SRH ବିପକ୍ଷରେ 4-0ରେ କ୍ଲିନ୍‌ ସୁଇପ୍‌ କରି ଇତିହାସ ରଚିଲା CSK : ରୋହିତଙ୍କ ସମକକ୍ଷ ହେଲେ ଧୋନୀ

ଆଇପିଏଲର ଆଉ ଏକ ସିଜିନକୁ ନିଜ ନାଁରେ କବ୍‌ଜା କରିନେଇଛି ଚେନ୍ନାଇ ସୁପର କିଙ୍ଗ୍ସ। ରବିବାର ଖେଳାଯାଇଥିବା ଆଇପିଏଲ୍ ଇଲେଭେନ୍ ଫାଇନାଲରେ ଚମ୍ପିଅନ୍ ହୋଇ ମୁମ୍ବାଇ ସହ ସମକକ୍ଷ ହୋଇଛି ୟେଲୋ ବିଗ୍ରେଡ୍। ପୂର୍ବରୁ ମୁମ୍ବାଇ ସର୍ବାଧିକ ୩ ଥର ଚାମ୍ପିୟନ ହୋଇଥିଲା। ରବିବାର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ  କରି ତୃତୀୟ ଥର ପାଇଁ ଚାମ୍ପିୟନ ହେବାର ରେକର୍ଡ ନିଜ ନାଁରେ କରିଛି ଚେନ୍ନାଇ ସୁପରକିଙ୍ଗ୍। ଓପନର […]

ipl

Rakesh Mallick
  • Published: Monday, 28 May 2018
  • , Updated: 28 May 2018, 01:59 AM IST

ଆଇପିଏଲର ଆଉ ଏକ ସିଜିନକୁ ନିଜ ନାଁରେ କବ୍‌ଜା କରିନେଇଛି ଚେନ୍ନାଇ ସୁପର କିଙ୍ଗ୍ସ। ରବିବାର ଖେଳାଯାଇଥିବା ଆଇପିଏଲ୍ ଇଲେଭେନ୍ ଫାଇନାଲରେ ଚମ୍ପିଅନ୍ ହୋଇ ମୁମ୍ବାଇ ସହ ସମକକ୍ଷ ହୋଇଛି ୟେଲୋ ବିଗ୍ରେଡ୍। ପୂର୍ବରୁ ମୁମ୍ବାଇ ସର୍ବାଧିକ ୩ ଥର ଚାମ୍ପିୟନ ହୋଇଥିଲା। ରବିବାର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ  କରି ତୃତୀୟ ଥର ପାଇଁ ଚାମ୍ପିୟନ ହେବାର ରେକର୍ଡ ନିଜ ନାଁରେ କରିଛି ଚେନ୍ନାଇ ସୁପରକିଙ୍ଗ୍।

ଓପନର ସେନ୍ ୱାଟସନ୍‌ ଅପରାଜିତ ଶତକ ବଳରେ ମ୍ୟାଚକୁ ଅତି ସହଜରେ ଜିତି ନେଇଥିଲା ସିଏସ୍‌କେ। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍ ୬ ଓ୍ବିକେଟ୍ ହରାଇ ୧୭୮ ରନ୍ କରିବାରେ ସଫଳ ହୋଇଥିଲା। ତେବେ ୧୭୯ ରନର ଟାଗେର୍ଟକୁ ମାତ୍ର ୧୮ ଓଭର ତିନୋଟି ବଲରେ ହାସଲ କରିନେଇଥିଲା ଚେନ୍ନାଇ। ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଥିଲେ ସେନ୍ ୱାଟସନ୍। ସେ  ମାତ୍ର ୫୭ଟି ବଲରୁ ୧୧୭ ରନ୍ କରି ମ୍ୟାଚ୍‌କୁ ଏକ ପାଖିଆ କରିଦେଇଥିଲେ।

ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନଙ୍କ ଆଗରେ ସନରାଇଜର୍ସର ଘାତକ ବୋଲିଂ କାମ କରିନଥିଲା।  ୱାଟସନଙ୍କ ବ୍ୟାଟ୍‌ରୁ ଆକର୍ଷଣୀୟ ଶତକୀୟ ଇଂନିସ ଦେଖିବାକୁ ମିଳିଥିଲା। ଏକାକି ବିପକ୍ଷ ଦଳର ବୋଲିଂକୁ ଧରାଶାୟୀ କରିଦେଇଥିଲେ ୱାଟସନ୍‌। ଏପରିକି ଡେଞ୍ଜର ମ୍ୟାନ୍‌ ରସିଦ୍ ଖାନ୍ ମଧ୍ୟ ୱିକେଟ୍ ନେବାରେ ବିଫଳ ହୋଇଥିଲେ।

ଆରମ୍ଭରୁ ମନ୍ଥର ଗତିରେ ଇନିଂସ ଷ୍ଟାର୍ଟ କରିଥିଲା ଧୋନି ବାହିନୀ। ୫ ଓଭର ବେଳକୁ ଗୋଟିଏ ୱିକେଟ୍ ହରାଇ ସଂଗ୍ରହ କରିଥିଲା ମାତ୍ର ୨୦ ରନ୍। ଓପନର ଫାପ୍ ଡିପ୍ଲେସିସ୍ ୧୦ ରନ୍ ଏବଂ ସୁରେଶ ରାଇନା ୩୨ ରନ୍ କରି ପଭେଲିଅନ୍ ଫେରିଥିଲେ। ତେବେ ପରେ ପରେ ସନ୍ଦୀପ ଶର୍ମାଙ୍କ ବୋଲିଂ ହାଇଦ୍ରାବାଦ ଟିମ୍ ପାଇଁ ବେସ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ୪ ଓଭରରେ ୫୨ ରନ୍ ଦେଇଥିଲେ ସନ୍ଦୀପ।

ଅପରପକ୍ଷେ ସନ୍‌ରାଇଜର୍ସ ହାଇଦ୍ରାବାଦ୍ ବ୍ୟାଟ୍ପମ୍ୟାନ୍ ଏତେଟା ସଫଳ ହୋଇନଥିଲେ। ଅଧିନାୟକ କେନ୍ ୱିଲିୟମସନ୍‌ ସର୍ବାଧିକ ୪୭ ରନ୍ କରିଥିଲେ। ଏହି ବିଜୟ ସହ ତିନୋଟି ଆଇପିଏଲ୍ ସିଜନକୁ ନିଜ ନାଁରେ କରିନେଇଛି ଚେନ୍ନାଇ।  ୨୦୧୦, ୨୦୧୧ ସିଜନର ବିଜେତା ଚେନ୍ନାଇ ଆଉ ୨୦୧୮ ସିଜିନ ଜିତି ଆଉ ଏକ ଇତିହାସ ରଚିଛି। ଟିମ୍ ସପ୍ତମ ଥର ଫାଇନାଲ୍ ଖେଳି ତୃତୀୟ ଥର ପାଇଁ ଚାମ୍ପିଅନ୍ ହୋଇଛି। ଏହାସହ ୪ ଥର ରନର୍ସଅପ୍ ହୋଇଛି। ବିଜେତା ସିଏସ୍‌କେ ଟିମ୍‌କୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ମିଳିଥିବା ବେଳେ ରନର୍ସଅପ୍ ଭାବେ ସନରାଇଜର୍ସକୁ ମିଳିଛି ୧୨.୫ କୋଟି ଟଙ୍କା।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ୨୦୧୮ ଚେନ୍ନାଇ ଅନେକ ଟିମ୍‌ ବିପକ୍ଷରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହି ଟିମ୍‌ ଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ ବିପକ୍ଷରେ ସିଏସ୍‌କେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲା। ୧୧ତମ ସଂସ୍କରଣରେ ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ୪ ଥର ମୁକାବିଲା ହୋଇଥିଲେ ମଧ୍ୟ ଚେନ୍ନାଇ ସମସ୍ତ ମ୍ୟାଚ୍‌ରେ ବିଜୟ ହାସଲ କରିଛି।

Related story