ଦ୍ୱିତୀୟ ଟେଷ୍ଟ୍: ପ୍ରଥମ ଦିନରେ ଭାରତ ୨୩୯/୭

କୋଲକାତା: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ୭ ୱିକେଟ୍ ହରାଇ ୨୩୯ ରନ୍ କରିଛି। ରିଦ୍ଧିମାନ ଶାହା (୧୪) ଓ ରବୀନ୍ଦ୍ର ଜାଡେଜା (୦) କ୍ରିଜ୍‌ରେ ଅଛନ୍ତି। ସେମାନେ ଆସନ୍ତାକାଲି ଦଳର ପାଳିକୁ ଆଗେଇ ନେବେ। କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଆଜିଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ପ୍ରମୁଖ […]

cricket

Rakesh Mallick
  • Published: Friday, 30 September 2016
  • , Updated: 01 October 2016, 01:36 PM IST

କୋଲକାତା: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ୭ ୱିକେଟ୍ ହରାଇ ୨୩୯ ରନ୍ କରିଛି। ରିଦ୍ଧିମାନ ଶାହା (୧୪) ଓ ରବୀନ୍ଦ୍ର ଜାଡେଜା (୦) କ୍ରିଜ୍‌ରେ ଅଛନ୍ତି। ସେମାନେ ଆସନ୍ତାକାଲି ଦଳର ପାଳିକୁ ଆଗେଇ ନେବେ।

କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଆଜିଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ମାନେ ରନ୍ କରିବାରେ ବିଫଳ ହୋଇଥିଲେ। ଦୁଇ ଓପନର ଶିଖର ଧାୱନ ଓ ମୁରଲୀ ବିଜୟ ଫେଲ୍ ମାରିଥିଲେ। ଧାୱନ ଦ୍ୱିତୀୟ ଓଭରରେ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ମୁରଲୀ ବିଜୟ ୧୧.୨ ଓଭରରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ। ୪ ନମ୍ବରରେ ଅଧିନାୟକ ବିରାଟ କୋହଲି ବି ଆଜି ଫେଲ୍ ମାରିଥିଲେ। ୨୧.୪ ଓଭରରେ ଦଳୀୟ ସ୍କୋର ମାତ୍ର ୪୬ ରନ୍‌ରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଯାଇଥିଲେ ବିରାଟ। ସେ ୨୮ଟି ବଲ୍ ଖେଳି ମାତ୍ର ୯ ରନ୍ କରିଥିଲେ। ତେବେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଦଳକୁ ଏକ ସମ୍ଭାବ୍ୟ ଲଜ୍ଜାଜନକ ସ୍ଥିତିରୁ ବଞ୍ଚାଇ ଦେଇଥିଲେ। ପୂଜାରା ୨୧୯ଟି ବଲ୍‌ରୁ ୮୭ ରନ୍ କରିଥିବା ବେଳେ ରାହାଣେ ୧୫୭ଟି ବଲ୍‌ରୁ ୭୭ ରନ୍ କରି ଆଉଟ୍ ହୋଇଥିଲେ। ରୋହିତ ଶର୍ମା ବି ଆଜି ଫେଲ୍ ମାରିଲେ। ସେ ୨ ରନ୍ କରି ଆଉଟ୍ ହୋଇଗଲେ। ରବିଚନ୍ଦ୍ରନ ଅଶ୍ୱିନ୍ ୨୬ ରନ୍ କରି ଆଉଟ୍ ହୋଇଥିଲେ। ଷ୍ଟମ୍ପ୍ ଅପସାରଣ ବେଳକୁ ଦଳୀୟ ସ୍କୋର ୨୩୯ରେ ପହଞ୍ଚିଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ମଟ୍ଟ ହେନରୀ ୩ଟି ୱିକେଟ୍ ନେଇଥିବା ବେଳେ ଜୀତନ ପଟେଲ ୨ଟି ୱିକେଟ୍ ନେଇଛନ୍ତି। ନେଲ୍ ୱାଗନର୍ ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

କାନପୁରରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ନ୍ୟୁଜିଲାଣ୍ଡକୁ ୧୯୭ ରନ୍‌ରେ ପରାସ୍ତ କରି ତିନି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।

Related story