ଶିବସୁନ୍ଦର ଦାସ ହେଲେ ଓଡ଼ିଶା ରଣଜୀ ଦଳର ନୂଆ କୋଚ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିବସୁନ୍ଦର ଦାସ ହେଲେ ଓଡ଼ିଶା ରଣଜୀ ଦଳର ନୂଆ କୋଚ। ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟର୍‌ ହେଉଛନ୍ତି ଶିବସୁନ୍ଦର। ଓଡ଼ିଶା ଦଳରେ ଦୀର୍ଘଦିନ ଧରି କୋଚ ରହିଥିବା ଦେବାଶିଷ ମହାନ୍ତିଙ୍କ ସ୍ଥାନ ନେଲେ ଶିବସୁନ୍ଦର ଦାସ। ଗତ ରଣଜୀ ସିଜିନରେ ଦେବାଶିଷ ମହାନ୍ତି କୋଚ ଥିବା ବେଳେ ଓଡ଼ିଶା ଦଳ ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିଲା। ହେଲେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଦେବାଶିଷ ପଦ ଛାଡ଼ିବାକୁ ଚାହିଁଥିଲେ। ତେଣୁ ତାଙ୍କ ସ୍ଥାନରେ ଶିବସୁନ୍ଦର […]

Shiv Sunder Das

Rakesh Mallick
  • Published: Thursday, 24 August 2017
  • , Updated: 24 August 2017, 03:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିବସୁନ୍ଦର ଦାସ ହେଲେ ଓଡ଼ିଶା ରଣଜୀ ଦଳର ନୂଆ କୋଚ। ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟର୍‌ ହେଉଛନ୍ତି ଶିବସୁନ୍ଦର। ଓଡ଼ିଶା ଦଳରେ ଦୀର୍ଘଦିନ ଧରି କୋଚ ରହିଥିବା ଦେବାଶିଷ ମହାନ୍ତିଙ୍କ ସ୍ଥାନ ନେଲେ ଶିବସୁନ୍ଦର ଦାସ। ଗତ ରଣଜୀ ସିଜିନରେ ଦେବାଶିଷ ମହାନ୍ତି କୋଚ ଥିବା ବେଳେ ଓଡ଼ିଶା ଦଳ ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିଲା। ହେଲେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଦେବାଶିଷ ପଦ ଛାଡ଼ିବାକୁ ଚାହିଁଥିଲେ। ତେଣୁ ତାଙ୍କ ସ୍ଥାନରେ ଶିବସୁନ୍ଦର ଦାସଙ୍କୁ ନୂଆ କୋଚ ଭାବେ ନିଯୁକ୍ତ କରାଯାଇଛି।

ଅନ୍ୟପଟେ ୨୩ ବର୍ଷରୁ କମ ଟିମ୍‌ରେ ସୁରେଶ କୁମାର, ୧୯ ବର୍ଷରୁ କମ ଟିମ୍‌ରେ କୁଳମଣି ପରିଡ଼ା ଓ ୧୬ ବର୍ଷରୁ କମ ଟିମ୍‌ରେ ସୁବ୍ରତ ବେହେରାଙ୍କୁ କୋଚ ଭାର ଦିଆଯାଇଛି। ଓସିଏ କାର୍ଯ୍ୟକାରୀ ବୈଠକରେ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି।

Related story