ବିସ୍ମୟ ବାଳିକା ବ୍ରିୟାନ ଲିଷ୍ଟନ୍‌: ୧୨ ବର୍ଷ ବୟସରେ ୨୦୦ ମିଟର ଦୌଡରେ ବିଶ୍ୱ ରେକର୍ଡ

ଆଫ୍ରିକୀୟ ଦେଶ ଜାମାଇକାକୁ ଦ୍ରୁତ ଦୌଡାଳିଙ୍କ ଗନ୍ତାଘର କୁହାଯାଇଥାଏ। ଏହି ଦେଶର ଏକାଧିକ ଖେଳାଳି ଦୌଡ଼ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଉସେନ୍‌ ବୋଲ୍ଟଙ୍କ ସମକକ୍ଷ ଧାବକ କିମ୍ବା ଧାବିକା ଦୁନିଆରେ କେହି ନାହାନ୍ତି। ହେଲେ ଏବେ ଏହି ଦେଶର ୧୨ ବର୍ଷର ସ୍କୁଲ ଛାତ୍ରୀ ବ୍ରିଆନା ଲିଷ୍ଟନକୁ ବୋଲ୍ଟଙ୍କ ସହ ତୁଳନା କରାଯାଇଛି। ରବିବାର ଅନୁଷ୍ଠିତ ବଏଜ ଆଣ୍ଡ ଗାର୍ଲ୍ସ ଚାମ୍ପିଅନସିପରେ ୨୦୦ ମିଟରକୁ ମାତ୍ର ୨୩.୭୨ ସେକେଣ୍ଡରେ ଅତିକ୍ରମ କରି […]

brianna-lyston

Rakesh Mallick
  • Published: Tuesday, 04 April 2017
  • , Updated: 04 April 2017, 10:10 PM IST

ଆଫ୍ରିକୀୟ ଦେଶ ଜାମାଇକାକୁ ଦ୍ରୁତ ଦୌଡାଳିଙ୍କ ଗନ୍ତାଘର କୁହାଯାଇଥାଏ। ଏହି ଦେଶର ଏକାଧିକ ଖେଳାଳି ଦୌଡ଼ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଉସେନ୍‌ ବୋଲ୍ଟଙ୍କ ସମକକ୍ଷ ଧାବକ କିମ୍ବା ଧାବିକା ଦୁନିଆରେ କେହି ନାହାନ୍ତି। ହେଲେ ଏବେ ଏହି ଦେଶର ୧୨ ବର୍ଷର ସ୍କୁଲ ଛାତ୍ରୀ ବ୍ରିଆନା ଲିଷ୍ଟନକୁ ବୋଲ୍ଟଙ୍କ ସହ ତୁଳନା କରାଯାଇଛି। ରବିବାର ଅନୁଷ୍ଠିତ ବଏଜ ଆଣ୍ଡ ଗାର୍ଲ୍ସ ଚାମ୍ପିଅନସିପରେ ୨୦୦ ମିଟରକୁ ମାତ୍ର ୨୩.୭୨ ସେକେଣ୍ଡରେ ଅତିକ୍ରମ କରି କାରବିୟାନ ଦେଶରେ ଦ୍ରୁତ ଧାବିକା ରେକର୍ଡର ଅଧିକାରୀ ହୋଇଛନ୍ତି ବ୍ରିଆନା।

ପୂର୍ବରୁ ୨୦୦ ମିଟର ସିନିୟର ବର୍ଗରେ ଏହି ରେକର୍ଡ ୧୯୮୮ ଅଲିମ୍ପିକରେ ଫ୍ଲୋରିଂସ ଗ୍ରିଫିଥ ଜୋଏନରଙ୍କ ନାମରେ ଥିଲା। ବ୍ରିଆନା ଜୋଏନରଙ୍କଠାରୁ ୨ ସେକେଣ୍ଡ କମରେ ଏହି ଦୂରତ୍ୱ ଅତିକ୍ରମ କରି ରେକର୍ଡ ନିଜ ନାମରେ କରି ନେଇଛନ୍ତି।

Related story