ଦ୍ୱିତୀୟ ଦିନିକିଆ: କଟ୍ଟରେଲଙ୍କ ଛକାରେ ଜିତିଲା ୱେଷ୍ଟଇଣ୍ଡିଜ୍‌

ବ୍ରିଜଟାଉନ୍‌: ଶେଲଡନ୍ କଟ୍ଟରେଲଙ୍କ ଛକା ବଳରେ ୱେଷ୍ଟଇଣ୍ଡିଜ୍ ଗୁରୁବାର ରାତିରେ କେନିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଆୟର୍ଲ୍ୟାଣ୍ଡକୁ ୧ ୱିକେଟରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଜିତି ନେଇଛି। ମଙ୍ଗଳବାର ପ୍ରଥମ ଦିନିକିଆକୁ ଇଣ୍ଡିଜ୍ ୫ ୱିକେଟରେ ଜିତିଥିଲା। କଟ୍ଟରେଲ୍ (୭*) ୪୯ତମ ଓଭରର ପଞ୍ଚମ ବଲରେ ମାର୍କ ଆଡେରଙ୍କୁ କଭରରେ ଛକା ମାରି ବିଜୟୀ ରନ୍ କରିଥିଲେ, ଯାହା ବଳରେ […]

wi

Ranjit Kumar Jena
  • Published: Friday, 10 January 2020
  • , Updated: 10 January 2020, 06:18 PM IST

ବ୍ରିଜଟାଉନ୍‌: ଶେଲଡନ୍ କଟ୍ଟରେଲଙ୍କ ଛକା ବଳରେ ୱେଷ୍ଟଇଣ୍ଡିଜ୍ ଗୁରୁବାର ରାତିରେ କେନିଙ୍ଗଟନ୍ ଓଭାଲରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଆୟର୍ଲ୍ୟାଣ୍ଡକୁ ୧ ୱିକେଟରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଜିତି ନେଇଛି। ମଙ୍ଗଳବାର ପ୍ରଥମ ଦିନିକିଆକୁ ଇଣ୍ଡିଜ୍ ୫ ୱିକେଟରେ ଜିତିଥିଲା। କଟ୍ଟରେଲ୍ (୭*) ୪୯ତମ ଓଭରର ପଞ୍ଚମ ବଲରେ ମାର୍କ ଆଡେରଙ୍କୁ କଭରରେ ଛକା ମାରି ବିଜୟୀ ରନ୍ କରିଥିଲେ, ଯାହା ବଳରେ ଇଣ୍ଡିଜ୍ ୪୯.୫ ଓଭରରେ ୯ ୱିକେଟ୍ ହରାଇ ୨୪୨ ରନ୍ କରି ବିଜୟୀ ହୋଇଥିଲା।

କଟ୍ଟରେଲଙ୍କ ବ୍ୟତୀତ ହେଡେନ୍ ୱାଲ୍ସ ନିଜର ସପ୍ତମ ମ୍ୟାଚରେ କ୍ୟାରିୟରର ସର୍ବଶ୍ରେଷ୍ଠ ଅପରାଜିତ ୪୬ ରନର ଇନିଂସ୍ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିକୋଲାସ ପୁରନ୍ ସର୍ବାଧିକ ୫୨ (୪୪ ବଲ୍‌, ୬ ଚୌକା), କ୍ୟାପଟେନ୍ କାଇରନ୍ ପୋଲାର୍ଡ ୪୦ (୩୨ ବଲ୍‌, ୧ ଚୌକା, ୪ ଛକା), ଶାଇ ହୋପ୍ ୨୫, ଖାରୀ ପିଏରୀ ୧୮ ଓ ଅଲଜାରି ଜୋସେଫ୍ ୧୬ ରନ୍ କରି ଆଉଟ୍ ହୋଇଥିଲେ। ଆୟର୍ଲ୍ୟାଣ୍ଡ୍ ପକ୍ଷରୁ ସିମି ସିଂହ ୩ଟି, ଆଣ୍ଡି ମ୍ୟାକବ୍ରାଇନ୍ ଓ ମ୍ୟାକକାର୍ଥି ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଆୟର୍ଲ୍ୟାଣ୍ଡ୍ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୭ ରନ୍ କରିଥିଲା। ଦଳ ପକ୍ଷରୁ ଓପ୍ନର ପଲ୍ ଷ୍ଟର୍ଲିଙ୍ଗ୍ ସର୍ବାଧିକ ୬୩ ରନ୍ କରିଥିବା ବେଳେ ସିମି ସିଂହ ୩୪, କେଭିନ୍ ଓ'ବ୍ରାଏନ୍ ୩୧, ୱିଲିୟମ୍ ପୋର୍ଟରଫିଲ୍ଡ ୨୯, ଗ୍ୟାରେଥ୍ ଡେଲାନୀ ୧୪ ଓ ବ୍ୟାରୀ ମ୍ୟାକକାର୍ଥି ଅପରାଜିତ ୧୭ ରନ୍ କରିଥିଲେ। ଇଣ୍ଡିଜ୍ ପକ୍ଷରୁ ଅଲଜାରୀ ଜୋସେଫ୍ ପୁଣିଥରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୩୨ ରନ୍ ଦେଇ ୪ଟି ୱିକେଟ୍ ପାଇଥିଲେ। ସେହିପରି କଟ୍ଟରେଲ୍ ୩ଟି ୱିକେଟ୍ ନେଇଥିଲେ।

Related story