ଲଣ୍ଡନ ଡୋପିଂ ଟେଷ୍ଟ ସକରାତ୍ମକ ହେଲେ ମଧ୍ୟ ସାରାପୋଭା କ୍ରୀଡ଼ା ଜୀବନ ଶେଷ ଆଶଙ୍କା

ମସ୍କୋ: ଖରାପ ସମୟ ଦେଇ ଗତି କରୁଛନ୍ତି ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ଋଷିଆନ୍‌ ଟେନିସ୍‌ ଷ୍ଟାର ମାରିଆ ସାରାପୋଭା। ଆଲୋଚନା ହେଉଛି କି ତାଙ୍କ ଟେନିସ୍‌ ଜୀବନ ଶେଷ ହେବା ଉପରେ। ଏନେଇ ବିଷେଦ୍‌ଗାର କରିଛନ୍ତି ରୁଷିଆନ୍‌ ଟେନିସ୍‌ ଫେଡେରେସନ୍‌ର ସଭାପତି ଶାମିଲ୍‌ ତାରପିଶ୍ଚୋଭେ। ସେ କହିଛନ୍ତି,“ ବୁଧବାର ଲଣ୍ଡନ୍‌ରେ ଅନୁଷ୍ଠିତ ଆଣ୍ଟି-ଡୋପିଂ ଟେଷ୍ଟରେ ଯଦିବା ମାରିଆ ସାରାପୋଭାଙ୍କର ରିପୋର୍ଟ ସକାରାତ୍ମକ ଆସୁଛି ତେବେ ମଧ୍ୟ ତାଙ୍କ କ୍ରୀଡା ଜୀବନ ଶେଷ ହେବା […]

maria-sharapova-press-con

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 12:15 PM IST

ମସ୍କୋ: ଖରାପ ସମୟ ଦେଇ ଗତି କରୁଛନ୍ତି ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ଋଷିଆନ୍‌ ଟେନିସ୍‌ ଷ୍ଟାର ମାରିଆ ସାରାପୋଭା। ଆଲୋଚନା ହେଉଛି କି ତାଙ୍କ ଟେନିସ୍‌ ଜୀବନ ଶେଷ ହେବା ଉପରେ। ଏନେଇ ବିଷେଦ୍‌ଗାର କରିଛନ୍ତି ରୁଷିଆନ୍‌ ଟେନିସ୍‌ ଫେଡେରେସନ୍‌ର ସଭାପତି ଶାମିଲ୍‌ ତାରପିଶ୍ଚୋଭେ।

ସେ କହିଛନ୍ତି,“ ବୁଧବାର ଲଣ୍ଡନ୍‌ରେ ଅନୁଷ୍ଠିତ ଆଣ୍ଟି-ଡୋପିଂ ଟେଷ୍ଟରେ ଯଦିବା ମାରିଆ ସାରାପୋଭାଙ୍କର ରିପୋର୍ଟ ସକାରାତ୍ମକ ଆସୁଛି ତେବେ ମଧ୍ୟ ତାଙ୍କ କ୍ରୀଡା ଜୀବନ ଶେଷ ହେବା ନେଇ ଆଶଙ୍କା ରହିଛି। ତେଣୁ ସେ ଅନ୍ୟ ଦିଗ ପ୍ରତି ଚିନ୍ତା କରନ୍ତୁ।”

ଆନ୍ତର୍ଜାତୀୟ ଟେନିସ୍‌ ଫେଡେରେସନନ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରିଥିଲେ। ଲଣ୍ଡନରେ ଅନୁଷ୍ଠିତ ଡୋପିଂ ଟେଷ୍ଟରେ ସେ ସଫଳ ହେଲେ ଏହା ହ୍ରାସ ପାଇପାରେ ବୋଲି ଆଶା କରାଯାଉଥିଲା। ଏନେଇ ବ୍ରିଟିଶ ମିଡିଆରେ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା।

ସୂଚନାଯୋଗ୍ୟ, ମାର୍ଚ୍ଚ ୮ ତାରିଖରେ ଅଷ୍ଟ୍ରେଲିଆନ୍ ଓପନର ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ ପାଞ୍ଚ ଥର ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ଟେନିସ୍‌ ତାରକା ସାରାପୋଭା।

୨୦୧୬ ବର୍ଷ ପାଇଁ ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସୀ ମେଡିସିନ୍‌ ତାଲିକାରେ କିଛି ପରିବର୍ତ୍ତନ କରିଥିଲା। ୨୦୦୬ରୁ ସାରାପୋଭା ନେଉଥିବା ଏକ ମେଡିସିନ୍‌କୁ ଚଳିତ ବର୍ଷ ନିଷେଧ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ସେ ଏ ନେଇ ଅବଗତ ନ ଥିଲେ। ତାଙ୍କର ଡୋପ୍ ଟେଷ୍ଟ କରାଯିବା ପରେ ତାଙ୍କ ଶୀରରରେ ମେଲୋଡ୍ରୋମ୍‌ ନାମକ ଦ୍ରବ୍ୟ ମିଳିଥିବା ରିପୋର୍ଟରୁ ଜଣାପଡ଼ିଥିଲା। ଏହାକୁ ନେଇ ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ୍ ତାଙ୍କୁ ନିଲମ୍ବିତ କରିଥିଲା।

Related story