ସନ୍ତୋଷ ଟ୍ରଫି ଫୁଟବଲ: ଓଡ଼ିଶାର ଅଭିଯାନ ଆରମ୍ଭ

କଟକ (ଓଡ଼ିଶା ରିପୋର୍ଟର୍): ୭୪ତମ ଜାତୀୟ ଫୁଟବଲ ଚାମ୍ପିୟନଶିପ୍ ସନ୍ତୋଷ ଟ୍ରଫିର ଇଷ୍ଟ ଜୋନ୍ କ୍ୱାଲିଫାଇଙ୍ଗ୍ ରାଉଣ୍ଡ ଆଜିଠାରୁ ଆରମ୍ଭ ହୋଇଛି। ଚାମ୍ପିୟନଶିପରେ ଓଡ଼ିଶା ଫୁଟବଲ ଟିମ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ରବିବାର ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ରାଜେଶ ନାୟକଙ୍କ ହ୍ୟାଟ୍ରିକ୍ ସମେତ ୪ ଗୋଲ ବଳରେ ବିହାରକୁ ୬-୧ ଗୋଲରେ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ରାଜେଶ (୨୯ତମ, ୫୬ତମ, ୬୦ତମ, ୯୦+୨ତମ) ଚାରୋଟ ଗୋଲ୍ ଦେଇଥିବା ବେଳେ କ୍ୟାପଟେନ୍ ଅର୍ପଣ […]

odisha-mens

Ranjit Kumar Jena
  • Published: Sunday, 22 September 2019
  • , Updated: 22 September 2019, 06:25 PM IST

କଟକ (ଓଡ଼ିଶା ରିପୋର୍ଟର୍): ୭୪ତମ ଜାତୀୟ ଫୁଟବଲ ଚାମ୍ପିୟନଶିପ୍ ସନ୍ତୋଷ ଟ୍ରଫିର ଇଷ୍ଟ ଜୋନ୍ କ୍ୱାଲିଫାଇଙ୍ଗ୍ ରାଉଣ୍ଡ ଆଜିଠାରୁ ଆରମ୍ଭ ହୋଇଛି। ଚାମ୍ପିୟନଶିପରେ ଓଡ଼ିଶା ଫୁଟବଲ ଟିମ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ରବିବାର ଓଡ଼ିଶା ତା'ର ପ୍ରଥମ ମ୍ୟାଚରେ ରାଜେଶ ନାୟକଙ୍କ ହ୍ୟାଟ୍ରିକ୍ ସମେତ ୪ ଗୋଲ ବଳରେ ବିହାରକୁ ୬-୧ ଗୋଲରେ ପରାସ୍ତ କରିଛି।

ଓଡ଼ିଶା ପକ୍ଷରୁ ରାଜେଶ (୨୯ତମ, ୫୬ତମ, ୬୦ତମ, ୯୦+୨ତମ) ଚାରୋଟ ଗୋଲ୍ ଦେଇଥିବା ବେଳେ କ୍ୟାପଟେନ୍ ଅର୍ପଣ ଲାକ୍ରା (୩୪ତମ) ଓ ବିକି ସେଠୀ (୪୧ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ସେହିପରି ବିହାର ପକ୍ଷରୁ ମହମ୍ମଦ ସର୍ଫରାଜ (୬୭ତମ) ଏକମାତ୍ର ଗୋଲ୍ ସ୍କୋର କରିଥିଲେ।

ପଶ୍ଚିମବଙ୍ଗର କଲ୍ୟାଣୀଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଓଡ଼ିଶା ଉଭୟାର୍ଦ୍ଧରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ମ୍ୟାଚର ୨୯ତମ ମିନିଟରେ ରାଜେଶ ଗୋଟିଏ ଗୋଲ୍ ଦେଇ ଓଡ଼ିଶାକୁ ୧-୦ରେ ଆଗୁଆ କରାଇଥିଲେ। ଏହା ପରେ ଅର୍ପଣ ଦ୍ୱିତୀୟ ଏବଂ ବିକି ତୃତୀୟ ଗୋଲ୍ ଦେଇଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଓଡ଼ିଶା ୩-୦ର ବଡ଼ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଓଡ଼ିଶାର ଆକ୍ରମଣ ଜାରି ରହିଥିଲା। ରାଜେଶ ଚମତ୍କାର ପ୍ରଦର୍ଶନ କରି ବିହାର ଡିଫେନ୍ସକୁ ଚକମା ଦେବାରେ ସଫଳ ହୋଇଥିଲେ। ସେ ୫୬ତମ ଓ ୬୦ତମ ମିନିଟରେ ଲଗାତାର ଦୁଇଟି ଗୋଲ୍ ନିଜର ହ୍ୟାଟ୍ରିକ୍ ପୂରଣ କରିବା ସହ ଓଡ଼ିଶାକୁ ୫-୦ରେ ଆଗୁଆ କରାଇଥିଲେ।

୬୭ତମ ମିନିଟରେ ସର୍ଫରାଜ ବିହାର ପାଇଁ ପ୍ରଥମ ଗୋଲ୍ ପରିଶୋଧ କରିଥିଲେ। କିନ୍ତୁ ଏହି ଗୋଟିଏ ଗୋଲ୍ ବିହାରକୁ ମ୍ୟାଚ୍ ଜିତାଇବା ପାଇଁ ଯଥେଷ୍ଟ ନଥିଲା। ୯୦ ମିନିଟ୍ ପରେ ଇଞ୍ଜୁରୀ ଟାଇମରେ ରାଜେଶ ନିଜର ଚତୁର୍ଥ ତଥା ଓଡ଼ିଶା ପାଇଁ ଷଷ୍ଠ ଗୋଲ୍ ସ୍କୋର କରିଥିଲେ। ଏଥିସହ ଓଡ଼ିଶା ମ୍ୟାଚକୁ ଏକତରଫା ଭାବେ ୬-୧ରେ ଜିତି ନେଇଥିଲା। ଆସନ୍ତା ୨୬ ତାରିଖରେ ଓଡ଼ିଶା ତା'ର ପରବର୍ତ୍ତୀ ମ୍ୟାଚରେ ଆୟୋଜକ ପଶ୍ଚିମବଙ୍ଗକୁ ଭେଟିବ।

Related story