କୋହଲିଙ୍କ ଏହି ରେକର୍ଡ ଭାଙ୍ଗିଲେ ଗିଲ୍‌

ରାଞ୍ଚି: ଚଳିତ ଦେଓଧର ଟ୍ରଫିରେ ଇଣ୍ଡିଆ-ସି’ କ୍ୟାପଟେନ୍ ଶୁବମାନ୍ ଗିଲ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଗିଲ୍ ସବୁଠାରୁ କନିଷ୍ଠ କ୍ୟାପଟେନ୍ ଭାବେ ଦେଓଧର ଟ୍ରଫି ଫାଇନାଲରେ ଟିମର ନେତୃତ୍ୱ ବହନ କରିଛନ୍ତି। ଏହି ମାମଲାରେ ସେ ଭାରତୀୟ ଦଳର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପଛରେ ପକାଇଛନ୍ତି। କୋହଲି ୧୦ ବର୍ଷ ତଳେ ଅର୍ଥାତ୍ ୨୦୦୯-୧୦ ସଂସ୍କରଣର ଫାଇନାଲରେ ମାତ୍ର ୨୧ ବର୍ଷ ୧୨୪ ଦିନରେ ନର୍ଥ ଜୋନ୍ ଟିମର କ୍ୟାପଟେନ୍ ହୋଇଥିଲେ। ଗିଲ୍ ମାତ୍ର […]

gill

Ranjit Kumar Jena
  • Published: Monday, 04 November 2019
  • , Updated: 04 November 2019, 05:41 PM IST

ରାଞ୍ଚି: ଚଳିତ ଦେଓଧର ଟ୍ରଫିରେ ଇଣ୍ଡିଆ-ସି' କ୍ୟାପଟେନ୍ ଶୁବମାନ୍ ଗିଲ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଗିଲ୍ ସବୁଠାରୁ କନିଷ୍ଠ କ୍ୟାପଟେନ୍ ଭାବେ ଦେଓଧର ଟ୍ରଫି ଫାଇନାଲରେ ଟିମର ନେତୃତ୍ୱ ବହନ କରିଛନ୍ତି। ଏହି ମାମଲାରେ ସେ ଭାରତୀୟ ଦଳର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପଛରେ ପକାଇଛନ୍ତି।

କୋହଲି ୧୦ ବର୍ଷ ତଳେ ଅର୍ଥାତ୍ ୨୦୦୯-୧୦ ସଂସ୍କରଣର ଫାଇନାଲରେ ମାତ୍ର ୨୧ ବର୍ଷ ୧୨୪ ଦିନରେ ନର୍ଥ ଜୋନ୍ ଟିମର କ୍ୟାପଟେନ୍ ହୋଇଥିଲେ। ଗିଲ୍ ମାତ୍ର ୨୦ ବର୍ଷ ୫୭ ଦିନରେ ଇଣ୍ଡିଆ-ସି'ର କ୍ୟାପଟେନ୍ ଭାବେ ଏହି ରେକର୍ଡ ଭାଙ୍ଗିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ୨୦୧୫-୧୬ରେ ଉନ୍ମୁକ୍ତ ଚାନ୍ଦ ୨୨ ବର୍ଷ ୩୧୦ ଦିନରେ ଇଣ୍ଡିଆ-ବି' ଦଳର କ୍ୟାପଟେନ୍ ହୋଇଥିବା ବେଳେ ୨୦୧୭-୧୮ରେ ଶ୍ରେୟସ ଆୟର୍ ୨୩ ବର୍ଷ ୯୨ ଦିନରେ ଇଣ୍ଡିଆ-ବି' ଟିମର ନେତୃତ୍ୱ ନେଇଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଭଲ ଫର୍ମରେ ଥିବା ଗିଲ୍ ଫାଇନାଲରେ ନିରାଶ କରିଛନ୍ତି। ସେ ମାତ୍ର ୧ ରନ୍ କରି ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ।

Related story