ଆଇପିଏଲ୍‌ ନିଲାମର ଦ୍ୱିତୀୟ ଦିନ: ନୂଆ ଖେଳାଳିଙ୍କୁ ଚଢ଼ା ଦାମ୍‌

ବେଙ୍ଗାଲୁରୁ: ଆଇପିଏଲ୍‌ ସିଜନ୍‌-୧୧ ପାଇଁ ବେଙ୍ଗାଲୁରୁରେ ଖେଳାଳିଙ୍କ ନିଲାମ ଜାରି ରହିଛି। ନିଲାମର ପ୍ରଥମ ଦିନରେ ୭୮ ଖେଳାଳିଙ୍କ ଉପରେ ଧନ ବର୍ଷା ହୋଇଥିଲା। ପ୍ରଥମ ଦିନରେ ବେନ୍‌ ଷ୍ଟୋକ୍‌ ସବୁଠୁ ଅଧିକ ୧୨.୫୦ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ଆଜି ଦ୍ୱିତୀୟ ଦିନରେ  ନୂଆ ଖେଳାଳିମାନେ  ଚଢ଼ା ଦାମ୍‌ରେ ନିଲାମ ହୋଇଛନ୍ତି। ଗୌତମ କ୍ରିଷ୍ଣାପାଙ୍କୁ ୬.୨ କୋଟିରେ ରାଜସ୍ଥାନ ରୟାଲ୍ସ କିଣି ଥିବା ବେଳେ ଶାହାବାଜ ନଦିମ୍‌ଙ୍କୁ ୩.୨ କୋଟିରେ ଦିଲ୍ଲୀ ଡେୟାରଡେଭିଲ୍ସ କିଣିଛି। ୧ […]

murgan

Rakesh Mallick
  • Published: Sunday, 28 January 2018
  • , Updated: 28 January 2018, 11:51 AM IST

ବେଙ୍ଗାଲୁରୁ: ଆଇପିଏଲ୍‌ ସିଜନ୍‌-୧୧ ପାଇଁ ବେଙ୍ଗାଲୁରୁରେ ଖେଳାଳିଙ୍କ ନିଲାମ ଜାରି ରହିଛି। ନିଲାମର ପ୍ରଥମ ଦିନରେ ୭୮ ଖେଳାଳିଙ୍କ ଉପରେ ଧନ ବର୍ଷା ହୋଇଥିଲା। ପ୍ରଥମ ଦିନରେ ବେନ୍‌ ଷ୍ଟୋକ୍‌ ସବୁଠୁ ଅଧିକ ୧୨.୫୦ କୋଟି ଟଙ୍କାରେ ବିକ୍ରି ହୋଇଥିଲେ।

ଆଜି ଦ୍ୱିତୀୟ ଦିନରେ  ନୂଆ ଖେଳାଳିମାନେ  ଚଢ଼ା ଦାମ୍‌ରେ ନିଲାମ ହୋଇଛନ୍ତି। ଗୌତମ କ୍ରିଷ୍ଣାପାଙ୍କୁ ୬.୨ କୋଟିରେ ରାଜସ୍ଥାନ ରୟାଲ୍ସ କିଣି ଥିବା ବେଳେ ଶାହାବାଜ ନଦିମ୍‌ଙ୍କୁ ୩.୨ କୋଟିରେ ଦିଲ୍ଲୀ ଡେୟାରଡେଭିଲ୍ସ କିଣିଛି। ୧ କୋଟି ଟଙ୍କାରେ ପଞ୍ଜାବ ପାଇଁ ନିଲାମ ହୋଇଛନ୍ତି ମନୋଜ ତିୱାରୀ।

ବାଙ୍ଗାଲୋର ଟିମ୍‌ ୱାସିଂଟନ ସୁନ୍ଦରଙ୍କୁ ୩.୨ କୋଟି ଟଙ୍କାରେ କିଣିଥିବା ବେଳେ ମନଦୀପ ସିଂହଙ୍କୁ ୧.୪ ଓ ମୁରଗାନ୍ ଅଶ୍ୱିନ ୨.୨ କୋଟି ଟଙ୍କାରେ କିଣିଛି।  ମୁମ୍ୱାଇ ଇଣ୍ଡିଆନ୍ସରେ ଏଭିନ୍‌ ଲୁଇସ୍‌ ୩.୨ କୋଟି ଟଙ୍କାରେ ସାମିଲ୍‌ ହୋଇଛନ୍ତି।  ରାହୁଲ ଚହରଙ୍କୁ ୧.୯ କୋଟିରେ ଓ  ୱନ ନେଗିଙ୍କୁ ୧ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି।

Related story