ପି.ଭି ସିନ୍ଧୁ ଓ ସାକ୍ଷୀ ମଲ୍ଲିକଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ରେ ରୌପ୍ୟ ପଦକ ବିଜେତା ପି.ଭି ସିନ୍ଧୁ ଓ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲ୍ଲିକଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ। ଏମାନଙ୍କ ସମେତ ଜିମ୍ନନାଷ୍ଟ ଦୀପା କର୍ମକାର ଓ ସୁଟର ଜିତୁ ରାୟଙ୍କୁ ମଧ୍ୟ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି। କ୍ରିକେଟର ଅଜିଙ୍କ୍ୟା ରାହାଣେ ଓ ଆଥଲେଟ୍‌ ଲଳିତ ବାବରଙ୍କ ସମେତ ୧୫ ଜଣଙ୍କୁ ଅର୍ଜୁନ […]

sakshi-sindhu-

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 03:15 PM IST

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ରେ ରୌପ୍ୟ ପଦକ ବିଜେତା ପି.ଭି ସିନ୍ଧୁ ଓ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲ୍ଲିକଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ। ଏମାନଙ୍କ ସମେତ ଜିମ୍ନନାଷ୍ଟ ଦୀପା କର୍ମକାର ଓ ସୁଟର ଜିତୁ ରାୟଙ୍କୁ ମଧ୍ୟ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି।

କ୍ରିକେଟର ଅଜିଙ୍କ୍ୟା ରାହାଣେ ଓ ଆଥଲେଟ୍‌ ଲଳିତ ବାବରଙ୍କ ସମେତ ୧୫ ଜଣଙ୍କୁ ଅର୍ଜୁନ ପୁରସ୍କାର ଏବଂ ଆଥ୍‌ଲେଟ୍‌ ଦୂତି ଚାନ୍ଦଙ୍କ କୋଚ ନାଗପୁରୀ ରମେଶ, ଦୀପା କର୍ମକାରଙ୍କ କୋଚ ବିଶ୍ୱେଶ୍ୱର ନନ୍ଦିଙ୍କ ସମେତ ୬ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦେବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୯ ତାରିଖ ଖେଳ ଦିବସରେ ଏହି ପୁରସ୍କାର ପ୍ରଦାନ କରାଯିବ।

 

Related story