ଫୋନରେ ଆଫ୍ରିଦଙ୍କୁ ଦାଉଦ୍‌ଙ୍କ ଧମକ

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ଦାଉଦ ଇବ୍ରାହିମ୍ ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ସଇଦ ଆଫ୍ରିଦଙ୍କୁ ଧମକ ଦେଇଛି। ନିଜର ମୁହଁ ବନ୍ଦ ନ ରଖିଲେ ପରିଣାମ ଭୟଙ୍କର ହେବ ବୋଲି ଦାଉଦ୍ ଆଫ୍ରିଦଙ୍କୁ ଫୋନରେ ଦେଇଛନ୍ତି। ସମୁଦି ଏବଂ ପୂର୍ବ କ୍ରିକେଟ କ୍ୟାପଟେନ ଯାୱେଦ୍ ମିୟାଦାଦ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଦାଉଦ, ଆଫ୍ରିଦକୁ ଧମକ ଦେଇଛି। ସୂଚନା ମୁତାବକ ଯାୱେଦ ମିୟାଦାଦ ଓ ସଇଦ ଆଫ୍ରିଦଙ୍କ ଭିତରେ ପୂର୍ବରୁ ଅନେକଥର କଥା କଟାକଟି ଖବର […]

miandad-afridi

Rakesh Mallick
  • Published: Saturday, 15 October 2016
  • , Updated: 15 October 2016, 11:22 PM IST

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ଦାଉଦ ଇବ୍ରାହିମ୍ ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ସଇଦ ଆଫ୍ରିଦଙ୍କୁ ଧମକ ଦେଇଛି। ନିଜର ମୁହଁ ବନ୍ଦ ନ ରଖିଲେ ପରିଣାମ ଭୟଙ୍କର ହେବ ବୋଲି ଦାଉଦ୍ ଆଫ୍ରିଦଙ୍କୁ ଫୋନରେ ଦେଇଛନ୍ତି। ସମୁଦି ଏବଂ ପୂର୍ବ କ୍ରିକେଟ କ୍ୟାପଟେନ ଯାୱେଦ୍ ମିୟାଦାଦ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଦାଉଦ, ଆଫ୍ରିଦକୁ ଧମକ ଦେଇଛି।

ସୂଚନା ମୁତାବକ ଯାୱେଦ ମିୟାଦାଦ ଓ ସଇଦ ଆଫ୍ରିଦଙ୍କ ଭିତରେ ପୂର୍ବରୁ ଅନେକଥର କଥା କଟାକଟି ଖବର ପ୍ରକାଶ ପାଇଥିଲା। ତାଜା ସୂଚନା ମୁତାବକ ପାକିସ୍ତାନୀ କ୍ରିକେଟ ଟିମ୍ ରୁ ସଇଦ ଆଫ୍ରିଦ ଅବସର ନେବା ପରେ ନିଜ ପାଇଁ ଏକ ଫେରୱଲ ମ୍ୟାଚ୍ ପାଇଁ ନିବେଦନ କରିଥିଲେ। ଏହାକୁ ନେଇ ଯାୱେଦ ମିୟାଦାଦ ଟଙ୍କା ପାଇଁ ସଇଦ ମ୍ୟାଚ୍‌ର ଆୟୋଜନ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ସଇଦଙ୍କ ଉପରେ ସେ ମ୍ୟାଚ୍ ଫିକ୍ସିଂର ମଧ୍ୟ ଅଭିଯୋଗ କରିଥିଲେ। ଏପରି ଅଭିଯୋଗ ପାଇଁ ସେ ଯାୱେଦଙ୍କୁ ଆଇନ ନୋଟିସ୍ ପଠାଇବେ ବୋଲି ଧମକ ଦେଇଥିଲେ। କିନ୍ତୁ ଏହା ପୂର୍ବରୁ ଡନଙ୍କ ଫୋନ ଆଫ୍ରିଦଙ୍କୁ ଚୁପ୍ କରିଦେଇଛି।

Related story