକ୍ କ୍ୱାଲିଫାୟର୍ସ ବକ୍ସିଂ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ଏହି ୧୯ ବର୍ଷୀୟା ବକ୍ସର ପ୍ରି-କ୍ୱାର୍ଟରଫାଇନାଲରେ ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା ତଥା ଚତୁର୍ଥ ସିଡ୍ ଥାଇଲ୍ୟାଣ୍ଡ୍ ବକ୍ସର ନିଲାୱନ୍ ଟେଚାସୁପଙ୍କୁ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି। ଦୁଇଥରର ୟୁଥ୍ ୱାର୍ଲ୍ଡ ଚାମ୍ପିୟନ୍ ସାକ୍ଷୀ ଆସନ୍ତା ୯ ତାରିଖରେ ହେବାକୁଥିବା କ୍ୱାର୍ଟରରେ କୋରିଆର ଆଇଏମ୍ […]

sakhi

Ranjit Kumar Jena
  • Published: Wednesday, 04 March 2020
  • , Updated: 04 March 2020, 09:07 PM IST

ଅମାନ୍ (ଜୋର୍ଡାନ୍‌): ପୂର୍ବତନ ଜୁନିୟର ୱାର୍ଲ୍ଡ ଚାମ୍ପିୟନ୍ ସାକ୍ଷୀ ଚୌଧୁରୀ (୫୭ କେଜି) ଚଳିତ ଏସିଆନ୍ ଅଲିମ୍ପିକ୍ କ୍ୱାଲିଫାୟର୍ସ ବକ୍ସିଂ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ଏହି ୧୯ ବର୍ଷୀୟା ବକ୍ସର ପ୍ରି-କ୍ୱାର୍ଟରଫାଇନାଲରେ ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା ତଥା ଚତୁର୍ଥ ସିଡ୍ ଥାଇଲ୍ୟାଣ୍ଡ୍ ବକ୍ସର ନିଲାୱନ୍ ଟେଚାସୁପଙ୍କୁ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି।

ଦୁଇଥରର ୟୁଥ୍ ୱାର୍ଲ୍ଡ ଚାମ୍ପିୟନ୍ ସାକ୍ଷୀ ଆସନ୍ତା ୯ ତାରିଖରେ ହେବାକୁଥିବା କ୍ୱାର୍ଟରରେ କୋରିଆର ଆଇଏମ୍ ଏଜିଙ୍କୁ ଭେଟିବେ। ଯଦି ସାକ୍ଷୀ ସେମିଫାଇନାଲରେ ପ୍ରବେଶ କରନ୍ତି, ତାହେଲେ ତାଙ୍କର ଟୋକିଓ ଅଲିମ୍ପିକ୍ସ ଟିକେଟ୍ ପକ୍କା ହୋଇଯିବ। ମ୍ୟାଚ୍ ପରେ ସାକ୍ଷୀ କହିଥିଲେ, ମ୍ୟାଚରେ ମୁଁ ଥାଇଲ୍ୟାଣ୍ଡ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଲଗାତର କାଉଣ୍ଟର୍ କରିଥିଲି ଏବଂ ଏଥିରୁ ମୋତେ ବହୁତ ଫାଇଦା ମଧ୍ୟ ମିଳିଥିଲା। ସାକ୍ଷୀ ଓ ନିଲାୱନ୍ ବରାବରରୁ ଶୁଭାରମ୍ଭ କରିଥିଲେ।

ସାକ୍ଷୀ ନିଜର ଦମଦାର ଫୁଟୱର୍କ ଦ୍ୱାରା ଥାଲଇ୍ୟାଣ୍ଡ୍ ବକ୍ସରଙ୍କୁ ଦୂରରେ ରଖିଥିଲେ। ପ୍ରଥମ ରାଉଣ୍ଡରେ ସାକ୍ଷୀଙ୍କ ଦବଦବା ଦେଖିବାକୁ ମିଳିଥିଲା, କିନ୍ତୁ ଦ୍ୱିତୀୟ ହାଫରେ ଥାଇଲ୍ୟାଣ୍ଡର ବକ୍ସର ଜବରଦସ୍ତ କମବ୍ୟାକ୍ କରିଥିଲେ। ତୃତୀୟ ରାଉଣ୍ଡରେ ସାକ୍ଷୀ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲେ ଏବଂ ଏହି କାରଣରୁ ମ୍ୟାଚ୍ ମୁକାବିଲା ତାଙ୍କ ସପକ୍ଷରେ ଯାଇଥିଲା।

Related story