ମୁହଁ ଖୋଲିଲେ ସାମି, ହସୀନଙ୍କ ସମ୍ପର୍କରେ ଏମିତି କହିଲେ

ମୁମ୍ବାଇ: ଟିମ୍‌ ଇଣ୍ଡିଆ ଦ୍ରୁତ ବୋଲର୍‌ ମହମ୍ମଦ ସାମିଙ୍କ ସମସ୍ୟା କମିବାର ନା ନେଉନାହିଁ। ସାମିଙ୍କ ପାରିବାରିକ ସମ୍ପର୍କରେ ବିବାଦ ଏମିତି ବଢ଼ଇ ଯାଇଛି ଯେ, ପ୍ରତିଦିନ କିଛି ନା କିଛି ନୂଆ କଥା ଶୁଣିବାକୁ ମିଳୁଛି। ପତ୍ନୀ ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ପରେ ଖୋଲାଖୋଲି ଭାବେ ଆଗକୁ ଆସିଛନ୍ତି ସାମି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାମି କହିଛନ୍ତି, “ଏବେ ସଂସାର ବଞ୍ଚାଇବାର ଚେଷ୍ଟା ସରିଯାଇଛି।” ସେ କହିଛନ୍ତି, “ମୋ ପତ୍ନୀ […]

sami

Rakesh Mallick
  • Published: Thursday, 15 March 2018
  • , Updated: 15 March 2018, 05:18 PM IST

ମୁମ୍ବାଇ: ଟିମ୍‌ ଇଣ୍ଡିଆ ଦ୍ରୁତ ବୋଲର୍‌ ମହମ୍ମଦ ସାମିଙ୍କ ସମସ୍ୟା କମିବାର ନା ନେଉନାହିଁ। ସାମିଙ୍କ ପାରିବାରିକ ସମ୍ପର୍କରେ ବିବାଦ ଏମିତି ବଢ଼ଇ ଯାଇଛି ଯେ, ପ୍ରତିଦିନ କିଛି ନା କିଛି ନୂଆ କଥା ଶୁଣିବାକୁ ମିଳୁଛି। ପତ୍ନୀ ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ପରେ ଖୋଲାଖୋଲି ଭାବେ ଆଗକୁ ଆସିଛନ୍ତି ସାମି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାମି କହିଛନ୍ତି, “ଏବେ ସଂସାର ବଞ୍ଚାଇବାର ଚେଷ୍ଟା ସରିଯାଇଛି।”

ସେ କହିଛନ୍ତି, “ମୋ ପତ୍ନୀ ସବୁବେଳେ ସନ୍ଦେହ କରୁଥିଲେ ଏବଂ ଅଭିଯୋଗ କରିବା ତାଙ୍କର ଏକ ଅଭ୍ୟାସ। ମୋ ପାଖରେ ମଧ୍ୟ ହ୍ୱାଟ୍ସଆପ୍‌ ମେସଜ୍‌ର ପ୍ରମାଣ ରହିଛି। ହସୀନ ମିଛ କହୁଛନ୍ତି। ଦୁବାଇରେ ମୋର ସବୁ କାମର ଖବରତାଙ୍କ ପାଖରେ ଥିଲା।”

ତାଙ୍କ ପାଇଁ ୧.୫ କୋଟି ଟଙ୍କା ଖର୍ଚ୍ଚ କରିଛି

ସାମି କହିଛନ୍ତି, “ହାସୀନ ପଛରେ ଗୋଟିଏ ବର୍ଷରେ ମୁଁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରିଛି। ସେ ମୋ କାର୍ଡରେ ସପିଂ କରୁଥିଲେ। ମୁଁ ସବୁବେଳେ ପରିବାରର ଦାୟିତ୍ୱ ନେଇଛି ଓ ଆଗକୁ ମୁଁ ଦୋଷୀ ପ୍ରମାଣିତ ହେଲେ ମୋତେ ଫାସି ଲଗାଇ ଦେବେ।”

ସେ ଆହୁରି କହିଛନ୍ତି ଯେ, ଦୁବାଇରୁ ହାସୀନ ତାଙ୍କ ପାଇଁ ହୀରା ଓ ସୁନା ମଗାଇ ଥିଲେ। ତାଙ୍କୁ ସରପ୍ରାଇଜ୍‌ ଦେବାକୁ ଭିସା ମଧ୍ୟ କରାଇଥିଲି। କେହି ଅଛି ଯିଏ, ତାଙ୍କୁ ଏମିତି ଅଭିଯୋଗ କରିବାକୁ ଉସୁକାଉଛି।”

ପୂର୍ବରୁ ବିବାହିତ ବୋଲି ଆଗରୁ ଜାଣି ନଥିଲି

ସାମି କହିଛନ୍ତି, “ହସୀନ ପୂର୍ବରୁ ବିବାହ କରି ତଲାକ୍‌ ନେଥିବା ଜାଣି ନଥିଲି। ବିବାହ ପରେ ଏହା ମୁଁ ଜାଣିଲି। ତାଙ୍କର ପୂର୍ବରୁ ପିଲା ଥିବା ମଧ୍ୟ ବିବାହ ପରେ ଜାଣିଲି। ମୁଁ ହାସୀନର ପୂର୍ବ ପତିଙ୍କ ପିଲାଙ୍କର ବି ଦେଖାରଖା କରୁଛି।

Related story