ପାକ୍‌ ବିପକ୍ଷରେ ଶତକ ନ କରିବାରୁ ସିଦ୍ଧୁଙ୍କୁ ପ୍ରଶଂସା କଲେ ଇମ୍ରାନଙ୍କ ସାଂସଦ

ଇସଲାମାବାଦ: କ୍ରିକେଟରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ କର୍ତ୍ତାରପୁର ଉଦ୍‌ଘାଟନ ପାଇଁ ପାକିସ୍ତାନରେ ପହଞ୍ଚିଛନ୍ତି। ପାକିସ୍ତାନ ପ୍ରଧମାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ନିମନ୍ତ୍ରଣ କ୍ରମେ ସିଦ୍ଧୁ ଆଜି ପାକିସ୍ତାନରେ ପହଞ୍ଚିଛନ୍ତି। ସେହିପରି କର୍ତ୍ତାରପୁର କରିଡର ଦେଇ ଆଜି ପ୍ରଥମ ବ୍ୟାଚ୍‌ରେ ଭାରତୀୟ ଶ୍ରଦ୍ଧାଳୁମାନେ ପାକିସ୍ତାନରେ ପହଞ୍ଚିଛନ୍ତି। କର୍ତ୍ତାରପୁର କରିଡରକୁ ଭାରତୀୟ ସୀମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିବା ବେଳେ ପାକିସ୍ତାନ ପଟେ ଇମ୍ରାନ୍‌ ଖାନ୍‌ ଏହାକୁ ଶୁଭାରମ୍ଭ କରିଥିଲେ। ପାକିସ୍ତାନ ସୀମାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ […]

ad

Hemant Lenka
  • Published: Saturday, 09 November 2019
  • , Updated: 09 November 2019, 07:23 PM IST

ଇସଲାମାବାଦ: କ୍ରିକେଟରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ କର୍ତ୍ତାରପୁର ଉଦ୍‌ଘାଟନ ପାଇଁ ପାକିସ୍ତାନରେ ପହଞ୍ଚିଛନ୍ତି। ପାକିସ୍ତାନ ପ୍ରଧମାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ନିମନ୍ତ୍ରଣ କ୍ରମେ ସିଦ୍ଧୁ ଆଜି ପାକିସ୍ତାନରେ ପହଞ୍ଚିଛନ୍ତି। ସେହିପରି କର୍ତ୍ତାରପୁର କରିଡର ଦେଇ ଆଜି ପ୍ରଥମ ବ୍ୟାଚ୍‌ରେ ଭାରତୀୟ ଶ୍ରଦ୍ଧାଳୁମାନେ ପାକିସ୍ତାନରେ ପହଞ୍ଚିଛନ୍ତି। କର୍ତ୍ତାରପୁର କରିଡରକୁ ଭାରତୀୟ ସୀମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିବା ବେଳେ ପାକିସ୍ତାନ ପଟେ ଇମ୍ରାନ୍‌ ଖାନ୍‌ ଏହାକୁ ଶୁଭାରମ୍ଭ କରିଥିଲେ।

ପାକିସ୍ତାନ ସୀମାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେଇ ସିଦ୍ଧୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଦିଲଦାର ବୋଲି କହି ପ୍ରଶଂସା କରିଛନ୍ତି। ତେବେ କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ସିଦ୍ଧୁଙ୍କୁ ପାକିସ୍ତାନର ସାଂସଦ ଫୈଜଲ ଜାଭେଦ ଖାନ୍‌ ଭିନ୍ନ ଉପାୟରେ ପାକିସ୍ତାନର ପରମ ବନ୍ଧୁ ବୋଲି କହିଛନ୍ତି। ସେ କହିଛନ୍ତି, “ସିଦ୍ଧୁ ତାଙ୍କ ଟେଷ୍ଟ କ୍ୟାରିୟରରେ ୯ଟି ଟେଷ୍ଟ ଶତକ ମାରିଛନ୍ତି। ହେଲେ ପାକିସ୍ତାନ ଓ ଇମ୍ରାନ୍‌ ଖାନ୍‌ଙ୍କ ପ୍ରତି ତାଙ୍କ ଭଲ ପାଇବା ଥିବାରୁ ସେ କେବେ ହେଲେ ଆମ ବିରୋଧରେ ଶତକ ମାରିନାହାନ୍ତି। ଏଥିରୁ ପାକିସ୍ତାନ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଦର୍ଶାଉଛି।”

ଏହାପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ପାଠ ଉତ୍ସବରେ ମଧ୍ୟ ସିଦ୍ଧୁ ସେଠାକୁ ଯାଇଥିଲେ।

Related story