ସାନିଆ-ହିଙ୍ଗିସ ଜିତିଲେ ଏସଟି ପିଟର୍ସବର୍ଗ ମହିଳା ଟ୍ରଫି

ଏସଟି ପିଟର୍ସବର୍ଗ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍ ସାଥି ମାର୍ଟିନା ହିଙ୍ଗିସ୍ ଏସଟି ପିଟର୍ସବର୍ଗ ମହିଳା ଟ୍ରଫି ଜିତିଯାଇଛନ୍ତି। ଏହାସହିତ ଏହି ଯୋଡି ଲାଗାତାର ୪୦ଟି ମ୍ୟାଚ୍ ଜିତିବାରେ ଗୌରବ ଅର୍ଜନ କରିଛନ୍ତି। ଆଜି ଏସଟି ପିଟର୍ସବର୍ଗ ମହିଳା ଟ୍ରଫିର ମହିଳା ଡବଲ୍ସ ଫାଇନାଲରେ ସାନିଆ-ହିଙ୍ଗିସ ଯୋଡି ୬-୩, ୬-୧ରେ ଭେରା ଡସେଭିନା ଓ ବାର୍ବୋରା ରେଜିସିକୋଭାଙ୍କୁ ହରାଇଥିଲେ। ଏହି ମ୍ୟାଚ୍‌ ୧ ଘଣ୍ଟା ଧରି ଚାଲିଥିଲା। ଏସଟି ପିଟର୍ସବର୍ଗ ମହିଳା […]

saniamirza-m

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 05:36 PM IST

ଏସଟି ପିଟର୍ସବର୍ଗ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍ ସାଥି ମାର୍ଟିନା ହିଙ୍ଗିସ୍ ଏସଟି ପିଟର୍ସବର୍ଗ ମହିଳା ଟ୍ରଫି ଜିତିଯାଇଛନ୍ତି। ଏହାସହିତ ଏହି ଯୋଡି ଲାଗାତାର ୪୦ଟି ମ୍ୟାଚ୍ ଜିତିବାରେ ଗୌରବ ଅର୍ଜନ କରିଛନ୍ତି।

ଆଜି ଏସଟି ପିଟର୍ସବର୍ଗ ମହିଳା ଟ୍ରଫିର ମହିଳା ଡବଲ୍ସ ଫାଇନାଲରେ ସାନିଆ-ହିଙ୍ଗିସ ଯୋଡି ୬-୩, ୬-୧ରେ ଭେରା ଡସେଭିନା ଓ ବାର୍ବୋରା ରେଜିସିକୋଭାଙ୍କୁ ହରାଇଥିଲେ। ଏହି ମ୍ୟାଚ୍‌ ୧ ଘଣ୍ଟା ଧରି ଚାଲିଥିଲା।

ଏସଟି ପିଟର୍ସବର୍ଗ ମହିଳା ଟ୍ରଫି ହେଉଛି ସାନିଆ-ହିଙ୍ଗିସଙ୍କର ଚଳିତ ବର୍ଷର ଚତୁର୍ଥ ଟାଇଟଲ୍। ବର୍ତ୍ତମାନ ସୁଦ୍ଧା ଏହି ଯୋଡି ମହିଳା ଡବଲ୍ସରେ ୧୩ଟି ଟ୍ରଫି ଜିତି ସାରିଲେଣି।

Related story