ଆଇସିସି ଟି-୨୦ ରାଙ୍କିଙ୍ଗ: ଶୀର୍ଷ ସ୍ଥାନ ହରାଇଲେ ଷୋଡ଼ଶି ଶେଫାଳି ବର୍ମା

ଦୁବାଇ: ମହିଳା ଟି-୨୦ ବିଶ୍ୱକପ ଫାଇନାଲ ହାରିଥିବା ଟିମ ଇଣ୍ଡିଆ ପାଇଁ ପୁଣି ଏକ ନିରାଶ କଲା ଭଳି ଖବର ଆସିଛି। ମାତ୍ର କିଛି ଦିନ ପାଇଁ ମହିଳା ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିବା ପରେ ଟିମ୍‌ ଇଣ୍ଡିଆର ଷୋଡ଼ଶି ଓପନର ଶେଫାଳି ବର୍ମା ତଳକୁ ଖସି ଯାଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ମହିଳା ଟି-୨୦ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚିବାର ରେକର୍ଡ କରିଥିଲେ। ହେଲେ ବିଶ୍ୱକପ ଫାଇନାଲରେ ସେ ୨ ରନ୍‌ […]

sh

Hemant Lenka
  • Published: Monday, 09 March 2020
  • , Updated: 09 March 2020, 05:06 PM IST

ଦୁବାଇ: ମହିଳା ଟି-୨୦ ବିଶ୍ୱକପ ଫାଇନାଲ ହାରିଥିବା ଟିମ ଇଣ୍ଡିଆ ପାଇଁ ପୁଣି ଏକ ନିରାଶ କଲା ଭଳି ଖବର ଆସିଛି। ମାତ୍ର କିଛି ଦିନ ପାଇଁ ମହିଳା ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିବା ପରେ ଟିମ୍‌ ଇଣ୍ଡିଆର ଷୋଡ଼ଶି ଓପନର ଶେଫାଳି ବର୍ମା ତଳକୁ ଖସି ଯାଇଛନ୍ତି।

ସେ ପ୍ରଥମ ଭାରତୀୟ ଭାବେ ମହିଳା ଟି-୨୦ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚିବାର ରେକର୍ଡ କରିଥିଲେ। ହେଲେ ବିଶ୍ୱକପ ଫାଇନାଲରେ ସେ ୨ ରନ୍‌ କରି ଆଉଟ ହେବା ପରେ ତାଙ୍କ ରାଙ୍କିଙ୍ଗରେ ଅବନ୍ନତି ଘଟିଛି। ଏବେ ସେ ତାଲିକାର ୧ନଂରୁ ଖସି ୩ନଂରେ ପହଞ୍ଚିଛନ୍ତି।

ଟି-୨୦ ବିଶ୍ୱକପ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ ସରିବା ବେଳକୁ ଶେଫାଳିଙ୍କ ପାଖରେ ୭୬୧ ପଏଣ୍ଟ ରହିଥିଲା। ଏଥିପାଇଁ ସେ ୧ନଂ ବ୍ୟାଟସୱିମେନ ହେବାର ଗୌରବ ହାସଲ କରିଥିଲେ। କିନ୍ତୁ ମାତ୍ର କିଛି ଦିନ ମଧ୍ୟରେ ସେ ଏହି ସ୍ଥାନରୁ ତଳକୁ ଖସି ଯାଇଛନ୍ତି। ଏବେ ତାଙ୍କ ପାଖରେ ମାତ୍ର ୭୪୪ ପଏଣ୍ଟ ରହିଛି।

ଅଷ୍ଟ୍ରେଲିଆର ଓପନର ବେଥ ମୁନୀ ଫାଇନାଲ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଥିଲେ। ସେ ୭୮ ରନ୍‌ କରି ନଟଆଉଟ ରହିବା ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି କାରଣରୁ ସେ ୨ଟି ସ୍ଥାନ ଲମ୍ପ ମାରି ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ପାଖରେ ମୋଟ ୭୬୨ ପଏଣ୍ଟ ରହିଛି।

