ଶୁଭମନ୍‌ ଗିଲ୍‌ଙ୍କ ଏହି ଶତକକୁ ମନେ ପକାଇଲା ଆଇସିସି

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଖେଳାଯାଉଥିବା ଦିନିକିଆ ସିରିଜ୍ ପାଇଁ ମନୋନୀତ ହୋଇ ବରିଷ୍ଠ ଦଳରେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିବା ଅପେକ୍ଷାରେ ଅଛନ୍ତି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ରେ ସଫଳ ହୋଇଥିବା ଶୁଭମନ୍‌ ଗିଲ୍। ଭାରତ ୩-୦ରେ ସିରିଜ୍‌ରେ ଆଗୁଆ ଥିବାବେଳେ ସେ ଗତ ମ୍ୟାଚ୍ ପରଠାରୁ ବିଶ୍ରାମ ନେଇଥିବା ବିରାଟ କୋହଲିଙ୍କ ସ୍ଥାନରେ ଚତୁର୍ଥ ମ୍ୟାଚ୍‌ରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ତେବେ ତାଙ୍କର ପ୍ରଦାର୍ପଣ ମ୍ୟାଚ୍‌କୁ କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଅପେକ୍ଷା କରିଥିବା ଆଇସିସିର ଏକ […]

gil

Subrat Kumar Nayak
  • Published: Wednesday, 30 January 2019
  • , Updated: 30 January 2019, 04:53 PM IST

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଖେଳାଯାଉଥିବା ଦିନିକିଆ ସିରିଜ୍ ପାଇଁ ମନୋନୀତ ହୋଇ ବରିଷ୍ଠ ଦଳରେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିବା ଅପେକ୍ଷାରେ ଅଛନ୍ତି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ରେ ସଫଳ ହୋଇଥିବା ଶୁଭମନ୍‌ ଗିଲ୍। ଭାରତ ୩-୦ରେ ସିରିଜ୍‌ରେ ଆଗୁଆ ଥିବାବେଳେ ସେ ଗତ ମ୍ୟାଚ୍ ପରଠାରୁ ବିଶ୍ରାମ ନେଇଥିବା ବିରାଟ କୋହଲିଙ୍କ ସ୍ଥାନରେ ଚତୁର୍ଥ ମ୍ୟାଚ୍‌ରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ତେବେ ତାଙ୍କର ପ୍ରଦାର୍ପଣ ମ୍ୟାଚ୍‌କୁ କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହିତ ଅପେକ୍ଷା କରିଥିବା ଆଇସିସିର ଏକ ଟ୍ୱିଟ୍‌ରୁ ପ୍ରମାଣିତ ହୋଇଛି।
https://twitter.com/ICC/status/1090429389798424577

ଆଇସିସି ୨୦୧୮ ମସିହାରେ ଖେଳାଯାଇଥିବା ଅଣ୍ଡର ୧୯ ବିଶ୍ୱକପ୍‌ରେ ପାକିସ୍ତାନ ବିରୋଧରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଗିଲ୍ ଶତକ ହାସଲ କରିବାର ଉତ୍ସବ ମନାଉଥିବା ସମୟର ଏକ ଭିଡିଓ ଟ୍ୱିଟ୍ କରି ଆଇସିସି ସ୍ମୃତି ବଖାଣିଛି।

ଏଥିରେ ଲେଖାଅଛି, ୨୦୧୮ ମସିହାରେ ଆଜିର ଦିନରେ ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ରେ ପାକିସ୍ତାନକୁ ଧୂଳି ଚଟାଇଥିଲା। ଗିଲ୍‌ ୧୦୨ ରନ୍‌ ହାସଲ କରିବାପରେ ଇଶାନ୍‌ ପୋରେଲ୍‌ ୧୭ ରନ୍‌ ଦେଇ ୪ ୱିକେଟ୍‌ ହାସଲ କରି ପାକିସ୍ତାନକୁ ୬୯ ରନ୍‌ରେ ଅଲ୍‌ଆଉଟ୍‌ କରିଦେଇଥିଲେ।

ଗିଲ୍‌ ୯୨ ବଲ୍‌ରୁ ଏହି ୧୦୨ ରନ୍‌ ହାସଲ କରିଥିଲେ। ଭାରତ ପାକିସ୍ତାନ ବିରୋଧରେ ୨୦୩ ରନ୍‌ର ବିଜୟ ହାସଲ କରିଥିଲା। ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ହରାଇ ପୃଥ୍ୱୀ ଶ’ଙ୍କ ନେତୃତ୍ୱାଧୀନ ଭାରତୀୟ ୧୯ ବର୍ଷରୁ କମ୍‌ ଦଳ ବିଶ୍ୱବିଜେତା ହୋଇଥିଲା।

ତେବେ ଆଇସିସିର ଏହି ଟ୍ୱିଟ୍‌ ପରେ ଗିଲ୍‌ଙ୍କ ପ୍ରଶଂସକମାନ ଟ୍ୱିଟ୍‌ର ବର୍ଷା କରିଥିଲେ।

https://twitter.com/peter_jole/status/1090431282398486528
https://twitter.com/V3351/status/1090472076606095360
https://twitter.com/soumitra_roy/status/1090446718011957248

Related story