ନିଜକୁ ଅଲଗା ରଖିଲେ ଆଥଲେଟ୍ ନୀରଜ

ନୂଆଦିଲ୍ଲୀ: ତୁର୍କୀରୁ ଅଭ୍ୟାସରୁ ଫେରିବା ପରେ ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ଏନଆଇଏସ୍‌-ପଟିଆଲାରେ ଅଲଗା ରହିବାକୁ ପରାମର୍ଶ ଦେଇଛି। ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିସାରିଥିବା ନୀରଜଙ୍କୁ ନିଜ ହୋଟେଲ୍ ରୁମରେ ରହିବାକୁ ସାଇ ନିର୍ଦ୍ଦେଶ ଦେଇଛି। ତାଙ୍କୁ ମଧ୍ୟ ସେଠାରେ ଅନ୍ୟ ଖେଳାଳିମାନଙ୍କଠାରୁ ଦୂରେଇ ରହିବାକୁ କୁହାଯାଇଛି। ନୀରଜ ବୁଧବାର ତୁର୍କୀରୁ ଫେରିଛନ୍ତି। ସେହିପରି ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିଥିବା ଅନ୍ୟତମ ଜାଭେଲିନ୍ ଥ୍ରୋୟର୍ ଶିବପାଲ୍ ସିଂହ […]

neeraj

Ranjit Kumar Jena
  • Published: Friday, 20 March 2020
  • , Updated: 20 March 2020, 07:32 PM IST

ନୂଆଦିଲ୍ଲୀ: ତୁର୍କୀରୁ ଅଭ୍ୟାସରୁ ଫେରିବା ପରେ ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ଏନଆଇଏସ୍‌-ପଟିଆଲାରେ ଅଲଗା ରହିବାକୁ ପରାମର୍ଶ ଦେଇଛି। ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିସାରିଥିବା ନୀରଜଙ୍କୁ ନିଜ ହୋଟେଲ୍ ରୁମରେ ରହିବାକୁ ସାଇ ନିର୍ଦ୍ଦେଶ ଦେଇଛି। ତାଙ୍କୁ ମଧ୍ୟ ସେଠାରେ ଅନ୍ୟ ଖେଳାଳିମାନଙ୍କଠାରୁ ଦୂରେଇ ରହିବାକୁ କୁହାଯାଇଛି। ନୀରଜ ବୁଧବାର ତୁର୍କୀରୁ ଫେରିଛନ୍ତି।

ସେହିପରି ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିଥିବା ଅନ୍ୟତମ ଜାଭେଲିନ୍ ଥ୍ରୋୟର୍ ଶିବପାଲ୍ ସିଂହ ଏନଆଇଏସ୍ ପଟିଆଲା ଛାଡ଼ି ନିଜ ଘରେ ରହିବାକୁ ପସନ୍ଦ କରିଛନ୍ତି। ଏନଆଇଏସ୍ ପଟିଆଲା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସାଇ ନୀରଜଙ୍କୁ ଏଠାରେ ୧୪ ଦିନ ପର୍ଯ୍ୟନ୍ତ ଅଲଗା ରହିବାକୁ ନିର୍ଦ୍ଦେଶ ଦେଇଛି। ନୀରଜ ଓ ରୋହିତ୍ ଯାଦବଙ୍କୁ ଅଲଗା ଅଲଗା ରୁମ୍ ଦିଆଯାଇଛି। ଉଭୟଙ୍କ ହୋଟେଲ୍ ରୁମ୍ ନିକଟରେ ଜିମର ସୁବିଧା ମଧ୍ୟ ରହିଛି।

ସେହିପରି ଉଭୟ ଶିବପାଲ୍ ଓ ବିପିନ କାସନା ନିଜ ନିଜର ଘରେ ରହିବାକୁ ମନସ୍ଥ କରିଛନ୍ତି। ଦୁହେଁ ଦକ୍ଷିଣ ଆଫ୍ରିକାରୁ ଅଭ୍ୟାସ ସେସନ୍ ଅଧାରୁ ଛାଡ଼ି ଫେରିଥିଲେ। ସୂଚନାଯୋଗ୍ୟ, କରୋନା ଭାଇରସକୁ ଦୃଷ୍ଟିରେ ରଖି ସରକାର ଏକ ଗାଇଡଲାଇନ୍ ଜାରି କରିଛନ୍ତି, ଯେଉଁଥିରେ ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story