ପ୍ରଥମ କ୍ରିକେଟର ଭାବେ ଶେଫାଳି କଲେ ଏମିତି ରେକର୍ଡ

ମେଲବର୍ଣ୍ଣ: ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲ ଖେଳି ଟିମ୍‌ ଇଣ୍ଡିଆ ଓ ଏହାର ଖେଳାଳିମାନେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତେବେ ଟିମ୍‌ ଇଣ୍ଡିଆର ଷୋଡ଼ଶି ଓପନର ଶେଫାଳି ବର୍ମା ବ୍ୟକ୍ତିଗତ ଭାବେ କ୍ରିକେଟ ଜଗତରେ ନୂଆ ରେକର୍ଡ କରିଛନ୍ତି। ସେ ବିଶ୍ୱର ସର୍ବ କନିଷ୍ଠ କ୍ରିକେଟର(ଉଭୟ ପୁରୁଷ ଓ ମହିଳା) ଭାବେ କୌଣସି ବିଶ୍ୱକପର ଫାଇନାଲ ମ୍ୟାଚ୍‌ ଖେଳିଛନ୍ତି। ଆଜି ଯାଏ କୌଣସି ଖେଳଳି ୫୦ ଓଭର କିମ୍ବା ୨୦ ଓଭର ବିଶିଷ୍ଟ ବିଶ୍ୱକପ  […]

e

Hemant Lenka
  • Published: Sunday, 08 March 2020
  • , Updated: 08 March 2020, 04:35 PM IST

ମେଲବର୍ଣ୍ଣ: ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲ ଖେଳି ଟିମ୍‌ ଇଣ୍ଡିଆ ଓ ଏହାର ଖେଳାଳିମାନେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତେବେ ଟିମ୍‌ ଇଣ୍ଡିଆର ଷୋଡ଼ଶି ଓପନର ଶେଫାଳି ବର୍ମା ବ୍ୟକ୍ତିଗତ ଭାବେ କ୍ରିକେଟ ଜଗତରେ ନୂଆ ରେକର୍ଡ କରିଛନ୍ତି।

ସେ ବିଶ୍ୱର ସର୍ବ କନିଷ୍ଠ କ୍ରିକେଟର(ଉଭୟ ପୁରୁଷ ଓ ମହିଳା) ଭାବେ କୌଣସି ବିଶ୍ୱକପର ଫାଇନାଲ ମ୍ୟାଚ୍‌ ଖେଳିଛନ୍ତି। ଆଜି ଯାଏ କୌଣସି ଖେଳଳି ୫୦ ଓଭର କିମ୍ବା ୨୦ ଓଭର ବିଶିଷ୍ଟ ବିଶ୍ୱକପ  ଫାଇନାଲ ମ୍ୟାଚ୍‌ ଏତେ କମ ବୟସରେ ଖେଳି ନଥିଲେ।

ଏବେ ଶେଫାଳିଙ୍କ ବୟସ ମାତ୍ର ୧୬ ବର୍ଷ ୪୦ ଦିନ। ଏହାପୂର୍ବରୁ ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳିଥିବା ରେକର୍ଡ ୱେଷ୍ଟଇଣ୍ଡିଜ୍‌ର ଶାକ୍ୱାନା କ୍ୱିଣ୍ଟୟେନଙ୍କ ନାଁରେ ଥିଲା। ୨୦୧୩ ଦିନିକିଆ ବିଶ୍ୱକପ ଫାଇନାଲରେ ୱେଷ୍ଟଇଣ୍ଡିଜ ପ୍ରବେଶ କରିଥିଲା। ଏହି ମ୍ୟାଚ୍‌ରେ ଶାକ୍ୱାନା ଖେଳିଥିଲେ। ସେତେବେଳେ ତାଙ୍କର ବୟସ ୧୭ ବର୍ଷ ୪୫ ଦିନ ଥିଲା।

ଗ୍ରୁପ ପର୍ଯ୍ୟାୟରେ ଶେଫାଳି ଜବରବଦସ୍ତ ବ୍ୟାଟିଂ କରିବା ସହ ୪ଟି ମ୍ୟାଚ୍‌ରେ ୧୬୧ ରନ୍‌ କରିଥିଲେ। ହେଲେ ଫାଇନାଲ ମ୍ୟାଚ୍‌ରେ ସେ ମାତ୍ର ୨ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି।

Related story