ଆହତ ହୋଇ ପଡ଼ିଆ ଛାଡ଼ିଲେ ସ୍ମିଥ, ଦେଖନ୍ତୁ ଭିଡିଓ

ଲର୍ଡସ: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପୁଣିଥରେ ଅଷ୍ଟ୍ରେଲିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି ଷ୍ଟିଭ୍‌ ସ୍ମିଥ। ଏହି ମ୍ୟାଚରେ ସ୍ମିଥ୍ ପୁଣିଥରେ ଦମଦାର ବ୍ୟାଟିଂ କରି ଟିମର ସମ୍ମାନ ରକ୍ଷା କରିଛନ୍ତି। କିନ୍ତୁ ତୃତୀୟ ଦିବସର ଲଞ୍ଚ ବ୍ରେକ୍‌ ପରେ ସ୍ମିଥ୍ ଗୁରୁତର ଆହତ ହୋଇଥିଲେ, ଯେଉଁକାରଣରୁ ତାଙ୍କୁ ଗ୍ରାଉଣ୍ଡ ଛାଡ଼ିବାକୁ ପଡ଼ିଥିଲା। ଇଂଲଣ୍ଡ ଡେବ୍ୟୁଟାଣ୍ଟ ଜୋଫ୍ରା ଆର୍ଚରଙ୍କ ଏକ ବାଉନ୍ସର ପ୍ରଥମେ ସ୍ମିଥଙ୍କ ରିଷ୍ଟରେ ବାଜିଥିଲା। ଏହା ସ୍ମିଥଙ୍କୁ ଯନ୍ତ୍ରଣା ଦେଇଥିଲେ ହେଁ, […]

sz

Hemant Lenka
  • Published: Saturday, 17 August 2019
  • , Updated: 18 August 2019, 04:30 PM IST

ଲର୍ଡସ: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପୁଣିଥରେ ଅଷ୍ଟ୍ରେଲିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି ଷ୍ଟିଭ୍‌ ସ୍ମିଥ। ଏହି ମ୍ୟାଚରେ ସ୍ମିଥ୍ ପୁଣିଥରେ ଦମଦାର ବ୍ୟାଟିଂ କରି ଟିମର ସମ୍ମାନ ରକ୍ଷା କରିଛନ୍ତି। କିନ୍ତୁ ତୃତୀୟ ଦିବସର ଲଞ୍ଚ ବ୍ରେକ୍‌ ପରେ ସ୍ମିଥ୍ ଗୁରୁତର ଆହତ ହୋଇଥିଲେ, ଯେଉଁକାରଣରୁ ତାଙ୍କୁ ଗ୍ରାଉଣ୍ଡ ଛାଡ଼ିବାକୁ ପଡ଼ିଥିଲା।

ଇଂଲଣ୍ଡ ଡେବ୍ୟୁଟାଣ୍ଟ ଜୋଫ୍ରା ଆର୍ଚରଙ୍କ ଏକ ବାଉନ୍ସର ପ୍ରଥମେ ସ୍ମିଥଙ୍କ ରିଷ୍ଟରେ ବାଜିଥିଲା। ଏହା ସ୍ମିଥଙ୍କୁ ଯନ୍ତ୍ରଣା ଦେଇଥିଲେ ହେଁ, ସେ ବ୍ୟାଟିଂ କରିବା ଜାରି ରଖିଥିଲେ। ଏହା ପରେ ସ୍ମିଥ୍ ଆର୍ଚରଙ୍କ ବାଉନ୍ସରର ଉଚିତ୍ ମୁକାବିଲା କରିଥିଲେ ଏବଂ କିଛି ଆକର୍ଷଣୀୟ ଚୌକା ମଧ୍ୟ ମାରିଥିଲେ।


କିନ୍ତୁ ଅଷ୍ଟ୍ରେଲିଆ ଇନିଂସର ୭୭ତମ ଓଭରର ପ୍ରଥମ ବଲରେ ଆର୍ଚରଙ୍କ ଆଉ ଏକ ବାଉନ୍ସର ସିଧା ସ୍ମିଥଙ୍କ ହେଲମେଟରେ ବାଜିଥିଲା, ଯେଉଁଥିରେ ଏହି କଙ୍ଗାରୁ ବ୍ୟାଟ୍ସମ୍ୟାନ୍ ତଳେ ପଡ଼ିଯାଇଥିଲେ। ଅତ୍ୟଧିକ ଯନ୍ତ୍ରଣା ହେବାରୁ ସ୍ମିଥ୍ ଗ୍ରାଉଣ୍ଡ ଛାଡ଼ି ବାହାରକୁ ଚାଲିଯାଇଥିଲେ। ଏହି ସମୟରେ ସ୍ମିଥ୍ ୮୦ ରନ୍‌ରେ ବ୍ୟାଟିଂ କରୁଥିଲେ। ତେବେ ଟିମ୍‌ର ସପ୍ତମ ୱିକେଟ୍‌ ପତନ ପରେ ସେ ପୁଣିଥରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ୯୨ ରନର ଲଢ଼ୁଆ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

ଉକ୍ତ ଟେଷ୍ଟରେ ଇଂଲଣ୍ତ ପ୍ରଥମ ଇନିଂସ୍‌ରେ ୨୫୮ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ୨୫୦ ରନରେ ଅଲଆଉଟ୍ ହୋଇଥିଲା।
https://twitter.com/i/status/1162716798950805507
https://twitter.com/i/status/1162724863573921793

Related story