ଏହି ମହାନ୍ କ୍ରିକେଟରଙ୍କ ପୁଅଙ୍କୁ ବାହା ହେବେ ସାନିଆ ମିର୍ଜାଙ୍କ ଭଉଣୀ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ କୁଇନ୍ ସାନିଆ ମିର୍ଜାଙ୍କ ସାନ ଭଉଣୀ ଅନମ୍ ମିର୍ଜା ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ବିବାହ କରିବେ । ଦୀର୍ଘଦିନ ଧରି ଚାଲିଥିବା ଏହି ବିବାହ ଖବରକୁ ଶେଷରେ ସାନିଆ ସ୍ୱୀକାର କରିଛନ୍ତି। ଖୋଦ୍ ସାନିଆ ନିଜ ଭଉଣୀଙ୍କ ସହ ଆଝାରଙ୍କ ପୁଅଙ୍କ ବିବାହ ନେଇ ସୂଚନା ଦେଇଛନ୍ତି। ସାନିଆ କହିଛନ୍ତି, ଅନମ୍ ଡିସେମ୍ବରରେ ବିବାହ କରିବେ। ଆମେ ନିକଟରେ ପ୍ୟାରିସରେ ବ୍ୟାଚଲର୍ ପାର୍ଟି […]

asad

Ranjit Kumar Jena
  • Published: Monday, 07 October 2019
  • , Updated: 07 October 2019, 05:11 PM IST

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ କୁଇନ୍ ସାନିଆ ମିର୍ଜାଙ୍କ ସାନ ଭଉଣୀ ଅନମ୍ ମିର୍ଜା ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ବିବାହ କରିବେ । ଦୀର୍ଘଦିନ ଧରି ଚାଲିଥିବା ଏହି ବିବାହ ଖବରକୁ ଶେଷରେ ସାନିଆ ସ୍ୱୀକାର କରିଛନ୍ତି। ଖୋଦ୍ ସାନିଆ ନିଜ ଭଉଣୀଙ୍କ ସହ ଆଝାରଙ୍କ ପୁଅଙ୍କ ବିବାହ ନେଇ ସୂଚନା ଦେଇଛନ୍ତି।

ସାନିଆ କହିଛନ୍ତି, ଅନମ୍ ଡିସେମ୍ବରରେ ବିବାହ କରିବେ। ଆମେ ନିକଟରେ ପ୍ୟାରିସରେ ବ୍ୟାଚଲର୍ ପାର୍ଟି ଶେଷ କରି ଫେରିଛୁ ଏବଂ ଏହି ବିବାହକୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ। ସେ (ଅନମ୍‌) ଜଣେ ଭଲ ପିଲାଙ୍କୁ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ନାଁ ଅସଦ୍ ଏବଂ ସେ ମହାନ୍ କ୍ରିକେଟର ଆଝାରୁଦ୍ଦିନଙ୍କ ପୁଅ।" ସାନିଆଙ୍କ ଭଉଣୀ ଅନମ୍ ମିର୍ଜା ଜଣେ ଫ୍ୟାଶନ୍ ଷ୍ଟାଇଲିଷ୍ଟ୍।

ଅନମ୍ ମିର୍ଜା ସୋଶାଲ ମିଡିଆରେ ମହମ୍ମଦ ଅସଦଙ୍କ ସହ ଏକ ଫଟୋ ଶେଆର କରିଥିଲେ, ଯେଉଁଥିରେ ସେ କ୍ୟାପସନରେ ଲେଖିଥିଲେ, 'ଫ୍ୟାମିଲି'। ଏହା ପରେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏବେ ଖୋଦ୍ ସାନିଆ ଏହି ବିବାହକୁ ନେଇ ସ୍ପଷ୍ଟ କରିଛନ୍ତି। ତେବେ ସାନିଆ ବିବାହର ତାରିଖକୁ ନେଇ ସୂଚନା ଦେଇନାହାନ୍ତି। ତେବେ ବିବାହ ଡିସେମ୍ବରରେ ହେବ ବୋଲି କହିଛନ୍ତି।

Related story