ବିରୁ ହୋଇପାରନ୍ତି ଟିମ୍‌ ଇଣ୍ଡିଆର ନୂଆ କୋଚ୍‌: ବିସିସିଆଇକୁ ପଠାଇଲେ ଦୁଇ ଲାଇନ୍‌ର ବାୟୋଡାଟା

ମୁମ୍ବାଇ- ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ୱାଗ୍‌ ହୋଇପାରନ୍ତି ଟିମ୍ ଇଣ୍ଡିଆର ନୂଆ କୋଚ୍‌। ଏନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍ କୁମ୍ବଲେଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବା ବେଳେ ନୂଆ କୋଚ୍‌ ପାଇଁ ବିସିସିଆଇ ଆରମ୍ଭ କରିଦେଇଛି ପ୍ରକ୍ରିୟା। ନୂଆ କୋଚ୍‌ ପାଇଁ ୬ଜଣ ଆଶାୟୀ ଆବେଦନ କରିଛନ୍ତି। ବିସିସିଆଇ ଟିମ୍‌ ଇଣ୍ଡିଆର ନୂଆ କୋଚ ପାଇଁ ସେହ୍ୱାଗଙ୍କ ସହ ସନରାଇଜର୍ସ ହାଇଦ୍ରାବାଦର କୋଚ୍‌ ଟମ୍‌ ମୁଡ଼ି, […]

virender-sehwag-job-application_650x400_41496832799

Rakesh Mallick
  • Published: Wednesday, 07 June 2017
  • , Updated: 07 June 2017, 07:37 PM IST

ମୁମ୍ବାଇ- ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ୱାଗ୍‌ ହୋଇପାରନ୍ତି ଟିମ୍ ଇଣ୍ଡିଆର ନୂଆ କୋଚ୍‌। ଏନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍ କୁମ୍ବଲେଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବା ବେଳେ ନୂଆ କୋଚ୍‌ ପାଇଁ ବିସିସିଆଇ ଆରମ୍ଭ କରିଦେଇଛି ପ୍ରକ୍ରିୟା। ନୂଆ କୋଚ୍‌ ପାଇଁ ୬ଜଣ ଆଶାୟୀ ଆବେଦନ କରିଛନ୍ତି। ବିସିସିଆଇ ଟିମ୍‌ ଇଣ୍ଡିଆର ନୂଆ କୋଚ ପାଇଁ ସେହ୍ୱାଗଙ୍କ ସହ ସନରାଇଜର୍ସ ହାଇଦ୍ରାବାଦର କୋଚ୍‌ ଟମ୍‌ ମୁଡ଼ି, ଇଂଲଣ୍ଡର ରିଚାର୍ଡ ପେବସ୍‌, ଭାରତୀୟ ପୂର୍ବତନ କ୍ରିକେଟର୍‌ ଡୋଡା ଗଣେଷ ଓ ଲାଲଚାନ୍ଦ ରଜପୁତଙ୍କ ଆବେଦନ ଗ୍ରହଣ କରିବା ସହ ସେମାନଙ୍କୁ ଇଣ୍ଟରଭ୍ୟୁ ପାଇଁ କହାଯାଇଛି। ଯେହେତୁ କୁମ୍ବଲେ କୋଚ୍‌ ଅଛନ୍ତି ତେଣୁ ବିନା ଆବେଦନରେ ମଧ୍ୟ ସେ ଇଣ୍ଟରଭ୍ୟୁ ଦେଇପାରିବେ।

ଅନ୍ୟପଟେ ନୂଆ କୋଚ୍‌ ରେସରେ ସେହ୍ୱାଗଙ୍କ ନାଁ ସବୁଠୁ ଆଗରେ ଚାଲିଛି। ସେହ୍ୱାଗ୍‌ ଏବେ ଚାମ୍ପିୟନ୍ସଟ୍ରଫି ପାଇଁ ଇଂଲଣ୍ଡରେ ଥିବାବେଳେ ସେ ବିସିସିଆଇକୁ ଦୁଇ ଲାଇନ୍‌ ଲେଖାଥିବା ଏକ ସିଭି ପଠାଇଛନ୍ତି। ଏଥିରେ ଲେଖାଯାଇଛି ଯେ ସେ ଭାରତୀୟ ଟିମ୍‌ର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଥିଲେ ଏବଂ ଏବେ ସେ ଟ୍ୱିଟର୍‌ରେ ବେଶ ଲୋକପ୍ରିୟ ବ୍ୟକ୍ତି। ଏହି ଘଟଣା ସମ୍ନାକୁ ଆସିଲା ପରେ ସୋସିଆଲ୍‌ ମିଡିଆରେ ଏହା ଭାଇରାଲ୍‌ ହୋଇଯାଇଛି।

ଅନ୍ୟପଟେ ବିସିସିଆଇ ଆଡଭାଇଜରି କମିଟିରେ ଏବେ ସଚିନ୍, ସୌରଭ ଓ ଲକ୍ଷ୍ମଣ ଅଛନ୍ତି। ଯେଉଁମାନେ ନୂଆ କୋଚ୍‌ ଚୟନ ଦାୟୀତ୍ୱରେ ରହିଛନ୍ତି। ଯେହେତୁ ଦୀର୍ଘ ଦିନ ଧରି ସଚିନ-ସେହ୍ୱାଗ, ଓ ସୌରଭ-ସେହ୍ୱାଗ୍‌ଙ୍କ ସମ୍ପର୍କ ଅତି ନିବିଡ ତେଣୁ ନୂଆ କୋଚ ପାଇଁ ସେହ୍ୱାଗଙ୍କ ନାଁ ମଞ୍ଜୁରୀ ମିଳିବା ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ଏହାସହ ଲକ୍ଷ୍ମଣଙ୍କ ସହ ମଧ୍ୟ ସେହ୍ୱାଗଙ୍କ ସମ୍ପର୍କ କିଛି ଖରାପ ନାହିଁ। ଏହାସହ ଦୀର୍ଘଦିନ ଧରି ସେହ୍ୱାଗ ଟିମ୍‌ ଇଣ୍ଡିଆସହ ଯଡିତ ଅଛନ୍ତି। ଏବଂ ସେ ଜଣେ  ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଭାବେ ମଧ୍ୟ ଅନେକ କ୍ଷ୍ୟାତି ଅର୍ଜନି କରିଛନ୍ତି। ତେଣୁ ବିଦେଶୀ କୋଚ୍‌ ଅପେକ୍ଷା ଘରୋଇ କୋଚ୍‌ ପାଇଁ ଆଡଭାଇଜରି କମିଟି ଏଥର ପ୍ରାଧାନ୍ୟ ଦେବା ନିଶ୍ଚିତ ହୋଇଯାଇଛି। ଫଳରେ ସେହ୍ୱାଗ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ହେବା ସମ୍ଭାବନା ସବୁଠୁ ଅଧିକ ଅଛି।

Related story