ବିଶ୍ୱ ବକ୍ସିଂ ଚାମ୍ପିୟନଶିପରୁ ସରିତା ଦେବୀ ଆଉଟ୍‌

ଉଲାନ୍‌-ଉଦେ (ରୁଷ୍‌): ପୂର୍ବତନ ଚାମ୍ପିୟନ୍‌ ଏଲ୍‌. ସରିତା ଦେବୀ (୬୦ କେଜି) ଚଳିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରୁ ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡରେ ବାଏ ବାଇଥିବା ସରିତା ଦେବୀ ରବିବାର ଦ୍ୱିତୀୟ ରାଉଣ୍ଡରେ ରୁଷର ନାତାଲିଆ ଶାଦ୍ରିନାଙ୍କଠାରୁ ୦-୫ରେ ପରାସ୍ତ ହୋଇଛନ୍ତି। ସେହିପରି ଚଳିତ ଚାମ୍ପିୟନଶିପରେ ପଦାର୍ପଣ କରିଥିବା ଭାରତର ଆଉ ଜଣେ ବକ୍ସର ନନ୍ଦିନୀ (୮୧ କେଜି) ମଧ୍ୟ ଆଉଟ୍‌ ହୋଇଛନ୍ତି। ନନ୍ଦିନୀ ଜର୍ମାନୀର ଇରିନା-ନିକୋଲେଟା ସ୍କୋନବର୍ଗରଙ୍କଠାରୁ ୦-୫ ପଏଣ୍ଟରେ ହାରିଯାଇଛନ୍ତି । ୨୦୦୬ରେ […]

BOXING

Ranjit Kumar Jena
  • Published: Sunday, 06 October 2019
  • , Updated: 06 October 2019, 06:44 PM IST

ଉଲାନ୍‌-ଉଦେ (ରୁଷ୍‌): ପୂର୍ବତନ ଚାମ୍ପିୟନ୍‌ ଏଲ୍‌. ସରିତା ଦେବୀ (୬୦ କେଜି) ଚଳିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରୁ ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡରେ ବାଏ ବାଇଥିବା ସରିତା ଦେବୀ ରବିବାର ଦ୍ୱିତୀୟ ରାଉଣ୍ଡରେ ରୁଷର ନାତାଲିଆ ଶାଦ୍ରିନାଙ୍କଠାରୁ ୦-୫ରେ ପରାସ୍ତ ହୋଇଛନ୍ତି।

ସେହିପରି ଚଳିତ ଚାମ୍ପିୟନଶିପରେ ପଦାର୍ପଣ କରିଥିବା ଭାରତର ଆଉ ଜଣେ ବକ୍ସର ନନ୍ଦିନୀ (୮୧ କେଜି) ମଧ୍ୟ ଆଉଟ୍‌ ହୋଇଛନ୍ତି। ନନ୍ଦିନୀ ଜର୍ମାନୀର ଇରିନା-ନିକୋଲେଟା ସ୍କୋନବର୍ଗରଙ୍କଠାରୁ ୦-୫ ପଏଣ୍ଟରେ ହାରିଯାଇଛନ୍ତି । ୨୦୦୬ରେ ନୂଆଦିଲ୍ଲୀରେ ଆୟୋଜିତ ମିଳା ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ସରିତା ଦେବୀ ଆଜି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ।

ଏକାଧିକଥର ଏସିଆନ୍‌ ଚାମ୍ପିୟନ୍‌ ସରିତା ପ୍ରଥମ ତିନି ମିନିଟରେ ନିୟନ୍ତ୍ରଣରେ ଥିଲେ ଏବଂ ନିଜ ବିରୋଧୀଙ୍କୁ କିଛି ଶକ୍ତ ପଞ୍ଚ୍‌ ମଧ୍ୟ ମାରିଥିଲେ। ତେବେ ପରବର୍ତ୍ତୀ ରାଉଣ୍ଡରେ ରୁଷ୍‌ ପ୍ରତିଦ୍ୱନ୍ଦ୍ୱୀ ଜଣକ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲେ ଏବଂ ସରିତାଙ୍କୁ ବିଦା କରିଥିଲେ। ଏହା ପୂର୍ବରୁ ଭାରତର ସୁଇଟି ବୁରା (୭୫ କେଜି), ଯମୁନା ବୋରୋ (୫୪ କେଜି) ନିଜ ନିଜର ପ୍ରଥମ ରାଉଣ୍ଡ ମୁକାବିଲା ଜିତି ପ୍ରି-କ୍ୱାର୍ଟରଫାଇନାଲରେ ସ୍ଥାନ ପକ୍କା କରିସାରିଛନ୍ତି।

Related story