ଆହତ ଭୁବନେଶ୍ୱରଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆରେ ସାମିଲ ହେଲେ ଶାରଦୁଲ

ନୂଆଦିଲ୍ଲୀ: ଆସନ୍ତା ଶନିବାରଠାରୁ ଇନ୍ଦୋରରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ପାଇଁ ମିଡିୟମ ପେସ୍‌ର ଶାରଦୁଲ ଠାକୁରଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଛି। ଆହତ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ତାଙ୍କୁ ଦଳରେ ନିଆଯାଇଛି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି,“ଅଲ୍‌ ଇଣ୍ଡିଆ ସିନିୟର ସିଲେକ୍ସନ୍‌ କମିଟି ଭୁବନେଶ୍ୱରଙ୍କ ସ୍ଥାନରେ ଶାରଦୁଲଙ୍କ ନାମ ଚୂଡାନ୍ତ କରିଥିଲେ।” ଦ୍ୱିତୀୟ ଟେଷ୍ଟରେ ଭୁବନେଶ୍ୱରଙ୍କ ୫ ୱିକେଟ୍‌ ବଳରେ ଭାରତ ନ୍ୟୁଜିଲାଣ୍ଡକୁ ୧୭୮ ରନ୍‌ରେ ପରାସ୍ତ କରିଥିଲା। ତିନିଟିକିଆ […]

pandya

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 07:20 PM IST

ନୂଆଦିଲ୍ଲୀ: ଆସନ୍ତା ଶନିବାରଠାରୁ ଇନ୍ଦୋରରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ପାଇଁ ମିଡିୟମ ପେସ୍‌ର ଶାରଦୁଲ ଠାକୁରଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଛି। ଆହତ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ତାଙ୍କୁ ଦଳରେ ନିଆଯାଇଛି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି,“ଅଲ୍‌ ଇଣ୍ଡିଆ ସିନିୟର ସିଲେକ୍ସନ୍‌ କମିଟି ଭୁବନେଶ୍ୱରଙ୍କ ସ୍ଥାନରେ ଶାରଦୁଲଙ୍କ ନାମ ଚୂଡାନ୍ତ କରିଥିଲେ।”

ଦ୍ୱିତୀୟ ଟେଷ୍ଟରେ ଭୁବନେଶ୍ୱରଙ୍କ ୫ ୱିକେଟ୍‌ ବଳରେ ଭାରତ ନ୍ୟୁଜିଲାଣ୍ଡକୁ ୧୭୮ ରନ୍‌ରେ ପରାସ୍ତ କରିଥିଲା। ତିନିଟିକିଆ ସିରିଜରେ ଭାରତ ଏବେ ୨-୦ରେ ଆଗୁଆ ଅଛି। ତେବେ ଏହି ଟେଷ୍ଟରେ ଭୁବନେଶ୍ୱର ଆହତ ହୋଇଥିଲେ।

Related story