ପାକ୍‌ ବିପକ୍ଷ ସିରିଜ୍‌ରେ ଇଂଲଣ୍ଡ ସ୍ପିନରଙ୍କୁ ପ୍ରଶିକ୍ଷଣ ଦେବେ ମୁସ୍ତାକ୍‌

କରାଚି: ପାକ୍‌ ବିପକ୍ଷ ଇଂଲଣ୍ଡ ସିରିଜ୍‌ରେ ପାକିସ୍ତାନର ପୂର୍ବତନ ଟେଷ୍ଟ କ୍ରିକେଟର ସାକ୍‌ଲିନ୍‌ ମୁସ୍ତାକ୍‌ ଇଂଲଣ୍ଡ ସ୍ପିନ୍‌ରଙ୍କୁ ୧୦ ଦିନ ପାଇଁ ପ୍ରଶିକ୍ଷଣ ଦେବେ। ଏଥିପାଇଁ ସେ ଇଂଲଣ୍ଡ ସହ ୧୦ ଦିନ ପାଇଁ ଚୁକ୍ତିଭୁକ୍ତ ହୋଇଛନ୍ତି। ଏନେଇ ସେ କହିଛନ୍ତି,“ଇଂଲଣ୍ଡ ସ୍ପିନ୍‌ରଙ୍କୁ ପ୍ରଶିକ୍ଷଣ ଦେବାକୁ ନିଯୁକ୍ତି ପାଇଥିବାରୁ ମୁଁ ବହୁତ ଖୁସି। ଯଦିବା ଏହା କ୍ଷୁଦ୍ର ମିଆଦୀର ଏହା ମୋ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମୁଁ ମଞ୍ଚେଷ୍ଟରରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ […]

Saqlain’s-coaching

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 11:34 AM IST

କରାଚି: ପାକ୍‌ ବିପକ୍ଷ ଇଂଲଣ୍ଡ ସିରିଜ୍‌ରେ ପାକିସ୍ତାନର ପୂର୍ବତନ ଟେଷ୍ଟ କ୍ରିକେଟର ସାକ୍‌ଲିନ୍‌ ମୁସ୍ତାକ୍‌ ଇଂଲଣ୍ଡ ସ୍ପିନ୍‌ରଙ୍କୁ ୧୦ ଦିନ ପାଇଁ ପ୍ରଶିକ୍ଷଣ ଦେବେ। ଏଥିପାଇଁ ସେ ଇଂଲଣ୍ଡ ସହ ୧୦ ଦିନ ପାଇଁ ଚୁକ୍ତିଭୁକ୍ତ ହୋଇଛନ୍ତି।

ଏନେଇ ସେ କହିଛନ୍ତି,“ଇଂଲଣ୍ଡ ସ୍ପିନ୍‌ରଙ୍କୁ ପ୍ରଶିକ୍ଷଣ ଦେବାକୁ ନିଯୁକ୍ତି ପାଇଥିବାରୁ ମୁଁ ବହୁତ ଖୁସି। ଯଦିବା ଏହା କ୍ଷୁଦ୍ର ମିଆଦୀର ଏହା ମୋ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମୁଁ ମଞ୍ଚେଷ୍ଟରରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଗସ୍ତରେ ଖୁବ ଶୀଘ୍ର ଯିବି ଓ ଖେଳାଳିଙ୍କ। ସହ ଖୁବ୍‌ ଶୀଘ୍ର ଯୋଗ ଦେବି। ଏଥିପାଇଁ ମୁଁ ପ୍ରସ୍ତୁତ।”

ଜୁଲାଇ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ୍‌ରେ ୪ଟି ଟେଷ୍ଟ ଓ ୫ଟି ଏକଦିବସୀୟ ମ୍ୟାଚ୍‌ ଖେଳାଯିବ ।

Related story