ସିଙ୍ଗାପୁର ସୁପର ସିରିଜ୍‌: ମିକ୍ସଡ୍ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରଣବ ଓ ସିକ୍କି

ସିଙ୍ଗାପୁର: ସିଙ୍ଗାପୁର ସୁପର ସିରିଜ୍‌ର ମିକ୍ସଡ୍ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି ଭାରତୀୟ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍ ସିକ୍କି ରେଡ୍ଡୀ। ଗତ ସପ୍ତାହରେ ସିନିୟର ନ୍ୟାସ୍‌ନାଲ୍ ଚାମ୍ପିଅନ୍‌ସିପ୍‌ରେ ରନର୍ସ-ଅପ୍ ହୋଇଥିବା ପ୍ରଣବ ଓ ସିକ୍କି ୨୧-୧୫, ୨୧-୧୭ରେ ଇଣ୍ଡୋନେସିଆର ଇର୍ଫାନ୍ ଫାଦ୍‌ହିଲା ଓ ୱେନି ଅଂଗ୍ରାଇନିଙ୍କୁ ପରାସ୍ତ କରି ଏହି ସୁପର୍ ସିରିଜ୍‌ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପରବର୍ତ୍ତୀ ମ୍ୟାଚ୍‌ରେ ଏହି ଯୋଡ଼ି ଚୀନର ଗୁ ଚେନ୍ ଓ ମା […]

sikki

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 11:29 AM IST

[caption id="attachment_78766" align="alignleft" width="315"] ଏନ୍ ସିକ୍କି ରେଡ୍ଡୀ[/caption]

ସିଙ୍ଗାପୁର: ସିଙ୍ଗାପୁର ସୁପର ସିରିଜ୍‌ର ମିକ୍ସଡ୍ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି ଭାରତୀୟ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍ ସିକ୍କି ରେଡ୍ଡୀ।

ଗତ ସପ୍ତାହରେ ସିନିୟର ନ୍ୟାସ୍‌ନାଲ୍ ଚାମ୍ପିଅନ୍‌ସିପ୍‌ରେ ରନର୍ସ-ଅପ୍ ହୋଇଥିବା ପ୍ରଣବ ଓ ସିକ୍କି ୨୧-୧୫, ୨୧-୧୭ରେ ଇଣ୍ଡୋନେସିଆର ଇର୍ଫାନ୍ ଫାଦ୍‌ହିଲା ଓ ୱେନି ଅଂଗ୍ରାଇନିଙ୍କୁ ପରାସ୍ତ କରି ଏହି ସୁପର୍ ସିରିଜ୍‌ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ପରବର୍ତ୍ତୀ ମ୍ୟାଚ୍‌ରେ ଏହି ଯୋଡ଼ି ଚୀନର ଗୁ ଚେନ୍ ଓ ମା ଜୀନ୍‌ ଯୋଡ଼ିଙ୍କୁ ଭେଟିବେ।

ଅନ୍ୟପକ୍ଷରେ ଏହି ସିରିଜ୍‌ର ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି ପରୁଷ ଏକକ ବର୍ଗରେ ଅଂଶ ଗ୍ରହଣ କରିଥିବା କିଦାମ୍ବି ଶ୍ରୀକାନ୍ତ, ଏଚ୍‌.ଏସ୍ ପ୍ରଣୟ ଓ ଅଜୟ ଜୟରାମ। ଏହା ସେମାନଙ୍କର ବିଶ୍ୱ ମାନ୍ୟତାକୁ ପ୍ରଭାବିତ କରିବ। ତା’ସହିତ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବି ଏହି ପରାଜୟ ପ୍ରଭାବିତ କରିବ।

ସେହିଭଳି ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନି ପୋନ୍ନାପ୍ପା ମଧ୍ୟ ନିରାଶ କରିଛନ୍ତି। ଏହି ଯୋଡ଼ି ପ୍ରଥମ ରାଉଣ୍ଡରୁ ବିଦା ହୋଇଯାଇଛନ୍ତି। କୋରିଆର ଗୋ ଆହ ରା ଓ ୟୁ ହାଏ ଓନ୍‌ ଯୋଡ଼ିଙ୍କଠାରୁ ସେମାନେ ୧୮-୨୧, ୧୬-୨୧ରେ ପରାଜିତ ହୋଇ ଏହି ସିରିଜ୍‌ରୁ ବିଦା ହୋଇଛନ୍ତି।

Related story