ଆଇପିଏଲ୍‌ରୁ ବାସନ୍ଦ ହେବେ ସ୍ମିଥ ଓ ୱାର୍ନର: କାଲି ସୁଦ୍ଧା ନିଷ୍ପତ୍ତି, ଚିନ୍ତାରେ ଫ୍ରାଞ୍ଚାଇଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରୁ ବିଦା ହେବେ ଦୁଇ ବିବାଦୀୟ ଅଷ୍ଟ୍ରେଲିଆ କ୍ରିକେଟର୍‌ ସ୍ମିଥ୍‌ ଓ ୱାର୍ନର। ବଲ୍‌ ଟାମ୍ପରିଂ ଘଟଣାରେ ଛନ୍ଦିହେବା ପରେ ଆଜି ଅଷ୍ଟ୍ରେଲିଆ କ୍ରିକେଟର୍‌ ଉଭୟ ସ୍ମିଥ ଓ ୱାର୍ନରଙ୍କ ସହ ବେନକ୍ରାଫ୍ଟଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରିପାରେ। ଯଦି ଅଷ୍ଟ୍ରେଲିଆ କ୍ରିକେଟ୍‌ ଏଭଳି ନିଷ୍ପତ୍ତି ନେଉଛି ତେବେ ଆଇପିଏଲରେ ମଧ୍ୟ ଏହା ଉପରେ ପ୍ରଭାବ ପଡ଼ିବ। ସ୍ମିଥ୍‌ ଓ ୱାର୍ନର ଆଇପିଏଲ୍‌ରୁ ବଞ୍ଚିତ ହୋଇପାରନ୍ତି। ଆସନ୍ତା କାଲି ସୁଦ୍ଧା […]

85361-aitokhlbdn-1521991982

Ordigital Desk
  • Published: Wednesday, 28 March 2018
  • , Updated: 28 March 2018, 11:37 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରୁ ବିଦା ହେବେ ଦୁଇ ବିବାଦୀୟ ଅଷ୍ଟ୍ରେଲିଆ କ୍ରିକେଟର୍‌ ସ୍ମିଥ୍‌ ଓ ୱାର୍ନର। ବଲ୍‌ ଟାମ୍ପରିଂ ଘଟଣାରେ ଛନ୍ଦିହେବା ପରେ ଆଜି ଅଷ୍ଟ୍ରେଲିଆ କ୍ରିକେଟର୍‌ ଉଭୟ ସ୍ମିଥ ଓ ୱାର୍ନରଙ୍କ ସହ ବେନକ୍ରାଫ୍ଟଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରିପାରେ। ଯଦି ଅଷ୍ଟ୍ରେଲିଆ କ୍ରିକେଟ୍‌ ଏଭଳି ନିଷ୍ପତ୍ତି ନେଉଛି ତେବେ ଆଇପିଏଲରେ ମଧ୍ୟ ଏହା ଉପରେ ପ୍ରଭାବ ପଡ଼ିବ। ସ୍ମିଥ୍‌ ଓ ୱାର୍ନର ଆଇପିଏଲ୍‌ରୁ ବଞ୍ଚିତ ହୋଇପାରନ୍ତି। ଆସନ୍ତା କାଲି ସୁଦ୍ଧା ଆଇପିଏଲ ଗଭର୍ନିଂ କାଉନ୍‌ସିଲ୍‌ ଏହା ଉପରେ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ଆଇପିଏଲ୍‌-୧୧ ସିଜିନ୍‌ରେ ସ୍ମିଥ୍‌ ରାଜସ୍ଥାନ ଦଳରେ ସାମିଲ ହୋଇଥିବା ବେଳେ ୱାର୍ନର୍‌ ହାଇଦ୍ରାବାଦ ଟିମ୍‌ରେ ସ୍ଥାନ ପାଇଛନ୍ତି। କିନ୍ତୁ ବଲ୍‌ ଟାମ୍ପରିଂ ମାମଲାରେ ଯଦି ଅଷ୍ଟ୍ରେଲିଆ କ୍ରିକେଟ୍‌ ସ୍ମିଥ୍‌ ଓ ୱାର୍ନରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାଲେ ନିଶ୍ଚିତ ଭାବେ ଆଇପିଏଲରୁ ମଧ୍ୟ ବାସନ୍ଦ ହେବେ ଏହି କ୍ରିକେଟର୍‌। ଫଳରେ ଉଭୟ ରାଜସ୍ଥାନ ଓ ହାଇଦ୍ରାବାଦକୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିବ।

ପୂର୍ବରୁ ସ୍ମିଥଙ୍କୁ ରାଜସ୍ଥାନ ଦଳରେ ନେତୃତ୍ୱଭାର ଦିଆଯାଇଥିବା ବେଳେ ହାଇଦ୍ରାବାଦର ଅଧିନାୟକ ଅଛନ୍ତି ୱାର୍ନର। ଯଦିଓ ଏହି ଘଟଣା ପରେ ରାଜସ୍ଥାନ ଟିମ୍‌ ସ୍ମିଥଙ୍କୁ ଅଧିନାୟକ ପଦରୁ ହଟାଇସାରିଛି ତଥାବି ସ୍ମିଥଙ୍କ ଉପରେ ଅନେକ ଭରସା ରଖିଛି ରାଜସ୍ଥାନ। ଏଭଳି ପରିସ୍ଥିତିରେ ଆଇପିଏଲରୁ ଏହି ଦୁଇ ଷ୍ଟାର୍‌ କ୍ରିକେଟର୍‌ ବାସନ୍ଦ ହେବା ଘଟଣା ନିଶ୍ଚିତ ଭାବେ ରାଜସ୍ଥାନ ଓ ହାଇଦ୍ରାବାଦକୁ ଚିନ୍ତାରେ ପକାଇବ।

Related story