ସେହୱାଗଙ୍କ ଆଉ ଏକ ଖୁଲାସା: ୨୦୦୪ରେ ସୋଏବ ଅଖତରଙ୍କୁ କହିଥିଲେ ‘ତୁ ବୋଲିଂ କରୁଛୁ ନାଁ ଭିକ ମାଗୁଛୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯେତେବେଳେ କ୍ରିଜ୍‌ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହୱାଗ ଥାନ୍ତି ସେତେବେଳେ ଦୁନିଆର ଖତରନାକ ବୋଲର ମଧ୍ୟ ତାଙ୍କୁ ବୋଲିଂ କରିବାକୁ ଡରିଥାନ୍ତି। କାରଣ ସେ ପ୍ରଥମ ବଲରୁ ହିଁ ଆକ୍ରମଣ ଆରମ୍ଭ କରିଦେଇଥାନ୍ତି। ଏମିତି ଅନେକ ଉଦାହରଣ ଅଛି ଯେଉଁଥିରେ ବିରୁଙ୍କ ଆକ୍ରାମଣତ୍ମକ ବ୍ୟାଟିଂ ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିପାରିଛି। ଭାରତୀୟ କ୍ରିକେଟ୍‌ ଇତିହାସରେ ଅନେକ ଖେଳାଳି ଆସିଛନ୍ତି କିନ୍ତୁ ସେହୱାଗଙ୍କ ପରି ବ୍ୟାସମ୍ୟାନ୍‌ ମିଳିବା ମୁସ୍କିଲ। ସେହୱାଗଙ୍କ କ୍ରିକେଟ୍‌ କ୍ୟାରିୟର ମଧ୍ୟରେ […]

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 05:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯେତେବେଳେ କ୍ରିଜ୍‌ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହୱାଗ ଥାନ୍ତି ସେତେବେଳେ ଦୁନିଆର ଖତରନାକ ବୋଲର ମଧ୍ୟ ତାଙ୍କୁ ବୋଲିଂ କରିବାକୁ ଡରିଥାନ୍ତି। କାରଣ ସେ ପ୍ରଥମ ବଲରୁ ହିଁ ଆକ୍ରମଣ ଆରମ୍ଭ କରିଦେଇଥାନ୍ତି। ଏମିତି ଅନେକ ଉଦାହରଣ ଅଛି ଯେଉଁଥିରେ ବିରୁଙ୍କ ଆକ୍ରାମଣତ୍ମକ ବ୍ୟାଟିଂ ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିପାରିଛି। ଭାରତୀୟ କ୍ରିକେଟ୍‌ ଇତିହାସରେ ଅନେକ ଖେଳାଳି ଆସିଛନ୍ତି କିନ୍ତୁ ସେହୱାଗଙ୍କ ପରି ବ୍ୟାସମ୍ୟାନ୍‌ ମିଳିବା ମୁସ୍କିଲ। ସେହୱାଗଙ୍କ କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ପଡିଆରେ ପାକିସ୍ତାନର ଫାଷ୍ଟ୍‌ ବୋଲର ସୋଏବ ଅଖତରଙ୍କ ସହ ତାଙ୍କର ରୋମାଞ୍ଚକର ଯୁଦ୍ଧ ଦେଖିବାକୁ ମିଳିଥାଏ। ୨୦୦୪ରେ ପାକିସ୍ତାନ ଗସ୍ତରେ ଥିବା ଭାରତୀୟ ଦଳ ପକ୍ଷରୁ ବ୍ୟାଟିଂ କରୁଥିବା ସେହୱାଗ, ଅଖତରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ। ଯାହାକୁ ନେଇ ଲୟ ବିଗାଡିବା ପାଇଁ ଅଖତର ପ୍ରତ୍ୟେକ ବଲରେ ସେହୱାଗଙ୍କୁ କହିଥିଲେ ଯେ ଏହି ବଲ୍‌ରେ ଚୌକା ମାରି ଦେଖ। ଏହାପରେ ସେହୱାଗ ମଧ୍ୟ ଏହାର ଜବାବ ଦେଇ ଅଖତରଙ୍କୁ କହିଥିଲେ, ‘ତୁ ବୋଲିଂ କରୁଛୁ ନାଁ ଭିକ ମାଗୁଛୁ’। ଏହାର ପରବର୍ତ୍ତି ବଲରେ ସେ ଚୌକା ମାରି ଆତରଙ୍କ ମୁହଁ ବନ୍ଦ କରିଥିଲେ।

Related story