ପାକିସ୍ତାନୀ କ୍ରିକେଟରଙ୍କୁ ନେଇ ବଡ଼ ବୟାନ ଦେଲେ ଧୱନ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ପାକିସ୍ତାନ କ୍ରିକେଟରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଏକ ଟିଭି ଚ୍ୟାନେଲରେ ଇଣ୍ଟରଭ୍ୟୁରେ କହିଛନ୍ତି, ପାକିସ୍ତାନ ଖେଳାଳିଙ୍କୁ ଭାରତ ସମ୍ବନ୍ଧରେ କଥା ହେବା ପୂର୍ବରୁ ନିଜ ଦେଶର ସ୍ଥିତି ସୁଧାରିବା ଉପରେ ଧ୍ୟାନ ଦେବା ଦରକାର। ଧୱନଙ୍କୁ ପଚରାଯାଇଥିଲା ଯେ, ଆପଣ ମଇଦାନରେ ପାକିସ୍ତାନ ବୋଲରଙ୍କୁ ଖୁବ୍ ପ୍ରହାର କରନ୍ତି ଏବଂ ଟ୍ୱିଟରରେ ମଧ୍ୟ ଛାଡ଼ନ୍ତି ନାହିଁ। ଏ ନେଇ ଧୱନ୍ କହିଥିଲେ, ଯଦି କେହି […]

dhawan

Ranjit Kumar Jena
  • Published: Sunday, 29 September 2019
  • , Updated: 29 September 2019, 09:56 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ପାକିସ୍ତାନ କ୍ରିକେଟରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଏକ ଟିଭି ଚ୍ୟାନେଲରେ ଇଣ୍ଟରଭ୍ୟୁରେ କହିଛନ୍ତି, ପାକିସ୍ତାନ ଖେଳାଳିଙ୍କୁ ଭାରତ ସମ୍ବନ୍ଧରେ କଥା ହେବା ପୂର୍ବରୁ ନିଜ ଦେଶର ସ୍ଥିତି ସୁଧାରିବା ଉପରେ ଧ୍ୟାନ ଦେବା ଦରକାର। ଧୱନଙ୍କୁ ପଚରାଯାଇଥିଲା ଯେ, ଆପଣ ମଇଦାନରେ ପାକିସ୍ତାନ ବୋଲରଙ୍କୁ ଖୁବ୍ ପ୍ରହାର କରନ୍ତି ଏବଂ ଟ୍ୱିଟରରେ ମଧ୍ୟ ଛାଡ଼ନ୍ତି ନାହିଁ।

ଏ ନେଇ ଧୱନ୍ କହିଥିଲେ, ଯଦି କେହି ଆମ ଦେଶ ସମ୍ବନ୍ଧରେ କିଛି ବି କହିବ, ତାହେଲେ ଆମେ ନିଶ୍ଚୟ ଏହାର ଜବାବ ଦେବୁ। ପ୍ରଥମେ ନିଜ (ପାକିସ୍ତାନ) ଦେଶକୁ ସୁଧାର, ତାପରେ ଅନ୍ୟ କଥା ଚିନ୍ତା କରିବ। କଥାରେ ଅଛି ଯାହା ଘର କାଚରେ ତିଆରି, ସେ କେବେବି ଅନ୍ୟ ଘରକୁ ପଥର ପକାନ୍ତି ନାହିଁ।

ଏହା ମଧ୍ୟରେ ତାଙ୍କୁ ପଚରାଯାଇଥିଲା ଯେ, ଗତବର୍ଷ ସେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦିଙ୍କ ବିରୋଧରେ ଟ୍ୱିଟ୍ କରିଥଥିଲେ। ଏହି ମାମଲାରେ ଧୱନ୍ କହିଥିଲେ, ମୋତେ ଆଫ୍ରିଦିଙ୍କ ଟ୍ୱିଟ୍ ପସନ୍ଦ ଆସିଲାନି। ଆଫ୍ରିଦି କଶ୍ମୀରକୁ ନେଇ ଟ୍ୱିଟ୍ କରିଥିଲେ। ଧୱନ୍ ଏହାର ଜବାବରେ ଲେଖିଥିଲେ, ପ୍ରଥମେ ନିଜ ଦେଶର ସ୍ଥିତି ସୁଧାର। ନିଜ ଚିନ୍ତାଧାରା ନିଜ ପାଖରେ ରଖ। ଆମ ଦେଶ ପାଇଁ ଆମେ ଯାହା କରୁଛୁ, ତାହା ଭଲ ଏବଂ ଆଗକୁ ଯାହାବି କରିବୁ ତାହା ଭଲ ଭାବେ ଜାଣିଛୁ। ଆମ ଦେଶ ମାମଲାରେ ମୁଣ୍ଡ ଖେଳାଇବାର ଦରକାର ନାହିଁ।

ସୂଚନାଯୋଗ୍ୟ, ସୋଶାଲ ମିଡିଆରେ ଆଫ୍ରିଦିଙ୍କ ବିରୋଧରେ ଧୱନଙ୍କ ବ୍ୟତୀତ ଗୌତମ ଗମ୍ଭୀର ଏବଂ ଈଶାନ୍ତ ଶର୍ମା ମଧ୍ୟ ମନ୍ତବ୍ୟ ଦେଇସାରିଛନ୍ତି। ଗମ୍ଭୀର ନିକଟରେ ଆଫ୍ରିଦିଙ୍କୁ ଟ୍ୱିଟରରେ କଡ଼ା ଜବାବ ଦେଇଥିଲେ। କଶ୍ମୀର ମାମଲାରେ ଉଭୟଙ୍କ ମଧ୍ୟରେ ସୋଶାଲ ମିଡିଆରେ ଖୁବ୍ ଯୁକ୍ତିତର୍କ ହୋଇଥିଲା।

Related story