ଟେଷ୍ଟ ସିରିଜ୍ ପୂର୍ବରୁ ଗିଲଙ୍କ ଧମାକା

କ୍ରାଇଷ୍ଟଚର୍ଚ୍ଚ: ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାଲ୍ ଗିଲ୍ ଏଠାରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ୍‌-ଏ ବିପକ୍ଷ ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଦ୍ୱିଶତକ ମାରିଛନ୍ତି। ଗିଲଙ୍କ ଦ୍ୱିଶତକ ବ୍ୟତୀତ ପ୍ରିୟଙ୍କ ପାଞ୍ଚାଲ୍ ଓ କ୍ୟାପଟେନ୍ ହନୁମା ବିହାରୀଙ୍କ ଶତକ ବଳରେ ଭାରତ-ଏ ରବିବାର ନ୍ୟୁଜିଲ୍ୟାଣ୍ଡ୍‌-ଏ ବିପକ୍ଷ ଏହି ଚାରିଦିନିଆ ମ୍ୟାଚକୁ ଡ୍ର’ କରିଛି। ତେବେ ଏହି ଦମଦାର ଇନିଂସ୍ ଖେଳି ଗିଲ୍ ଟେଷ୍ଟ ଟିମରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ଚୟନକର୍ତ୍ତାଙ୍କୁ ବାଧ୍ୟ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ […]

gill

Ranjit Kumar Jena
  • Published: Sunday, 02 February 2020
  • , Updated: 02 February 2020, 07:00 PM IST

କ୍ରାଇଷ୍ଟଚର୍ଚ୍ଚ: ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାଲ୍ ଗିଲ୍ ଏଠାରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ୍‌-ଏ ବିପକ୍ଷ ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଦ୍ୱିଶତକ ମାରିଛନ୍ତି। ଗିଲଙ୍କ ଦ୍ୱିଶତକ ବ୍ୟତୀତ ପ୍ରିୟଙ୍କ ପାଞ୍ଚାଲ୍ ଓ କ୍ୟାପଟେନ୍ ହନୁମା ବିହାରୀଙ୍କ ଶତକ ବଳରେ ଭାରତ-ଏ ରବିବାର ନ୍ୟୁଜିଲ୍ୟାଣ୍ଡ୍‌-ଏ ବିପକ୍ଷ ଏହି ଚାରିଦିନିଆ ମ୍ୟାଚକୁ ଡ୍ର' କରିଛି। ତେବେ ଏହି ଦମଦାର ଇନିଂସ୍ ଖେଳି ଗିଲ୍ ଟେଷ୍ଟ ଟିମରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ଚୟନକର୍ତ୍ତାଙ୍କୁ ବାଧ୍ୟ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳର ଚୟନ ଖୁବଶୀଘ୍ର କରାଯିବ।

ରବିବାର ଚତୁର୍ଥ ତଥା ଅନ୍ତିମ ଦିବସରେ ଭାରତ-ଏ ୧୨୭/୨ରୁ ଖେଳ ଆରମ୍ଭ କରିଥିଲା ଏବଂ ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ୪୪୮ ରନ୍ କରି ମ୍ୟାଚ୍ ଡ୍ର' କରିଥିଲା। ଗିଲ୍ ବିଦେଶ ମାଟିରେ ନିଜର ଦ୍ୱିତୀୟ ଦ୍ୱିଶତକ ମାରିଛନ୍ତି। ଗତବର୍ଷ ସେ ୱେଷ୍ଟଇଣ୍ଡିଜରେ ମଧ୍ୟ ଏହି କାରନାମା କରିଥିଲେ। ଗିଲ୍ ୨୭୯ ବଲରେ ୨୨ ଚୌକା ଓ ୪ ଛକା ସହ ୨୦୪ ରନ୍ କରି ଅପରାଜିତ ଥିଲେ। ଗିଲ୍ ତୃତୀୟ ୱିକେଟ୍ ପାଇଁ ପାଞ୍ଚାଲଙ୍କ ସହ ମିଶି ୧୬୭ ରନ୍ ଯୋଡ଼ିଥିଲେ।

ପାଞ୍ଚାଲ୍ ୧୬୪ ବଲରେ ୭ ଚୌକା ଓ ୬ ଛକା ବଳରେ ୧୧୫ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଗିଲ୍ ଓ ବିହାରୀ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୨୨୨ ରନର ଭାଗୀଦାରୀ କରି ଭାରତକୁ ପରାଜୟରୁ ରକ୍ଷା କରିଥିଲେ। ବିହାରୀ ୧୧୩ ବଲରେ ୧୧ ଚୌକା ଓ ୩ ଛକା ସହ ୧୦୦ ରନ୍ କରି ଅପରାଜିତ ଥିଲେ। ପ୍ରଥମ ଇନିଂସରେ ଭାରତ-ଏ ଖରାପ ବ୍ୟାଟିଂ କରିଥିଲା ଏବଂ ମାତ୍ର ୨୧୬ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ୍‌-ଏ ୭ ୱିକେଟ୍ ହରାଇ ୫୬୨ ରନର ବିଶାଳ ସ୍କୋର କରିଥିଲା।

Related story