ମୁନୀ ବିଶ୍ୱକପରେ ୬୪ ହାରରେ ୨୫୯ ରନ୍ କରିଥିଲେ। ଏହି ସଫଳତା ପରେ ପ୍ରଥମଥର ପାଇଁ ମୁନୀ ତାଙ୍କ କ୍ରିକେଟ କ୍ୟାରିୟରେ ୧ନଂ ବ୍ୟାଟସୱିମେନ ହେବାର ରେକର୍ଡ କରିଛନ୍ତି।

ଦ୍ୱିତୀୟ ସ୍ଥାନରେ ୭୫୦ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ଓ ୪ର୍ଥରେ ଶୋଫିଆ ଡେଭାଇନ ରହିଛନ୍ତି। ୫ମରେ ଅଷ୍ଟ୍ରେଲିଆର ଅଲିସା ହିଲୀ ଓ ୬ଷ୍ଠରେ ଦଳର ଅଧିନାୟକ ମେଗ ଲାନିଙ୍ଗ ଅଛନ୍ତି। ଟପ୍ ୧୦ ବ୍ୟାଟସୱିମେନ ତାଲିକାରେ ଅନ୍ୟ ଦୁଇ ଭାରତୀୟ ସ୍ମୃତି ମନ୍ଧାନା ୭ମ ସ୍ଥାନରେ ଓ ୯ମ ସ୍ଥାନରେ ଜେମିମା ରୋଡ୍ରିଗ୍ସ ରହିଛନ୍ତି। ୮ମ ସ୍ଥାନରେ ୱେଷ୍ଟଇଣ୍ଡିଜ ଅଧିନାୟକ ଷ୍ଟେଫାନି ଟେଲର ଓ ୧୦ମ ସ୍ଥାନରେ ଇଂଲିଶ ଟିମର ନାଟାଲି ସ୍କିଭର ରହିଛନ୍ତି।

ଭାରତର ଦୀପ୍ତି ଶର୍ମା ୧୦ଟି ସ୍ଥାନ ଉପରକୁ ଉଠି ୪୩ ନଂରେ ପହଞ୍ଚିଛନ୍ତି। କିନ୍ତୁ ଅଲରାଉଣ୍ଡର ତାଲିକାରେ ପ୍ରଥମଥର ପାଇଁ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ରହିବାର ରେକର୍ଡ କରିଛନ୍ତି। ଅଲରାଉଣ୍ଡର ତାଲିକାରେ ସେ ଏକମାତ୍ର ଭାରତୀୟ।

ଅନ୍ୟପକ୍ଷରେ ବୋଲିଂ ରାଙ୍କିଙ୍ଗର ୬ଷ୍ଠ, ୭ମ ଓ ୮ମ ସ୍ଥାନରେ ଯଥାକ୍ରମେ ଭାରତର ଦୀପ୍ତି ଶର୍ମା, ରାଧା ଯାଦବ ଓ ପୁନମ ଯାଦବ ରହିଛନ୍ତି। ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଇଂଲଣ୍ଡର ସୋଫିଆ ଏସ୍କେଲଷ୍ଟୋନ ରହିଛନ୍ତି। ସେହିପରି ଅଷ୍ଟ୍ରେଲିଆ ମେଗନା ସ୍କୁଟ ଓ ଦକ୍ଷିଣ ଆଫ୍ରିକାର ଶାହବନିମ ଇସମାଇଲ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ବି

ଶ୍ୱକପରେ ଚମତ୍କାର ବୋଲିଂ କରିଥିବା ଅଷ୍ଟ୍ରେଲିଆ ଜେସ ଜୋନାସେନ କ୍ୟାରିୟର ଶ୍ରେଷ୍ଠ ୭୨୮ ହାସଲ କରି ବୋଲିଂ ରାଙ୍କିଙ୍ଗର ୫ମ ସ୍ଥାନ ଦଖଲ କରିଛନ୍ତି।

Related story