ସର୍ଫରାଜ୍‌ଙ୍କ କଥା ଶୁଣି ଚିଡ଼ିଯିବେ ପାକିସ୍ତାନୀ ଫ୍ୟାନ୍‌!

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରେ ଭାରତଠାରୁ ୮୯ ରନ୍‌ରେ ହାରିବା ପରେ ପାକିସ୍ତାନୀ ଟିମ୍‌ ଉପରେ ତାଙ୍କ ଦେଶର ଫ୍ୟାନ୍‌ମାନେ ପୂରା ରାଗି ଯାଇଛନ୍ତି। ସେମାନେ ପାକିସ୍ତାନ ଖେଳାଳିଙ୍କ ଫିଟ୍‌ନେସ୍ ଉପରେ ପ୍ରଶ୍ନ କରିଛନ୍ତି। ବିଶେଷ କରି ଅଧିନାୟକ ସର୍ଫରାଜ୍ ଅହମଦଙ୍କ ହାଇ ମାରିବା ଫଟୋ ଭାଇରାଲ୍ ହେବା ପରେ ଫ୍ୟାନ୍‌ମାନେ ଚିଡ଼ି ଯାଇଛନ୍ତି। ତାଙ୍କର ଫିଟ୍‌ନେସ୍ ଉପରେ ବି ସେମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଏସବୁକୁ ସର୍ଫରାଜ୍ ଏତେ ଗୁରୁତ୍ୱ ଦେଉ ନାହାନ୍ତି। ଆଉ ଏହା […]

sarfaraj

sarfaraj

Jitendra Garnayak
  • Published: Sunday, 23 June 2019
  • Updated: 23 June 2019, 01:48 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରେ ଭାରତଠାରୁ ୮୯ ରନ୍‌ରେ ହାରିବା ପରେ ପାକିସ୍ତାନୀ ଟିମ୍‌ ଉପରେ ତାଙ୍କ ଦେଶର ଫ୍ୟାନ୍‌ମାନେ ପୂରା ରାଗି ଯାଇଛନ୍ତି। ସେମାନେ ପାକିସ୍ତାନ ଖେଳାଳିଙ୍କ ଫିଟ୍‌ନେସ୍ ଉପରେ ପ୍ରଶ୍ନ କରିଛନ୍ତି। ବିଶେଷ କରି ଅଧିନାୟକ ସର୍ଫରାଜ୍ ଅହମଦଙ୍କ ହାଇ ମାରିବା ଫଟୋ ଭାଇରାଲ୍ ହେବା ପରେ ଫ୍ୟାନ୍‌ମାନେ ଚିଡ଼ି ଯାଇଛନ୍ତି। ତାଙ୍କର ଫିଟ୍‌ନେସ୍ ଉପରେ ବି ସେମାନେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଏସବୁକୁ ସର୍ଫରାଜ୍ ଏତେ ଗୁରୁତ୍ୱ ଦେଉ ନାହାନ୍ତି। ଆଉ ଏହା ଭିତରେ ସେ ପାକିସ୍ତାନୀ ଫ୍ୟାନ୍‌ଙ୍କୁ ବାଧିଲା ଭଳି କଥାଟିଏ କହି ଦେଇଛନ୍ତି।

ଆଇସିସି ୱେବ୍‌ସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି,“ବିଶ୍ୱକପ୍‌ରେ ପାକିସ୍ତାନ ପ୍ରଥମ ଥର ପାଇଁ ଭାରତଠାରୁ ହାରି ନାହିଁ। ଖେଳରେ ଏସବୁ ଚାଲେ। ଭାରତଠାରୁ ହାରିବା ପରେ ପାକିସ୍ତାନ ଅଧିନାୟକଙ୍କ ଉପରେ ସାଧାରଣତଃ ଚାପ ପଡ଼େ। ଆଶା କରୁଛୁ ଆମେ ଆଗକୁ ଭଲ ଖେଳିବୁ। ଆମେ କଠିନ ପରିଶ୍ରମ କରୁଛୁ। ଆମ ପାଇଁ ଦ୍ୱାର ବନ୍ଦ ହୋଇନାହିଁ।”

ଭାରତଠାରୁ ହାରିବା ପରେ କିଛି ଫ୍ୟାନ୍‌ ତାଙ୍କୁ ଘୁଷୁରୀ ସହିତ ତୁଳନା କରି ଦେଇଥିଲେ। ଏପରିକି ଲଣ୍ଡନରେ ସେ ତାଙ୍କ ପରିବାର ସହିତ ଏକ ମଲ୍‌ରେ ବୁଲୁଥିବା ବେଳେ ଜଣେ ପାକିସ୍ତାନୀ ଫ୍ୟାନ୍ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ।

ବିଶ୍ୱକପ୍‌ରେ ପାକିସ୍ତାନ ଓ ଭାରତ ୭ ଥର ମୁହାଁମୁହିଁ ହୋଇଛନ୍ତି ଏବଂ ସବୁଥର ଭାରତ ବାଜି ମାରିଛି। ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ଏଯାବତ ୫ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏରେ ଜିତିଛି। ଏହା ସହିତ ଦଳକୁ ମାତ୍ର ୩ ପଏଣ୍ଟ ମିଳିଛି। ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ହୋଇପାରି ନଥିଲା। ଅନ୍ୟପକ୍ଷରେ ଭାରତ ୫ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଛି। ବର୍ଷା ଯୋଗୁ ଦଳ ଗୋଟିଏ ମ୍ୟାଚ୍ ଖେଳି ପାରି ନଥିଲା।

ସୂଚନାଯୋଗ୍ୟ, ଆଜି ପାକିସ୍ତାନ ତା’ର ଷଷ୍ଠ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos