୨୦୦ମିଟର ଫ୍ରି ଷ୍ଟାଇଲ୍‌ରେ ଭଲ ପ୍ରଦର୍ଶନ କରିବାକୁ ଶିବାନୀଙ୍କ ଲକ୍ଷ୍ୟ

ବେଙ୍ଗାଲୁରୁ: ଆସନ୍ତା ମାସରୁ ବ୍ରାଜିଲର ରିଓ ଡି ଜେନେରିଓରେ ଆରମ୍ଭ ହେବାକୁ ଥିବା ବିଶ୍ୱ କ୍ରୀଡା ମହାକୁମ୍ଭରେ ଭଲ ପ୍ରଦର୍ଶନ କରିବାକୁ ଶିବାନୀ କଟାରିଆ ଲକ୍ଷ୍ୟ ରଖିଛନ୍ତି। ସନ୍ତରଣ ପ୍ରତିଯୋଗିତାରେ ଭାରତର ତୃତୀୟ ମହିଳା ପ୍ରତିଯୋଗୀ ଭାବେ ୨୦୦ ମିଟର ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ ଉଚ୍ଚ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି,“ମୁଁ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି ସତ କିନ୍ତୁ ମୋର ପ୍ରଥମ ଲକ୍ଷ୍ୟ ରହିବ ଯେ ୨୦୦ମିଟର ଫ୍ରି ଷ୍ଟାଇଲରେ ଭଲ […]

shivani kataria

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 05:41 PM IST

ବେଙ୍ଗାଲୁରୁ: ଆସନ୍ତା ମାସରୁ ବ୍ରାଜିଲର ରିଓ ଡି ଜେନେରିଓରେ ଆରମ୍ଭ ହେବାକୁ ଥିବା ବିଶ୍ୱ କ୍ରୀଡା ମହାକୁମ୍ଭରେ ଭଲ ପ୍ରଦର୍ଶନ କରିବାକୁ ଶିବାନୀ କଟାରିଆ ଲକ୍ଷ୍ୟ ରଖିଛନ୍ତି। ସନ୍ତରଣ ପ୍ରତିଯୋଗିତାରେ ଭାରତର ତୃତୀୟ ମହିଳା ପ୍ରତିଯୋଗୀ ଭାବେ ୨୦୦ ମିଟର ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ ଉଚ୍ଚ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସେ କହିଛନ୍ତି,“ମୁଁ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି ସତ କିନ୍ତୁ ମୋର ପ୍ରଥମ ଲକ୍ଷ୍ୟ ରହିବ ଯେ ୨୦୦ମିଟର ଫ୍ରି ଷ୍ଟାଇଲରେ ଭଲ ପ୍ରଦର୍ଶନ କରି ଭାରତ ପାଇଁ ଗୌରବ ଆଣିବା। ଏଥିପାଇଁ ମୁଁ ଅକ୍ଳାନ୍ତ ପରିଶ୍ରମ କରୁଛି। ”

ସେ କହିଛନ୍ତି,“୨୦୦୪ରୁ ମୁଁ ଦେଶ ପକ୍ଷରୁ ଅଲିମ୍ପିକ୍‌ରେ ପ୍ରତିନିଧିତ୍ୱ କରିଆସୁଛି। ଏହି ପ୍ରତିଯୋଗିତାରେ ମେଡାଲ ଜିତିଲେ ମୁଁ ଅନ୍ୟ ମାନଙ୍କର ପାଇଁ ଉଦାହରଣ ହୋଇପାରିବି। ଏହାକୁ ଅନ୍ୟ ମହିଳାମାନେ ମଧ୍ୟ କ୍ୟାରିଅର ଭାବେ ଗ୍ରହଣ କରି ଦେଶ ପାଇଁ ଗୌରବ ଆଣିପାରିବେ। ଭାରତରେ ବହୁ ଦକ୍ଷତା ସମ୍ପର୍ଣ୍ଣ ପହଁରାଲି ରହିଛନ୍ତି। କିନ୍ତୁ ସୁଯୋଗ ଅଭାବରୁ ସେମାନେ ତଳେ ରହିଯାଉଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି,“ଯଦି ଏହି ଅଲିମ୍ପିକ୍‌ରେ ମୁଁ କୌଣସି ମେଡାଲ ଜିତି ନ ପାରିଲି ତେବେ ୨୦୨୦ ଟୋକିଓ ଅଲିମ୍ପିକ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିବି। ସେଥିରେ ନିଶ୍ଚିତ ଦେଶ ପାଇଁ ଗୌରବ ଆଣିବି।”

Related story