ଖୋଲିଲା ବିରାଟଙ୍କ ଫିଟ୍‌ନେସ୍‌ର ରହସ୍ୟ: ଜାଣନ୍ତୁ କେଉଁ ଖାଦ୍ୟ ତାଙ୍କର ସବୁଠୁ ପ୍ରିୟ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡିଆ ଭିତରେ ଖୁବ୍‌ ଫିଟ୍‌ ରହିଥାନ୍ତି। ତାଙ୍କର ଫିଟନେସ୍‌କୁ ନେଇ ସେ ଅନେକ ସମ୍ବେଦନଶୀଳ। ଏକ୍ସରସାଇଜ୍ ସହ ଖାଦ୍ୟପେୟ ଉପରେ ମଧ୍ୟ ସେ ବେଶ ଗୁରୁତ୍ୱ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ବିରାଟ କିପରି ନେଇଥାନ୍ତି ତାଙ୍କ ଶରୀରର ଯତ୍ନ। ଫିଟ୍‌ ରହିବାକୁ ସର୍ବଦା ଯତ୍ନବାନ ବିରାଟ ବାହାରେ ଖାଇବା ଅପେକ୍ଷା ମାଙ୍କ ହାତ ରନ୍ଧା ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଘର ତିଆରି ଖାଦ୍ୟ ସ୍ୱାସ୍ଥ୍ୟ […]

vk-7

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 08:46 PM IST

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡିଆ ଭିତରେ ଖୁବ୍‌ ଫିଟ୍‌ ରହିଥାନ୍ତି। ତାଙ୍କର ଫିଟନେସ୍‌କୁ ନେଇ ସେ ଅନେକ ସମ୍ବେଦନଶୀଳ। ଏକ୍ସରସାଇଜ୍ ସହ ଖାଦ୍ୟପେୟ ଉପରେ ମଧ୍ୟ ସେ ବେଶ ଗୁରୁତ୍ୱ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ବିରାଟ କିପରି ନେଇଥାନ୍ତି ତାଙ୍କ ଶରୀରର ଯତ୍ନ।

ଫିଟ୍‌ ରହିବାକୁ ସର୍ବଦା ଯତ୍ନବାନ ବିରାଟ ବାହାରେ ଖାଇବା ଅପେକ୍ଷା ମାଙ୍କ ହାତ ରନ୍ଧା ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଘର ତିଆରି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ବିରାଟ କହିଥାନ୍ତି। କିନ୍ତୁ ଘରୋଇ ଖାଦ୍ୟ ସବୁବେଳେ ମିଳିବା ସମ୍ଭବ ହୋଇ ନ ଥାଏ। ତେଣୁ ଯେତେବେଳେ ବିରାଟ ବିଦେଶକୁ ଖେଳିବା ପାଇଁ ଯାଇଥାନ୍ତି ସେତେବେଳେ ନିଜକୁ ଫିଟ ରଖିବାକୁ ସଲମନ ମାଛ ଓ ମର୍ଟନ ଚପସ ଖାଇବାକୁ ପସନ୍ଦ କରିଥାନ୍ତି। କାରଣ ଏଥିରୁ ଅଧିକ ପ୍ରୋଟିନ ମିଳିବା ସହିତ ଶରୀରକୁ ଶକ୍ତି ମଳିଥାଏ। ସେହିଭଳି ସ୍ନାକ୍ସରେ ତେଲ ମସଲା ଯୁକ୍ତ ଖାଦ୍ୟ ବଦଳରେ ଫଳ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି ବିରାଟ। ପିଇବା ପାଣି ପାଇଁ ମଧ୍ୟ ବିରାଟ ଖୁବ ଯତ୍ନବାନ। ପାଣି ଦ୍ୱାରା ବ୍ୟାପୁଥିବା ରୋଗରୁ ନିଜକୁ ବଞ୍ଚାଇବା ପାଇଁ ବିରାଟ ପ୍ୟାକେଟ ହୋଇଥିବା ମିନେରାଲ ୱାଟର୍‌ ପିଇଥାନ୍ତି।

Related story