କୋହଲି ଓ ପୂଜାରାଙ୍କ ଶତକ, ଭାରତ ୩୧୭/୪

ବିଶାଖାପାଟଣା: ଆଜିଠାରୁ ବିଶାଖାପାଟଣାରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରାଙ୍କ ଶତକୀୟ ଇଂନିସ୍‌ ବଳରେ ଭାରତ ଆଜିର ଖେଳ ଶେଷ ସୁଦ୍ଧା ୪ ୱିକେଟ୍‌ ହରାଇ ୩୧୭ ରନ୍‌ କରିଛି। ପୂଜାରା ୧୨ ଚୌକା ଓ ୨ ଛକା ସହାୟତାରେ ୧୧୯ ରନ୍‌ କରି ଆଉଟ୍‌ ହୋଇଛନ୍ତି। କୋହଲି ୧୫ ଚୌକା ସହାୟତାରେ ୧୫୧ ରନ୍‌ କରି ଅପରାଜିତ […]

virat-kohli

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 07:58 PM IST

ବିଶାଖାପାଟଣା: ଆଜିଠାରୁ ବିଶାଖାପାଟଣାରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରାଙ୍କ ଶତକୀୟ ଇଂନିସ୍‌ ବଳରେ ଭାରତ ଆଜିର ଖେଳ ଶେଷ ସୁଦ୍ଧା ୪ ୱିକେଟ୍‌ ହରାଇ ୩୧୭ ରନ୍‌ କରିଛି। ପୂଜାରା ୧୨ ଚୌକା ଓ ୨ ଛକା ସହାୟତାରେ ୧୧୯ ରନ୍‌ କରି ଆଉଟ୍‌ ହୋଇଛନ୍ତି। କୋହଲି ୧୫ ଚୌକା ସହାୟତାରେ ୧୫୧ ରନ୍‌ କରି ଅପରାଜିତ ଅଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଭଲ ହୋଇ ନ ଥିଲା। ଓପ୍ନର ଲୋକେଶ ରାହୁଲ ଖାତା ଖୋଲି ପାରି ନ ଥିବା ବେଳେ ମୁରଲୀ ବିଜୟ ମାତ୍ର ୨୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଆଜିଙ୍କ୍ୟା ରାହାଣେ ୨୩ ରନ୍‌ କରି ଆଉଟ୍‌ ହୋଇଛନ୍ତି।

ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ୩ଟି ଏବଂ ଏସ୍‌. ବ୍ରୋଡ ଗୋଟିଏ ୱିକେଟ୍‌ ଅକ୍ତିଆର କରିଛନ୍ତି।

Related story