ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ହକିରେ ସମ୍ବଲପୁରକୁ ରୌପ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମହିଳା ହକି ଇଭେଣ୍ଟରେ ସମ୍ବଲପୁର ରୌପ୍ୟରେ ସନ୍ତୁଷ୍ଟ ହୋଇଛି। କିଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଫାଇନାଲରେ ସମ୍ବଲପୁର ୧-୪ ଗୋଲରେ ମଧ୍ୟପ୍ରଦେଶର ଆଇଟିଏମ୍ ୟୁନିଭର୍ସିଟି ନିକଟରୁ ପରାସ୍ତ ହୋଇଥିଲା। ପୂରା ମ୍ୟାଚରେ ଆଇଟିଏମ୍ ୟୁନିଭର୍ସିଟିର ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚର ୧୧ଶ ମିନିଟରେ ଆଇଟିଏମ୍ ୟୁନିଭର୍ସିଟିର ଅଞ୍ଜଳି ଗୌତମ ଫିଲ୍ଡ ଗୋଲ୍ ଦେଇ ନିଜ ଦଳକୁ ୧-୦ରେ ଆଗୁଆ କରାଇଥିଲେ। ଏହାର ତିନି ମିନିଟ୍ ବ୍ୟବଧାନରେ […]

hockey

Ranjit Kumar Jena
  • Published: Friday, 28 February 2020
  • , Updated: 28 February 2020, 06:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମହିଳା ହକି ଇଭେଣ୍ଟରେ ସମ୍ବଲପୁର ରୌପ୍ୟରେ ସନ୍ତୁଷ୍ଟ ହୋଇଛି। କିଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଫାଇନାଲରେ ସମ୍ବଲପୁର ୧-୪ ଗୋଲରେ ମଧ୍ୟପ୍ରଦେଶର ଆଇଟିଏମ୍ ୟୁନିଭର୍ସିଟି ନିକଟରୁ ପରାସ୍ତ ହୋଇଥିଲା।

ପୂରା ମ୍ୟାଚରେ ଆଇଟିଏମ୍ ୟୁନିଭର୍ସିଟିର ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚର ୧୧ଶ ମିନିଟରେ ଆଇଟିଏମ୍ ୟୁନିଭର୍ସିଟିର ଅଞ୍ଜଳି ଗୌତମ ଫିଲ୍ଡ ଗୋଲ୍ ଦେଇ ନିଜ ଦଳକୁ ୧-୦ରେ ଆଗୁଆ କରାଇଥିଲେ। ଏହାର ତିନି ମିନିଟ୍ ବ୍ୟବଧାନରେ ହିଁ ସମ୍ବଲପୁର ୟୁନିଭର୍ସିଟିର ଦୀପ୍ତି ଲାକ୍ରା ଆକର୍ଷଣୀୟ ଗୋଲ୍ ଦେଇ ମ୍ୟାଚକୁ ୧-୧ରେ ବରାବର ସ୍ଥିତିକୁ ଆଣିଥିଲେ। ତେବେ ଏହା ପରେ ଆଇଟିଏମ୍ ୟୁନିଭର୍ସିଟି ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା ଏବଂ ସମ୍ବଲପୁରକୁ ପ୍ରତ୍ୟାବର୍ତ୍ତନର କୌଣସି ସୁଯୋଗ ଦେଇନଥିଲା।

୧୯ତମ ମିନିଟରେ ଉପାସନା ସିଂହ ଆଇଟିଏମ୍ ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇଥିବା ବେଳେ ୪୩ତମ ମିନିଟରେ ଜ୍ୟୋତି ପାଲ୍ ତୃତୀୟ ଏବଂ ୪୬ତମ ମିନିଟରେ ଅଞ୍ଜଳି ଗୌତମ ନିଜର ଦ୍ୱିତୀୟ ତଥା ଟିମ୍ ପାଇଁ ଚତୁର୍ଥ ଗୋଲ୍ ସ୍କୋର କରିଥିଲେ। ମ୍ୟାଚର ଶେଷ ମୁହୂର୍ତ୍ତରେ ସମ୍ବଲପୁର ଗୋଲ୍ ପରିଶୋଧ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ, ଏଥିରେ ସେମାନଙ୍କୁ କୌଣସି ସଫଳତା ମିଳିନଥିଲା। ଫଳରେ ଆଇଟିଏମ୍ ୟୁନିଭର୍ସିଟି ଏହି ମ୍ୟାଚକୁ ଏକତରଫା ଭାବେ ୪-୧ ଗୋଲରେ ଜିତି ନେଇଥିଲା।

ସେହିପରି ତୃତୀୟ ସ୍ଥାନ ମ୍ୟାଚରେ ହରିୟାଣାର ଏମଡି ୟୁନିଭର୍ସିଟି ୧-୦ ଗୋଲରେ ବନାରସ ହିନ୍ଦୁ ୟୁନିଭର୍ସିଟିକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି।

Related story