ମୁହଁ ଫେରାଇଲେ ମନୋହର, ଆଇସିସିକୁ କଲେ ଅଲ୍‌ବିଦା

ମୁମ୍ବାଇ: ଆଇସିସି ଅଧ୍ୟକ୍ଷ ପଦ ଛାଡିଲେ ଶଶାଙ୍କ ମନୋହର। ହଠାତ ବୁଧବାର ତାଙ୍କ ଇସ୍ତଫା ପତ୍ର ଆଇସିସିର ସିଇଓ ଡେଭି ରାଚାର୍ଡସନକୁ ପଠାଇ ଦେଇଛନ୍ତି । ବ୍ୟକ୍ତିଗତ ଅସୁବିଧା ଯୋଗୁ ଇସ୍ତଫା ଦେଇଥିବା ଶଶାଙ୍କ ମନୋହର କହିଛନ୍ତି । ମନୋହର ୨୨ନଭେମ୍ବର ୨୦୧୫ରେ  ତତ୍କାଳିନ ଅଧ୍ୟକ୍ଷ ଏନ୍‌ ଶ୍ରୀନିବାସନଙ୍କ ଇସ୍ତଫା ପରେ ଆଇସିସି ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ନିଜର ବ୍ୟକ୍ତିଗତ କାମ ପାଇଁ ସେ ଆଇସିସି ଅଧ୍ୟକ୍ଷ ପଦରେ ସମୟ ଦେଇପାରିବେ ନାହିଁ ବୋଲି […]

Shashank-Manohar

Rakesh Mallick
  • Published: Wednesday, 15 March 2017
  • , Updated: 16 March 2017, 07:51 AM IST

ମୁମ୍ବାଇ: ଆଇସିସି ଅଧ୍ୟକ୍ଷ ପଦ ଛାଡିଲେ ଶଶାଙ୍କ ମନୋହର। ହଠାତ ବୁଧବାର ତାଙ୍କ ଇସ୍ତଫା ପତ୍ର ଆଇସିସିର ସିଇଓ ଡେଭି ରାଚାର୍ଡସନକୁ ପଠାଇ ଦେଇଛନ୍ତି । ବ୍ୟକ୍ତିଗତ ଅସୁବିଧା ଯୋଗୁ ଇସ୍ତଫା ଦେଇଥିବା ଶଶାଙ୍କ ମନୋହର କହିଛନ୍ତି ।

ମନୋହର ୨୨ନଭେମ୍ବର ୨୦୧୫ରେ  ତତ୍କାଳିନ ଅଧ୍ୟକ୍ଷ ଏନ୍‌ ଶ୍ରୀନିବାସନଙ୍କ ଇସ୍ତଫା ପରେ ଆଇସିସି ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ନିଜର ବ୍ୟକ୍ତିଗତ କାମ ପାଇଁ ସେ ଆଇସିସି ଅଧ୍ୟକ୍ଷ ପଦରେ ସମୟ ଦେଇପାରିବେ ନାହିଁ ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଅଧ୍ୟକ୍ଷ ପଦରେ ରିହାବା ସମୟରେ କେହି ଆଇସିସିକୁ ଯେମିତି ଅଙ୍ଗୁଳି ନ ଉଠାନ୍ତୁ ସେଥିପାଇଁ ସେ ପଦ ଛାଡି ଦେଇଛନ୍ତି।

Related story