ୱିଲିୟମସନଙ୍କ ଅର୍ଦ୍ଧଶତକ, ନ୍ୟୁଜିଲ୍ୟାଣ୍ଡ୍ ସ୍କୋର ୧୦୦ ପାର୍

ମ୍ୟାଞ୍ଚେଷ୍ଟର୍: ନ୍ୟୁଜିଲ୍ୟାଣ୍ଡର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ କେନ୍ ୱିଲିୟମସନ୍ ପୁଣିଥରେ ଟିମ୍ ପାଇଁ ସଙ୍କଟମୋଚକ ସାଜିଛନ୍ତି। ମଙ୍ଗଳବାର ଭାରତ ବିପକ୍ଷ ସେମିଫାଇନାଲରେ ସେ ଅର୍ଦ୍ଧଶତକ ମାରି ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ବିପର୍ଯ୍ୟୟରୁ ରକ୍ଷା କରିଛନ୍ତି। ସେ ୭୯ ବଲରେ ନିଜର ୩୯ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଛନ୍ତି । ତାଙ୍କୁ ଭେଟେରାନ୍ ରସ୍ ଟେଲର ମଧ୍ୟ ଭଲ ସହଯୋଗ କରୁଛନ୍ତି। ଦୁହେଁ ତୃତୀୟ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ପାର୍ଟନରଶିପ୍ କରିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ନ୍ୟୁଜିଲ୍ୟାଣ୍ଡ୍ […]

kabe

Hemant Lenka
  • Published: Tuesday, 09 July 2019
  • , Updated: 09 July 2019, 05:18 PM IST

ମ୍ୟାଞ୍ଚେଷ୍ଟର୍: ନ୍ୟୁଜିଲ୍ୟାଣ୍ଡର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ କେନ୍ ୱିଲିୟମସନ୍ ପୁଣିଥରେ ଟିମ୍ ପାଇଁ ସଙ୍କଟମୋଚକ ସାଜିଛନ୍ତି। ମଙ୍ଗଳବାର ଭାରତ ବିପକ୍ଷ ସେମିଫାଇନାଲରେ ସେ ଅର୍ଦ୍ଧଶତକ ମାରି ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ବିପର୍ଯ୍ୟୟରୁ ରକ୍ଷା କରିଛନ୍ତି।

ସେ ୭୯ ବଲରେ ନିଜର ୩୯ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଛନ୍ତି । ତାଙ୍କୁ ଭେଟେରାନ୍ ରସ୍ ଟେଲର ମଧ୍ୟ ଭଲ ସହଯୋଗ କରୁଛନ୍ତି। ଦୁହେଁ ତୃତୀୟ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ପାର୍ଟନରଶିପ୍ କରିଛନ୍ତି।

ରିପୋର୍ଟ ଲେଖା ହେଲା ବେଳକୁ ନ୍ୟୁଜିଲ୍ୟାଣ୍ଡ୍ ୩୧ ଓଭରରେ ୨ ୱିକେଟ୍ ହରାଇ ୧୨୦ ରନ୍ କରିଛି। ୱିଲିୟମସନ୍ ୫୭ ଓ ଟେଲର୍ ୨୨ ରନରେ ବ୍ୟାଟିଂ କରୁଛନ୍ତି।
ଏହା ପୂର୍ବରୁ ଟିମର ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ (୧) ଓ ହେନରୀ ନିକୋଲ୍ସ (୨୮) ନିରାଶ କରିଥିଲେ। ଗପ୍ଟିଲଙ୍କୁ ଯଶପ୍ରୀତ ବୁମ୍ରା ଏବଂ ନିକୋଲ୍ସଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ୍ କରିଥିଲେ।

Related story