ରିଓ ଅଲିମ୍ପିକ୍: ହାରିଗଲେ ସାନିଆ-ପ୍ରାର୍ଥନା ଯୋଡ଼ି

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ର ଟେନିସ୍‌ର ମହିଳା ଡବଲ୍ସରେ ସାନିଆ ମିର୍ଜାଙ୍କ ଅଭିଯାନ ଶେଷ ହୋଇଯାଇଛି। ସେ ଓ ତାଙ୍କ ସାଥୀ ପ୍ରାର୍ଥନା ଥୋମ୍ବରେ ପ୍ରଥମ ରାଉଣ୍ଡରେ ଚୀନର ଶୁଆଇ ଝାଙ୍ଗ ଓ ଶୁଆଇ ପେଙ୍ଗଙ୍କଠାରୁ ୭-୬ (୮-୬), ୫-୭, ୭-୫ରେ ହାରି ବିଦାୟ ନେଇଛନ୍ତି। ୨ ଘଣ୍ଟା ୪୪ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା। ଏହି ପରାଜୟ ସତ୍ତ୍ୱେ ପଦକ ପାଇବା ପାଇଁ ସାନିଆଙ୍କ ହାତରେ ଆଉ ଏକ ସୁଯୋଗ ରହିଛି। ଆଗକୁ […]

sania

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 02:24 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ର ଟେନିସ୍‌ର ମହିଳା ଡବଲ୍ସରେ ସାନିଆ ମିର୍ଜାଙ୍କ ଅଭିଯାନ ଶେଷ ହୋଇଯାଇଛି। ସେ ଓ ତାଙ୍କ ସାଥୀ ପ୍ରାର୍ଥନା ଥୋମ୍ବରେ ପ୍ରଥମ ରାଉଣ୍ଡରେ ଚୀନର ଶୁଆଇ ଝାଙ୍ଗ ଓ ଶୁଆଇ ପେଙ୍ଗଙ୍କଠାରୁ ୭-୬ (୮-୬), ୫-୭, ୭-୫ରେ ହାରି ବିଦାୟ ନେଇଛନ୍ତି। ୨ ଘଣ୍ଟା ୪୪ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା।

ଏହି ପରାଜୟ ସତ୍ତ୍ୱେ ପଦକ ପାଇବା ପାଇଁ ସାନିଆଙ୍କ ହାତରେ ଆଉ ଏକ ସୁଯୋଗ ରହିଛି। ଆଗକୁ ତାଙ୍କ ମିକ୍ସଡ୍ ଡବଲ୍ସ ମ୍ୟାଚ୍ ଅଛି। ଏଥିରେ ରୋହନ ବୋପାନ୍ନା ତାଙ୍କର ସାଥୀ ଅଛନ୍ତି।

ବୋପାନ୍ନା ଓ ଲିଆଣ୍ଡର ପେସ୍ ଯୋଡ଼ି ମଧ୍ୟ ଶନିବାର ପୁରୁଷ ଡବଲ୍ସରେ ହାରିଯାଇଥିଲେ ଓ ଏହି ଇଭେଣ୍ଟରୁ ବାହାର ହୋଇଯାଇଥିଲେ।

Related story