ଶୁଟିଂ ୱାର୍ଲ୍ଡ କପ୍ ଅଧାରୁ ଓହରିଲେ ଆଇଏଏଫ୍ ଶୁଟର୍

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେନସନ୍ ମଧ୍ୟରେ ଇଣ୍ଡିଆନ୍ ଏୟାର ଫୋର୍ସ (ଆଇଏଏଫ୍) ଦିଲ୍ଲୀରେ ଚାଲିଥିବା ଆଇଏସ୍ଏସ୍ଏଫ୍ ୱାର୍ଲ୍ଡକପରେ ଭାରତୀୟ ଟିମରେ ସାମିଲ ତା’ର ଶୁଟରଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି । ରାଇଫଲ୍ ଶୁଟର୍ ରବି କୁମାର ଓ ଦୀପକ କୁମାରଙ୍କୁ ବୁଧବାର ଅପରାହ୍ଣ ସୁଦ୍ଧା ରିପୋର୍ଟ କରିବାକୁ କୁହାଯାଇଛି । ଦେଶର ରାଜଧାନୀସ୍ଥିତ କର୍ଣ୍ଣି ସିଂହ ଶୁଟିଂରେ ରେଞ୍ଜରେ ରବି କୁମାର କହିଛନ୍ତି, ମୋତେ ମୋ ଚିିଫ୍ (ମୁଖ୍ୟ) ଅପରାହ୍ଣ ସୁଦ୍ଧା ରିପୋର୍ଟ […]

squash

Subrat Kumar Nayak
  • Published: Wednesday, 27 February 2019
  • , Updated: 27 February 2019, 05:55 PM IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେନସନ୍ ମଧ୍ୟରେ ଇଣ୍ଡିଆନ୍ ଏୟାର ଫୋର୍ସ (ଆଇଏଏଫ୍) ଦିଲ୍ଲୀରେ ଚାଲିଥିବା ଆଇଏସ୍ଏସ୍ଏଫ୍ ୱାର୍ଲ୍ଡକପରେ ଭାରତୀୟ ଟିମରେ ସାମିଲ ତା’ର ଶୁଟରଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି । ରାଇଫଲ୍ ଶୁଟର୍ ରବି କୁମାର ଓ ଦୀପକ କୁମାରଙ୍କୁ ବୁଧବାର ଅପରାହ୍ଣ ସୁଦ୍ଧା ରିପୋର୍ଟ କରିବାକୁ କୁହାଯାଇଛି ।

ଦେଶର ରାଜଧାନୀସ୍ଥିତ କର୍ଣ୍ଣି ସିଂହ ଶୁଟିଂରେ ରେଞ୍ଜରେ ରବି କୁମାର କହିଛନ୍ତି, ମୋତେ ମୋ ଚିିଫ୍ (ମୁଖ୍ୟ) ଅପରାହ୍ଣ ସୁଦ୍ଧା ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ମୋତେ ଯାହା କହିବେ ମୁଁ କରିବି ।

୨୯ ବର୍ଷୀୟ ରବି ଆହୁରି କହିଛନ୍ତି, ଆଇଏଏଫର ମୋ ସବୁ ସାଥୀ ପୂର୍ବରୁ ହିଁ ଡ୍ୟୁଟିରେ ଅଛନ୍ତି । ଏୟାରଫୋର୍ସ ବର୍ତ୍ତମାନ ସମ୍ପୂର୍ଣ୍ଣ ଆଲର୍ଟ ଅଛି । ଆମକୁ କେବଳ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରୋଟୋକଲ ଅନୁଯାୟୀ ଏଭଳି ସ୍ଥିତିରେ ଆମେ ଡ୍ୟୁଟିରେ ନଥିଲେ ବି ଫୋନ୍ କଲ୍ କରିବାକୁ ପଡ଼ିଥାଏ ବୋଲି ରବି କୁମାର କହିଛନ୍ତି । ରବି ଓ ଦୀପକ ଏୟାର ଫୋର୍ସର ଗ୍ରାଉଣ୍ଡ ଷ୍ଟାଫ୍ ଅଛନ୍ତି ।

ଏ ନେଇ ରବି କହିଛନ୍ତି, ମୁଁ ଓ ଦୀପକ ଗ୍ରାଉଣ୍ଡ ଷ୍ଟାଫ୍ । ମୁଁ ପାଇଲଟ୍ ନୁହେଁ, କିନ୍ତୁ ଯଦି ଆବଶ୍ୟକ ପଡେ, ତାହେଲେ ଯୁଦ୍ଧକ୍ଷେତ୍ରକୁ ଯିବି । ତେଣୁ ଦେଶ ଯେତେବେଳେ ଚାହିଁବ, ଆମେ ସେବା କରିବା ପାଇଁ ପ୍ରସ୍ତୁତ ଅଛୁ । ବର୍ତ୍ତମାନ ଶୁଟିଂ ଆମ ପାଇଁ ଦ୍ୱିତୀୟରେ ରହିବ । ଉଭୟେ ଶୁଟର୍ ୧୦ ମିଟର ଏୟାର ରାଇଫଲ୍ ପୁରୁଷ ଓ ଡବଲ୍ସ ବର୍ଗରେ ଭାଗ ନେଇଥିଲେ, କିନ୍ତୁ ଫାଇନାଲରେ ପହଂଚିବାରେ ବିଫଳ ହୋଇଥିଲେ ।

Related story