ପାକ୍‌ ବିପକ୍ଷ ଡେଭିସ କପ୍‌ରୁ ସାସି କୁମାର ମୁକନ୍ଦ ଆଉଟ

ନୂଆଦିଲ୍ଲୀ: ନୁର ସୁଲତାନରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ଟାଇରୁ ଓହରିଛନ୍ତି ଭାରତର ଯୁବ ଟେନିସ୍‌ ତାରକା ସାସି କୁମାର ମୁକୁନ୍ଦ। ତାଙ୍କୁ ଡେଭିସ୍‌ କପ୍‌ ଟିମ୍‌ରେ ସଂରକ୍ଷିତ ଖେଳାଳି ଭାବେ ରଖା ଯାଇଥିଲା। ହେଲେ ସେ ପର୍ତ୍ତୁଗାଲରେ ଟେନିସ୍‌ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ଆହତ ହୋଇଥିଲେ। ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ସେ ଡେଭିସ୍‌ କପରୁ ବାଦ ପଡ଼ିଥିବା ଜଣାପଡ଼ିଛି। ଭାରତର ଡେଭିସ୍‌ କପ କୋଚ କହିଛନ୍ତି, “ଦୁର୍ଭାଗ୍ୟବଶତଃ ସାସି ଆମ […]

v

Hemant Lenka
  • Published: Saturday, 23 November 2019
  • , Updated: 23 November 2019, 07:31 PM IST

ନୂଆଦିଲ୍ଲୀ: ନୁର ସୁଲତାନରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ଟାଇରୁ ଓହରିଛନ୍ତି ଭାରତର ଯୁବ ଟେନିସ୍‌ ତାରକା ସାସି କୁମାର ମୁକୁନ୍ଦ। ତାଙ୍କୁ ଡେଭିସ୍‌ କପ୍‌ ଟିମ୍‌ରେ ସଂରକ୍ଷିତ ଖେଳାଳି ଭାବେ ରଖା ଯାଇଥିଲା। ହେଲେ ସେ ପର୍ତ୍ତୁଗାଲରେ ଟେନିସ୍‌ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ଆହତ ହୋଇଥିଲେ। ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ସେ ଡେଭିସ୍‌ କପରୁ ବାଦ ପଡ଼ିଥିବା ଜଣାପଡ଼ିଛି।

ଭାରତର ଡେଭିସ୍‌ କପ କୋଚ କହିଛନ୍ତି, “ଦୁର୍ଭାଗ୍ୟବଶତଃ ସାସି ଆମ ସହ ଡେଭିସ କପ ଖେଳିବାକୁ ଯାଇ ପାରୁନାହାନ୍ତି। ସେ ପୂରବ ରାଜାଙ୍କ ସହ ପର୍ତ୍ତୁଗାଲରେ ଡବଲ୍ସ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଥିବା ଆମକୁ ଜଣାଇଛନ୍ତି। ଆମେ ଏନ୍‌ ଶ୍ରୀରାମ ବାଲାଜୀଙ୍କୁ ନୁର ସୁଲତାନ ନେବାକୁ ଚାହୁଁଥିଲୁ। କିନ୍ତୁ ଏତେ କମ ସମୟରେ ଭିସା ମିଳିବା ଅସମ୍ଭବ ହୋଇପଡ଼ିଛି।”

ଏହାପୂର୍ବରୁ ଅନ୍ୟତମ ଷ୍ଟାର ଖେଳାଳି ରୋହନ ବୋପାନ୍ନା କାନ୍ଧ ଜନିତ ସମସ୍ୟା ଯୋଗୁ ଡେଭିସ୍‌ କପରୁ ଓହରି ଯାଇଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ନଭେମ୍ବର ୨୯ ଓ ୩୦ ତାରିଖରେ ଡେଭିସ୍ କପ୍ କଜାଖସ୍ତାନ ରାଜଧାନୀ ନୁର୍‌-ସୁଲତାନରେ ଖେଳାଯିବ।

Related story