ସିମନ୍ସ ୱେଷ୍ଟଇଣ୍ଡିଜ୍ କୋଚ୍ ନିଯୁକ୍ତ

ସେଣ୍ଟ ଜୋନ୍ସ: ବିବାଦୀୟ ପରିସ୍ଥିତିରେ ବହିଷ୍କୃତ ହେବାର ତିନିବର୍ଷ ପରେ ଫିଲ୍ ସିମନ୍ସଙ୍କୁ ପୁଣିଥରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ସେ ଆଗାମୀ ଚାରିବର୍ଷ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଟିମର କୋଚ୍ ଦାୟିତ୍ୱ ତୁଲାଇବେ। ସିମନ୍ସଙ୍କ ମାର୍ଗଦର୍ଶନରେ ୱେଷ୍ଟଇଣ୍ଡିଜ୍ ଟିମ୍ ୨୦୧୬ରେ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଥିଲା। ସିଡବ୍ଲ୍ୟୁଆଇର ଅଧ୍ୟକ୍ଷ ରିକି ସ୍କେରିଟ୍ କହିଛନ୍ତି, ଅତୀତର ଭୁଲକୁ ସୁଧାରିବା ପାଇଁ ସିମନ୍ସଙ୍କୁ ନିଯୁକ୍ତି ଦିଆଯାଇନାହିଁ, ବରଂ ଆମର ବିଶ୍ୱାସ ଯେ ବର୍ତ୍ତମାନ ସିମନ୍ସ […]

simmons

Ranjit Kumar Jena
  • Published: Tuesday, 15 October 2019
  • , Updated: 15 October 2019, 08:45 PM IST

ସେଣ୍ଟ ଜୋନ୍ସ: ବିବାଦୀୟ ପରିସ୍ଥିତିରେ ବହିଷ୍କୃତ ହେବାର ତିନିବର୍ଷ ପରେ ଫିଲ୍ ସିମନ୍ସଙ୍କୁ ପୁଣିଥରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ସେ ଆଗାମୀ ଚାରିବର୍ଷ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଟିମର କୋଚ୍ ଦାୟିତ୍ୱ ତୁଲାଇବେ। ସିମନ୍ସଙ୍କ ମାର୍ଗଦର୍ଶନରେ ୱେଷ୍ଟଇଣ୍ଡିଜ୍ ଟିମ୍ ୨୦୧୬ରେ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଥିଲା।

ସିଡବ୍ଲ୍ୟୁଆଇର ଅଧ୍ୟକ୍ଷ ରିକି ସ୍କେରିଟ୍ କହିଛନ୍ତି, ଅତୀତର ଭୁଲକୁ ସୁଧାରିବା ପାଇଁ ସିମନ୍ସଙ୍କୁ ନିଯୁକ୍ତି ଦିଆଯାଇନାହିଁ, ବରଂ ଆମର ବିଶ୍ୱାସ ଯେ ବର୍ତ୍ତମାନ ସିମନ୍ସ ଏହି ପଦ ପାଇଁ ଉପଯୁକ୍ତ ବ୍ୟକ୍ତି। ୫୬ ବର୍ଷୀୟ ସିମନ୍ସ ଟି-୨୦ କ୍ରିକେଟରେ ମିଳିଥିବା ସଫଳତାକୁ ଟେଷ୍ଟରେ ଦୋହରାଇପାରି ନଥିଲେ। ତାଙ୍କ କୋଚିଂ କାର୍ଯ୍ୟକାଳରେ ୱେଷ୍ଟଇଣ୍ଡିଜ୍ ୧୪ ମ୍ୟାଚରୁ ମାତ୍ର ଗୋଟିଏରେ ବିଜୟୀ ହୋଇଥିଲା।

Related story