ଆଇସିସି ଟି-୨୦ ରାଙ୍କିଙ୍ଗରେ ୧୬ ବର୍ଷୀୟା ଶେଫାଳି ନଂ-୧

ନୂଆଦିଲ୍ଲୀ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଶେଫାଳି ବର୍ମା ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଶେଫାଳି ନିଜର ଦମଦାର ବ୍ୟାଟିଂ ଦ୍ୱାରା ଆଇସିସି ମହିଳା ଟି-୨୦ ରାଙ୍କିଙ୍ଗର ନମ୍ବର-୧ ବ୍ୟାଟ୍ସଓମ୍ୟାନ୍ ହୋଇଛନ୍ତି। ବୁଧବାର ଆଇସିସି ଦ୍ୱାରା ଜାରି ବ୍ୟାଟିଂ ରାଙ୍କିଙ୍ଗରେ ଶେଫାଳି ଏକାଥରକେ ୧୯ଟି ସ୍ଥାନ ଉପରକୁ ଉଠି ଶୀର୍ଷ ସ୍ଥାନ କବଜା କରିଛନ୍ତି। ମାତ୍ର ୧୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଥିବା ଶେଫାଳି ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ଯଥାକ୍ରମେ […]

shafali

Ranjit Kumar Jena
  • Published: Wednesday, 04 March 2020
  • , Updated: 04 March 2020, 06:15 PM IST

ନୂଆଦିଲ୍ଲୀ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଶେଫାଳି ବର୍ମା ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଶେଫାଳି ନିଜର ଦମଦାର ବ୍ୟାଟିଂ ଦ୍ୱାରା ଆଇସିସି ମହିଳା ଟି-୨୦ ରାଙ୍କିଙ୍ଗର ନମ୍ବର-୧ ବ୍ୟାଟ୍ସଓମ୍ୟାନ୍ ହୋଇଛନ୍ତି। ବୁଧବାର ଆଇସିସି ଦ୍ୱାରା ଜାରି ବ୍ୟାଟିଂ ରାଙ୍କିଙ୍ଗରେ ଶେଫାଳି ଏକାଥରକେ ୧୯ଟି ସ୍ଥାନ ଉପରକୁ ଉଠି ଶୀର୍ଷ ସ୍ଥାନ କବଜା କରିଛନ୍ତି। ମାତ୍ର ୧୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଥିବା ଶେଫାଳି ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ଯଥାକ୍ରମେ ୪୭, ୪୬, ୩୯ ଓ ୨୯ ରନର ଧୂଆଁଧାର ଇନିଂସ୍ ଖେଳିଛନ୍ତି। ସେ ୪ଟି ମ୍ୟାଚରେ ୪୦.୨୫ ହାରରେ ୧୬୧ ରନ୍ କରିଛନ୍ତି ଏବଂ ସେ ଦୁଇଥର ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଶେଫାଳିଙ୍କର ବର୍ତ୍ତମାନ ୭୬୧ ପଏଣ୍ଟ ରହିଛି। ଶେଫାଳି ମଧ୍ୟ କନିଷ୍ଠ ଭାରତୀୟ ମହିଳା କ୍ରିକେଟର୍ ଭାବେ ଆଇସିସି ରାଙ୍କିଙ୍ଗର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେହିପରି ମିତାଲୀ ରାଜଙ୍କ ପରେ ଶେଫାଳି ଦ୍ୱିତୀୟ ଭାରତୀୟ ଭାବେ ଟି-୨୦ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି। ରୋହତକର ଏହି ଉଦୀୟମାନ କ୍ରିକେଟର୍ ଗତ ୬ମାସ ମଧ୍ୟରେ ନିଜର ଦମଦାର ବ୍ୟାଟିଂ ଦ୍ୱାରା ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି।

ଗତବର୍ଷ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁରତରେ ଶେଫାଳି ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ସେ ୧୮ ମ୍ୟାଚରେ ୨୮.୫୨ ହାରରେ ୧୪୬.୯୬ ଷ୍ଟ୍ରାଇକରେଟରେ ୪୮୫ ରନ୍ କରିଛନ୍ତି। ପୂର୍ବରୁ ଶୀର୍ଷ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ (୭୫୦ ପଏଣ୍ଟ) ଦ୍ୱିତୀୟ ସ୍ଥାନକୁ ଖସିଆସିଛନ୍ତି। ସୁଜି ଅକ୍ଟୋବର, ୨୦୧୮ଠାରୁ ଏକ ନମ୍ବର ସ୍ଥାନରେ ଥିଲେ। ଶେଫାଳିଙ୍କ ଓପନିଂ ପାର୍ଟନର୍ ସ୍ମୃତି ମନ୍ଧାନାଙ୍କୁ ଦୁଇଟି ସ୍ଥାନର କ୍ଷତି ହୋଇଛି ଏବଂ ସେ ଚତୁର୍ଥରୁ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି।

ସେହିପରି ଭାରତର ଜେମିମା ରୋଡ୍ରିଗ୍ସ ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଜେମିମା ଦୁଇଟି ସ୍ଥାନ ଉପରକୁ ଉଠି ନବମରେ ପହଞ୍ଚିଛନ୍ତି। ବୋଲିଂ ରାଙ୍କିଙ୍ଗରେ ଇଂଲଣ୍ଡର ସୋଫି ଇକ୍ଲେଷ୍ଟୋନ୍ ଦୁଇଟି ସ୍ଥାନ ଉପରକୁ ଉଠି ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଚଳିତ ବିଶ୍ୱକପରେ ଚମତ୍କାର ଫର୍ମରେ ଥବବା ପୁନମ ଯାଦବଙ୍କୁ ୪ଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ଅଷ୍ଟମ ସ୍ଥାନକୁ ଉଠିଛନ୍ତି। ତେବେ ଭାରତର ଅନ୍ୟ ଦୁଇ ସ୍ପିନର ଯଥା ଦୀପ୍ତି ଶର୍ମା (ପଞ୍ଚମ) ଗୋଟିଏ ଓ ରାଧା ଯାଦବ (ସପ୍ତମ)ଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି।

Related story