ଡୋପଟେଷ୍ଟରେ ବିଫଳ ମାମଲା:ସନ୍ଦେହ ଘେରରେ ନରସିଂହଙ୍କ ରୁମ୍‌ମେଟ

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ ପୂର୍ବରୁ କୁସ୍ତିଯୋଦ୍ଧା ନରସିଂହ ଯାଦବ ଡୋପ୍‌ଟେଷ୍ଟରେ ବିଫଳ ହେବା ପରେ ତନାଘନା ଆରମ୍ଭ ହୋଇଛି। ନରସିଂହଙ୍କ ଟେଷ୍ଟ ନମୂନାରୁ ଯେଉଁ ଷ୍ଟେରଏଡ ବାହାରିଥିଲା ତାହା ସାଇ ହଷ୍ଟେଲରେ ରହୁଥିବା ତାଙ୍କ ରୁମ୍‌ମେଟ୍‌ ସନ୍ଦୀପ ଯାଦବଙ୍କ ଟେଷ୍ଟ ରିପୋର୍ଟରୁ ମଧ୍ୟ ବାହାରିଛି। ନରସିଂହଙ୍କ ବିପକ୍ଷରେ ଷଡଯନ୍ତ୍ର ହୋଇଥିବା ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସନ୍ଦେହ କରିବା ପରେ ଏବେ ମାମଲା ଜଟିଳ ହେବାରେ ଲାଗିଛି। ସନ୍ଦୀପଙ୍କ ସହିତ ଅନ୍ୟ କିଛି କୁସ୍ତିଯୋଦ୍ଧାଙ୍କ ଉପରେ ଏନେଇ […]

narsingh yadav

Rakesh Mallick
  • Published: Monday, 25 July 2016
  • , Updated: 25 July 2016, 06:10 PM IST

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ ପୂର୍ବରୁ କୁସ୍ତିଯୋଦ୍ଧା ନରସିଂହ ଯାଦବ ଡୋପ୍‌ଟେଷ୍ଟରେ ବିଫଳ ହେବା ପରେ ତନାଘନା ଆରମ୍ଭ ହୋଇଛି। ନରସିଂହଙ୍କ ଟେଷ୍ଟ ନମୂନାରୁ ଯେଉଁ ଷ୍ଟେରଏଡ ବାହାରିଥିଲା ତାହା ସାଇ ହଷ୍ଟେଲରେ ରହୁଥିବା ତାଙ୍କ ରୁମ୍‌ମେଟ୍‌ ସନ୍ଦୀପ ଯାଦବଙ୍କ ଟେଷ୍ଟ ରିପୋର୍ଟରୁ ମଧ୍ୟ ବାହାରିଛି। ନରସିଂହଙ୍କ ବିପକ୍ଷରେ ଷଡଯନ୍ତ୍ର ହୋଇଥିବା ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସନ୍ଦେହ କରିବା ପରେ ଏବେ ମାମଲା ଜଟିଳ ହେବାରେ ଲାଗିଛି। ସନ୍ଦୀପଙ୍କ ସହିତ ଅନ୍ୟ କିଛି କୁସ୍ତିଯୋଦ୍ଧାଙ୍କ ଉପରେ ଏନେଇ ସନ୍ଦେହ କେନ୍ଦ୍ରୀତ କରିଛି ଡବ୍ଲ୍ୟୁଏଫ୍‌ଆଇ।

ଡବ୍ଲ୍ୟୁଏଫ୍‌ଆଇ ସହ ସଚିବ ବିନୋଦ ତୋମାର କହିଛନ୍ତି,“ଯେଉଁ ନିଷିଦ୍ଧ ଷ୍ଟେରଏଡ ନରସିଂହଙ୍କ ଟେଷ୍ଟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ତାହା ସମାନ ଭାବେ ମଧ୍ୟ ତାଙ୍କ ରୁମ୍‌ମେଟ୍‌ଙ୍କ ରିପୋର୍ଟରେ ତାହା ବାହାରିଛି। ଦୁହେଁ ଏହି ଷ୍ଟେରଏଡକୁ ନିୟମିତ ଭାବେ ଗ୍ରହଣ କରୁବା ସ୍ପଷ୍ଟ ବାରି ହୋଇଯାଉଛି। ତେଣୁ ଏହା ସନ୍ଦୀପଙ୍କୁ ବିବାଦ ମଧ୍ୟକୁ ଟାଣି ଆଣିଛି। ଉଭୟଙ୍କ ଠାରୁ ମିଳିଥିବା ଟେଷ୍ଟ ରିପୋର୍ଟରେ ଅତ୍ୟଧିକ ଷ୍ଟେରଏଡ ଥିବା ଜଣାପଡିଛି। ଏହା ନିୟମିତ ଭାବେ ଗ୍ରହଣ କରାଯାଉଥିବା ସନ୍ଦେହ କରାଯାଉଛି। କାହଁକି ଜଣେ ଏପରି ଅତ୍ୟଧିକ ଷ୍ଟେରଏଡ ଗ୍ରହଣ କରିବ ତାହା ତଦନ୍ତ ସାପେକ୍ଷ।”

ସୂଚନାଯୋଗ୍ୟ ଗତକାଲି ନାଡାର ସାଧାରଣ ନିର୍ଦ୍ଦେଶକ ନବୀନ ଅଗ୍ରୱାଲ ନରସିଂହ ଡୋପ ଟେଷ୍ଟରେ ବିଫଳ ହୋଇଥିବା ସୂଚନା ଦେଇଥିଲେ। ତାଙ୍କ ଟେଷ୍ଟ ରିପୋର୍ଟରେ ନିଷିଦ୍ଧ କରାଯାଇଥିବା କିଛି ଷ୍ଟେରଏଡ ଥିବା ଜଣାପଡିଥିଲା।

Related story